Odia News Portal

ଧର୍ମଶାଳାରେ ଜନ ସଚେତନତା କାର୍ଯ୍ୟକ୍ରମ ଓ ମାସ୍କ ବଣ୍ଟନ

ଧର୍ମଶାଳା() ଆଜି ଧର୍ମଶାଳା ନିର୍ବାଚନ ଅନ୍ତର୍ଗତ ରସୁଲପୁର ଜୋନର ଜନ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ,  କୋରେଇ ନିର୍ବାଚନ ମଣ୍ଡଳୀର  ବିଧାୟକ ଅଶୋକ କୁମାର ବଳ ଏବଂ ରସୁଲପୁର ଜୋନର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗ ଦେଇଥିଲୋ । ଏହି କାର୍ଯ୍ୟକ୍ରମରେ କରୋନା ଭୂତାଣୁ ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ସହ ମାସ୍କ ବଣ୍ଟନ କରାଯାଇଥିଲା । ଏହାସହ କରୋନା ରୋଗରୁ ସୁସ୍ଥ ହୋଇଥିବା ଲୋକମାନଙ୍କୁ ପ୍ଲାଜମା ଦାନ କରିବା ନିମନ୍ତେ ପ୍ରେରଣା ଦବା ଏବଂ ରକ୍ତ ଦାନ ଶିବିର ଆୟୋଜନ ବିଷୟରେ ଆଲୋଚନ କରାଯାଇଥିଲା ।