Odia News Portal

ଭଦ୍ରକରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ

ଭଦ୍ରକ : ଆଜି ସାରା ଦେଶ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଭଦ୍ରକ ଜିଲ୍ଲାରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଭଦ୍ରକ ସହରର ନେହେରୁ ଷ୍ଟାଡିୟମ ଠାରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି | ଭଦ୍ରକ ଜିଲ୍ଲାପାଳ ଡକ୍ଟର ଜ୍ଞାନ ଦାସ ଜାତୀୟ ପତାକା ଉତ୍ତୋଳନ କରି ପରେଡ୍ ରେ ଅଭିବାଦନ ଗ୍ରହଣ କରିଛନ୍ତି |

ଏହି ଉତ୍ସବରେ କୋଭିଡ କଟକଣା ପାଇଁ କେବଳ ଭଦ୍ରକ ପୋଲିସ ପରେଡ୍ ରେ ଅଂଶ ଗ୍ରହଣ କରିଥିବା ବେଳେ ଅନ୍ୟ ସମସ୍ତ ପରେଡ୍ ଦଳକୁ ବାରଣ କରାଯାଇଛି | ସେହିପରି ଷ୍ଟାଡିୟମ ପରିସରକୁ ସାଧାରଣ ଜନତାଙ୍କୁ ପ୍ରବେଶ ଉପରେ ମଧ୍ୟ କଟକଣା ଜାରି ହୋଇଛି | ସେହିପରି ଏଥର ସାଂସ୍କୃତିକ କାର୍ଯ୍ୟକ୍ରମ , ପ୍ରଜ୍ଞାପନ ମେଢ ଏବଂ ଶୋଭାଯାତ୍ରା ଉପରେ କଟକଣା ଲଗାଯାଇଛି | ଶେଷରେ କରୋନା ଯୋଦ୍ଧା ଓ କୃତି ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ପୁରସ୍କୃତ କରାଯାଇଥିଲା |