Odia News Portal

ଆଜି କୋଲକାତାକୁ ଭେଟିବ ବାଙ୍ଗାଲୋର

ଦୁବାଇ: ଆଇପିଏଲ ମହାସମରରେ ଆଜି ବାଙ୍ଗାଲୋରକୁ ଭେଟିବ କୋଲକାତା । ଉଭୟ ଦଳ ମଧ୍ୟରେ ହେବ କଡା ଟକ୍କର । ମର୍ଗାନଙ୍କ ଦଳ କୋଲକାତାର ଖେଳାଳୀମାନେ ଏବେ ଦମଦାର ଫର୍ମରେ ଥିବାବେଳେ କୋହଲିଙ୍କ ତାରକା ଖଚିତ ଦଳର ଖେଳାଳୀମାନେ ମଧ୍ୟ ବିଜୟୀ ହେବାକୁ ପ୍ରୟାସ କରିବେ । ତେବେ ଆଜିର ମ୍ୟାଚରେ ମୁଖ୍ୟତଃ ଡିଭିଲିୟର୍ସ, କୋହଲି, ସୁନିଲ ନରିନ ଓ ରସେଲଙ୍କ ଖେଳାଳୀଙ୍କ ଖେଳ ଉପରେ ରହିଛି ସମସ୍ତଙ୍କ ନଜର ।

ଆର୍ସିବି ବିପକ୍ଷ ମୁକାବିଲାକୁ ନେଇ ପ୍ରତିକ୍ରିୟା ଦେବାକୁ ଯାଇ କେକେଆର୍ର ମାର୍ଗଦର୍ଶକ ଡେଭିଡ୍ ହସି କହିଛନ୍ତି ଯେ ଆମକୁ କଳେବଳେ କୌଶଳେ ମ୍ୟାଚ୍ ଜିତିବାକୁ ହେବ। ଆମେ ଆଗରୁ ଏଭଳି କରିଛୁ ଏବଂ ଏଥର ସେହି ସଫଳତା ଦୋହରାଇବାର ସାମର୍ଥ୍ୟ ବି ରଖିଛୁ । ଅବଶ୍ୟ ଆରସିବି-କେକେଆର୍ ପରସ୍ପର ମୁକାବିଲାକୁ ଯଦି ବିଚାରକୁ ନିଆଯାଏ, ତାହାଲେ କେକେଆର୍ ସାମାନ୍ୟ ଆଗରେ ରହିଛି । ଉଭୟ ଦଳ ପରସ୍ପର ବିପକ୍ଷରେ ୨୭ ମ୍ୟାଚ୍ ଖେଳିଛନ୍ତି । ସେଥିମଧ୍ୟରୁ କେକେଆର୍ ୧୪ ଏବଂ ଆର୍ସିବି ୧୩ ମ୍ୟାଚ୍ ଜିତିଛି। ଚଳିତ ଋତୁରେ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ କେକେଆର୍ ୩୮ ରନ୍ରେ ଆରସିବିଠାରୁ ପରାସ୍ତ ହୋଇଥିଲା । କେକେଆରର ଦୁଇଟି ଯାକ ବିଜୟ ମଧ୍ୟ ଏବର୍ଷର ଦୁଇ ଦୁର୍ବଳ ଦଳ ପଞ୍ଜାବ କିଙ୍ଗ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଆସିଛି ।