Odia News Portal
Monthly Archives

January 2021

ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଜାତୀୟ ଯୁଦ୍ଧ ସ୍ମାରକୀ’ରେ ପୁଷ୍ପମାଲ୍ୟ ଅର୍ପଣ କରି ସହିଦ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଦେଶ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜପଥରେ ପହଞ୍ଚିବା ପରେ

ଭଦ୍ରକରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ

ଭଦ୍ରକ : ଆଜି ସାରା ଦେଶ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଭଦ୍ରକ ଜିଲ୍ଲାରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଭଦ୍ରକ ସହରର ନେହେରୁ ଷ୍ଟାଡିୟମ ଠାରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି | ଭଦ୍ରକ ଜିଲ୍ଲାପାଳ ଡକ୍ଟର ଜ୍ଞାନ ଦାସ ଜାତୀୟ ପତାକା ଉତ୍ତୋଳନ

ଦିଲ୍ଲୀ ରାଜପଥରେ ଜାତୀୟସ୍ତରୀୟ ପରେଡ୍

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୨ ତମ ଗଣତନ୍ତ୍ର ଦିବସ । ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ରାଜପଥରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡକୁ ଅଭିବାଦନ ଜଣାଇଛନ୍ତି । ଏବଂ ଏହା ସହ ଦିଲ୍ଲୀ ରାଜପଥରେ ଆରମ୍ଭ ହୋଇଯାଇଛି ସାଧାରଣତନ୍ତ ଦିବସ ପରେଡ। ପ୍ରଧାନମନ୍ତ୍ରୀ ମୋଦି ବୀର ସହିଦଙ୍କୁ

ଗାନ୍ଧୀମାର୍ଗରେ ରାଜ୍ଯସ୍ତରୀୟ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ବର: ଆଜି ଦେଶ ପାଳୁଛି ୭୨ ତମ ଗଣତନ୍ତ୍ର ଦିବସ । ରାଜଧାନୀରେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ଭୁବନେଶ୍ବର ଗାନ୍ଧୀମାର୍ଗରେ ମାନ୍ୟବର ରାଜ୍ୟପାଳ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।ତେବେ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି ।

ଗୁଜବକୁ ଆର୍‌ବିଆଇର ଖଣ୍ଡନ

ଭୁବନେଶ୍ୱର: ଖୁବ୍ ଶୀଘ୍ର ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍‌ ବଜାରରୁ ପ୍ରତ୍ୟାହାର ହେବା ନେଇ ଗୁଜବକୁ ଖଣ୍ଡିତ କରିଛି ଆର୍‌ବିଆଇ | ଏହି ଖବରକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଗୁଜବ‌ ବୋଲି ଟ୍ୱିଟ୍‌ କରି ସୂଚନା ପ୍ରଦାନ କରିଛି । ସୂଚନାନୁଯାୟୀ, ନିକଟ ଅତୀତରେ ବିଭିନ୍ନ

ସକାଳ ୯ଟା ପର୍ଯ୍ୟନ୍ତ ଗାନ୍ଧି ମାର୍ଗ ମନା

ଭୁବନେଶ୍ୱର: ଆସନ୍ତାକାଲି ଦେଶ ପାଳିବ ୭୨ତମ ଗଣତନ୍ତ୍ର ଦିବସ । ରାଜଧାନୀର ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ହେବ । କୋଭିଡ୍ କଟକଣା ଭିତରେ ଗଣତନ୍ତ୍ର ଦିବସ ସମାରୋହ ପାଳନ କରାଯିବ । କୋଭିଡ୍ କଟକଣା ଥିବାରୁ ମହାତ୍ମା ଗାନ୍ଧି ମାର୍ଗରେ ସର୍ବସାଧାରଣ ଯାତାୟତ ବାରଣ

ଦେବରାଜ ହତ୍ୟା ଘଟଣାରେ ୫ ଗିରଫ

ବ୍ରହ୍ମପୁର: ପୂର୍ବତନ ବ୍ଲକ ଅଧକ୍ଷଙ୍କ ଦେବରାଜ ସାହୁ ହତ୍ୟା ଘଟଣାର ପର୍ଦ୍ଦାଫାସ | ପ୍ରେସମିଟ୍ ଜରିଆରେ ଘଟଣାର ପର୍ଦ୍ଦାଫାସ କରିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି |ହତ୍ୟା ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କଲା ପୋଲିସ | ଏହି ଘଟଣାରେ ପୋଲିସ ୬୨ଟି ଗୁଳି,୩ ମାଉଜର ଏବଂ ୫ ମାଗାଜିନ ଜବତ କରିଛି

ପୋଷ୍ୟ ସ୍କୁଲ ଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ମୋ ସ୍କୁଲ ଅଭିଯାନରେ ସରକାରୀ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ନବୀନଙ୍କ ଅପିଲ୍ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ କେନ୍ଦ୍ର ମନ୍ତ୍ରୀ ସମେତ ହାଇକୋର୍ଟର ବିଚାରପତି ଏବଂ ରାଜ୍ୟର ସବୁ ବିଧାୟକ ଏବଂ ସାଂସଦ ମାନଙ୍କୁ ଅନୁରୋଧ କରି ପତ୍ର

କଥା ରଖିଲେ ନବୀନ,୬୨ନୂଆ ପଦବୀ ମଞ୍ଜୁର

ଭୁବନେଶ୍ୱର: ଶିଶୁ ଓ ମହିଳା ମାନଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛନ୍ତି । ମହିଳା ଓ ଶିଶୁ ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ତଥା ସେ ସଂକ୍ରାନ୍ତୀୟ ଅପରାଧକୁ ଯେପରି ଫଳପ୍ରଦ ଭାବରେ ରୋକାଯାଇପାରିବ ଏବଂ ଅଭିଯୋଗର ଉଚିତ ଭାବରେ ତଦନ୍ତ କରାଯାଇପାରିବ |

ଘୋଷଣା ହେବ ଉପ ନିର୍ବାଚନ ତାରିଖ

ପିପିଲି: ଖୁବଶୀଘ୍ର ଘୋଷଣା ହେବ ପିପିଲି ଉପ ନିର୍ବାଚନ ତାରିଖ । କୋଭିଡ୍ ଗାଇଡଲାଇନକୁ ପାଳନ କରି ନିର୍ବାଚନ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ । ତେବେ କୋଭିଡ୍ ନିୟମ ପାଳନ କରି ସମସ୍ତ ମତଦାନ ପ୍ରକ୍ରିୟା ହେବ । ପ୍ରତି ବୁଥରେ ୧୦୦୦ ଜଣ ଭୋଟର ଭୋଟ୍