Odia News Portal

କାନ୍ଥ ପଡ଼ି ୨ ମୃତ

କେନ୍ଦ୍ରାପଡ଼ା: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ତେବେ କେନ୍ଦ୍ରାପଡ଼ାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଷୁଡ଼ି ୨ ଜଣଙ୍କ ମୃତୁ୍ୟ ହୋଇଛି । ମୃତକ ଦ୍ୱୟ ବୃଦ୍ଧବୃଦ୍ଧା ବୋଲି ଜଣାପଡ଼ିଛି । ପାଟକୁରା ଥାନା ଅନ୍ତର୍ଗତ ବଡ଼ବେତର ଗାଁର ବୃଦ୍ଧ ଅଭୟ ମହାପାତ୍ର ତାଙ୍କୁ ୬୨ ବର୍ଷ ହୋଇଥିଲା। ବୃଦ୍ଧା ଜଣଙ୍କ ହେଲେ ନର୍ମଦା ପୃଷ୍ଟି। ତାଙ୍କ ଘର ନିକିରାଇ ଥାନା ଅନ୍ତର୍ଗତ ବେଣୀପୁର ଢିଅସାହି ଗାଁରେ।ନର୍ମଦା ଓ ଅଭୟ ରାତିରେ ଘରେ ଶୋଇଥିଲେ। ଏହି ସମୟରେ ସେମାନଙ୍କ ଉପରେ କାନ୍ଥ ଭୁଶୁଡି ପଡ଼ିଥିଲା। ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଏବେବି ଉକ୍ତ ଅଞ୍ଚଳରେ ବର୍ଷା ଜାରି ରହିଛି।