Odia News Portal

କୋରାପୁଟ ଜିଲ୍ଲାରେ ପ୍ରଭାବ ଛାଡ଼ିଛି ବାତ୍ୟା ଗୁଲାବ

କୋରାପୁଟ: ଆନ୍ଧ୍ର-ଓଡ଼ିଶା ଉପକୂଳର କଳିଙ୍ଗପଟ୍ଟନମରେ ସ୍ଥଳଭାଗ ଛୁଇଁବା ପରେ ଦକ୍ଷିଣ ଓଡ଼ିଶା ଦେଇ ଓଡ଼ିଶା ଅତିକ୍ରମ କରିଛି ବାତ୍ୟା ଗୁଲାବ । କୋରାପୁଟ ଜିଲ୍ଲା ଦେଇ ଯିବା ବେଳେ ସାମାନ୍ୟ ପ୍ରଭାବ ଦେଖାଇଥିଲା ବାତ୍ୟା । କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି ।

ପଟ୍ଟାଙ୍ଗିରେ ସର୍ବାଧିକ ୧୫୦ ମିଲିମିଟରରୁ ଅଧିକ ବର୍ଷିଛି । ଭୂସ୍ଖଳନ ଯୋଗୁ ମାଡ଼ି ଅତଡା ଧସି ରାଲେଗଡ଼ା ନିକଟରେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଛି । ଫଳରେ ୨୬ ନମ୍ବର ଜାତୀୟ ରାଜପଥରେ ଉଭୟ ପାର୍ଶ୍ୱରେ ଅଟକି ରହିଛି ବହୁ ଗାଡ଼ିମୋଟର ।

ଜାତୀୟ ରାଜପଥକୁ ଖୋଲିବା ନେଇ କାମ ଜାରି ରହିଛି । ସେହିପରି ବୈପାରିଗୁଡ଼ା-ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥରେ ଗଛ ପଡିଛି । ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ଗଛକୁ କାଟି ରାସ୍ତା ସଫା କରୁଛନ୍ତି । ସେମିଳିଗୁଡ଼ା ବ୍ଲକର କିଛି ସ୍ଥାନରେ ବି ଗଛ ପଡ଼ିଥିବା ସୂଚନା ମିଳିଛି ।