Odia News Portal

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ

ଭୁବନେଶ୍ୱର: ସେ ନିଷ୍ପତ୍ତି ନେବାରେ ଧୁରନ୍ଧର, ଆଉ ନୂଆ ନୂଆ ଯୋଜନା କରିବାରେ ଓସ୍ତାଜ୍ । ସବୁବେଳେ ସେ ବିରୋଧୀଙ୍କୁ ଦେଇଛନ୍ତି ଚକମା । ଆଉ ଯେଉଁ ନେତା ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି ସଙ୍ଗେ ସଙ୍ଗେ ତାଙ୍କ ଉପରେ ନେଇଛନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ । ତାଙ୍କର ଦୃଢ଼ ନେତୃତ୍ୱ ଲାଗି ସେ ଓଡ଼ିଶାରେ ୨୧ ବର୍ଷ ଧରି ଅପ୍ରତିଦ୍ୱନ୍ଦି ନେତା ଭାବେ ଜିତି ଆସୁଛନ୍ତି । ତେବେ ଏହି ମହାନ ରାଜନେତା ତଥା ବିଜେଡି ସୁପ୍ରିମୋ ସମସ୍ତଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ହେଉଛି ଜନ୍ମଦିନ । ୭୫ ବର୍ଷରେ ପାଦ ଥାପିଛନ୍ତି ନବୀନ । ତାଙ୍କ ଜନ୍ମଦିନରେ ଚାରିଆଡ଼ୁ ଛୁଟିଛି ପ୍ରଂଶସାର ସୁଆ । ତେବେ ଚଳିତ ବର୍ଷ ଜନ୍ମଦିନ ପାଳିବାକୁ ମନା କରିଛନ୍ତି ନବୀନ ପଟ୍ଟନାୟକ । ସେ ନିବେଦନ କରିଛନ୍ତି କି କରୋନାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ସାହାଯ୍ୟ କରନ୍ତୁ । ଏହାସହ ସହ ରକ୍ତଦାନ କରି ଜୀବନ ବଞ୍ଚାଇବାକୁ ନିବେଦନ ମଧ୍ୟ କରିଛନ୍ତି । ତେବେ ସବୁରି ପ୍ରିୟ ନବୀନ ବାବୁଙ୍କ ସମସ୍ତେ ହେଉଛନ୍ତି ଫ୍ୟାନ । ତାଙ୍କର ଜନ୍ମଦିନରେ ସ୍ୱାଧିକାର ନ୍ୟୁଜ୍ ପରିବାର ପକ୍ଷରୁ ହାର୍ଦ୍ଧିକ ଶୁଭେଚ୍ଛା ଏବଂ ଶୁଭକାମନା ।