Odia News Portal

ଦିଲ୍ଲୀ ରାଜପଥରେ ଜାତୀୟସ୍ତରୀୟ ପରେଡ୍

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୨ ତମ ଗଣତନ୍ତ୍ର ଦିବସ । ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ରାଜପଥରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡକୁ ଅଭିବାଦନ ଜଣାଇଛନ୍ତି । ଏବଂ ଏହା ସହ ଦିଲ୍ଲୀ ରାଜପଥରେ ଆରମ୍ଭ ହୋଇଯାଇଛି ସାଧାରଣତନ୍ତ ଦିବସ ପରେଡ। ପ୍ରଧାନମନ୍ତ୍ରୀ ମୋଦି ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।ଜାତୀୟ ଯୁଦ୍ଧ ସ୍ମାରକୀ ରେ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ସାଧାରଣତନ୍ତ୍ର ଦିବସ ପରେଡ ଅନେକ ଦୃଷ୍ଟିରୁ ଖାସ୍ ହେବାକୁ ଯାଉଛି । କୋଭିଡ଼ କଟକଣା ମଧ୍ୟରେ ପାଳନ କରାଯାଉଛି ଗଣତନ୍ତ୍ର ଦିବସ ।

ସାଧାରଣତନ୍ତ ଦିବସ ପରେଡରେ ପ୍ରଥମ ଥର ପାଇଁ ବାଂଲାଦେଶ ସୈନିକମାନେ ଭାରତୀୟ ସୈନ୍ୟଙ୍କ ସହ ମିଶି କଦମତାଲ କରିବେ । ରାଫେଲ ଯୁଦ୍ଧ ବିମାନ ଫ୍ଲାଇପାଷ୍ଟ କରିବ। ପ୍ରଥମ ଥର ଲଦାଖର ଏକ ପ୍ରଜ୍ଞାପନ ମେଢ ଆଜି ପରେଡରେ ସାମିଲ ହେବ। ସେହିପରି ପ୍ରଥମ ଥର ମହିଳା ଫାଇଟର ପାଇଲଟ ପରେଡରେ ଯୋଗ ଦେବେ।

ସାଧାରଣନ୍ତ୍ର ଦିବସ ଅବସରରେ ଚତୁର୍ଥ ଥର ପାଇଁ ଏଥର କୌଣସି ମୁଖ୍ଯ ଅତିଥି ରହିବେନି। ଏଥର ମୋଟର ସାଇକେଲ ଷ୍ଟଣ୍ଟ ଦେଖିବାକୁ ମିଳିବନି। ମହାମାରୀ ସମୟରେ ପ୍ରଥମ ସାଧାରଣତନ୍ତ୍ର ଦିବସ ଅବସରରେ ରାଜପଥରେ ପରେଡକୁ ଦୁରତାକୁ କମାଇ ଦିଆଯାଇଛି । ୨୫ ହଜାର ଦର୍ଶକ ଏଥର ପରେଡକୁ ଦେଖିବେ।ପରେଡରେ ଡିଆରଡିଓ ପକ୍ଷରୁ ଏଲସିଏ ଏବଂ ଏଟିଜିଏମର ଦୁଇଟି ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହେବ ।