Odia News Portal

ସ୍ୱାଧିକାର ଇଣ୍ଟର ସ୍କୁଲ ଖୋଖୋ ଚାମ୍ପିୟନସିପ ଫାଇନାଲରେ କବିର ପବ୍ଲିକ ସ୍କୁଲ

ଭୁବନେଶ୍ୱର: ଓଡ଼ିଆ ପାଠକଙ୍କ କ୍ଷେତ୍ରରେ ଆଦୃତ ହୋଇସାରିଥିବା ଦୈନିକ ଏବଂ ସାପ୍ତହିକ ଖବରକାଗଜ ତଥା ରାଜ୍ୟର ଅଗ୍ରଣୀ ୱେବ ଚ୍ୟାନେଲ ମଧ୍ୟରେ ସବୁବେଳେ ଆଗରେ ରହି ଆସୁଥିବା ସ୍ୱାଧିକାର ନ୍ୟୁଜ୍ ପକ୍ଷରୁ ଆୟୋଜିତ ହୋଇଥିବା ଇଣ୍ଟର ସ୍କୁଲ ଖୋଖୋ ପ୍ରତିଯୋଗିତାରେ କବିର ପବ୍ଲିକ ସ୍କୁଲ ଫାଇନାଲରେ ପ୍ରବେଶ କରିଛି । ବିଜୁ ପଟ୍ଟନାୟକ ସ୍ପୋର୍ଟ ଏକାଡେମୀ ଅଧିନରେ ଆୟୋଜିତ ମ୍ୟାଚରେ ରସୁଲପୁର ୟୁପି ସ୍କୁଲକୁ ଭେଟିଥିଲା କବିର ପବ୍ଲିକ ସ୍କୁଲ । ଲଢ଼ୁଆ ପ୍ରଦର୍ଶନ ସହ ଫାଇନାଲରେ ପ୍ରବେଶ କରିଛି କବିର ପବ୍ଲିକ ସ୍କୁଲ ।

ଅନୁଷ୍ଠିତ ହୋଇଥିବା ଏହି ମ୍ୟାଚରେ କେନ୍ଦ୍ରାପଡ଼ା ସହରର ପୂର୍ବତନ ଆଇଆଇସି ଜ୍ୟେତିରଞ୍ଜନ ସାମନ୍ତରାୟ ମୁଖ୍ୟ ଅତିଥୀଭାବେ ଯୋଗ ଦେଇଥିବାବେଳେ ତାଙ୍କ ସହ ରହିଥିଲେ ଏଲଆଇଏଚଏମ ସମ୍ପାଦକ ସେକ ଲିୟାତକ ଅଲ୍ଲି, ବିଜୁ ପଟ୍ଟନାୟକ ସ୍ପୋର୍ଟ୍ସ ଏକାଡେମୀର ଚେୟାରମ୍ୟାନ ମହମ୍ମଦ ଅମୀର ଏବଂ ଓଡ଼ିଶା ନଜୱାନ ୟୁନିୟନ ସମ୍ପାଦକ ଅବଦୁଲ ମାତିନ । ସେପଟେ ମୁଖ୍ୟ ରେଫରୀ ବଦ୍ରିନାରାୟଣ ପାତ୍ର ଖେଳ ପରିଚାଳନା କରିଥିବାବେଳେ ଏସ.କେ. ସଉକତ, ଆବୁ ଜାଲାଲ ଏବଂ ସେକ ଅବାସଙ୍କ ନେତୃତ୍ୱରେ ଖେଳ ପରିଚାଳନା କରାଯାଇଥିଲା ।

କହିରଖୁଛୁ କି, ପାଠ ପଢ଼ା ସାଙ୍ଗକୁ ଖେଳକୁଦ ଛାତ୍ର ଛାତ୍ରୀଙ୍କ ଲାଗି ନିତାନ୍ତ ଆବଶ୍ୟକ । ଶାରିରୀକ ଫିଟନେଓ ସାଙ୍ଗକୁ କ୍ରୀଡ଼ା ସମସ୍ତଙ୍କ ଲାଗି ନିତାନ୍ତ ଆବଶ୍ୟକ । ଆଜିକାଲି ଅଧିକାଂଶ ଛାତ୍ରଛାତ୍ରୀ ନିଜର କ୍ୟାରିୟର ଖେଳକୁ ନେଇ କରିବାକୁ ଚାହିଁଥାନ୍ତି । ତେବେ ଅଭିଭାବକଙ୍କ ବାଧ୍ୟବାଧକତାରେ ପାଠ ପଢ଼ିବା ଦ୍ୱାରା ସେମାନଙ୍କ ଖେଳ କ୍ୟାରିୟର ଉପରେ ମଧ୍ୟ ପ୍ରଭାବ ପଡିଥାଏ । ଏଣୁ ପାଠ ପଢ଼ା ସାଙ୍ଗକୁ ଖେଳରେ ରୁଚି ରଖୁଥିବା ଛାତ୍ରଛାତ୍ରୀଙ୍କ ଲାଗି ସ୍ୱାଧିକାର ନ୍ୟୁଜ୍ ପକ୍ଷରୁ ଏଭଳି ମହତ ଉଦ୍ଦେଶ୍ୟ ରଖି ପ୍ରତିଯୋଗିତାର ଆୟୋଜନ କରାଯାଇଛି ।