Odia News Portal
Yearly Archives

2022

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବରିଷ୍ଠ ରାଜସ୍ୱ ସହାୟକ

ଲାଞ୍ଚ ନେବା ବେଳେ ଧରାପଡିଲେ ପୁରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ ଜିତୁ ରଞ୍ଜନ ଛାଟୋଇ । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଛାଟୋଇ । ଚନ୍ଦନପୁରର ଜଣେ ବ୍ୟକ୍ତିଙ୍କଠାରୁ ଜମି କିସମ ପରିବର୍ତ୍ତନ ପାଇଁ ୫୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ

ଦ୍ବିତୀୟ ଟେଷ୍ଟ: ବାଂଲାଦେଶ ୨୨୭ ରନରେ ଆଉଟ୍

ଉମେଶ ଯାଦବ ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ଶାଣିତ ପ୍ରଦର୍ଶନ ବଳରେ ଗୁରୁବାର ଏଠାରେ ଆରମ୍ଭ ହୋଇଥିବ ଦ୍ୱିତୀୟ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ବାଂଲାଦେଶକୁ ୨୨୭ ରନରେ ଆଉଟ୍ କରିଦେଇଛି । ଏହାର ଜବାବରେ ଭାରତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ବିନା କୌଣସି କ୍ଷତିରେ ୧୯ ରନ୍ କରିନେଇଛି ।

ଦୁଷ୍କର୍ମୀଙ୍କୁ ଆଜୀବନ ସଜ୍ଜା

ଏକ ନାବାଳିକା ଶିଶୁ ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାର କରି ମାନ୍ୟବର ପକସୋ କୋର୍ଟ ଅଭିଯୁକ୍ତ ଗଣେଶ ବେହେରା ଦଳେଇକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୨ ହଜାର ଟଙ୍କା ଜରିମାନା। ଜରିମାନା ଅନାଦେୟ ଅଧିକ ଏକବର୍ଷ ଛଅ ମାସ ଜେଲ ଦଣ୍ଡ। ରାୟ ଶୁଣାଇଲେ ବିଚାରପତି ସଂଜିତ କୁମାର ବେହେରା।

କବୟିତ୍ରୀ ଡକ୍ଟର ଗାୟତ୍ରୀବାଳା ପଣ୍ଡା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

୨୦୨୨ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଘୋଷଣା ହୋଇଛି । ଓଡ଼ିଆ ଭାଷାରେ କବୟିତ୍ରୀ ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ଏଥର ମିଳିବ ପୁରସ୍କାର । କବିତା ସଂକଳନ “ଦୟାନଦୀ” ପାଇଁ ଏହି ମର୍ଯ୍ୟାଦାଜନକ ପୁରସ୍କାର ସେ ପାଇବେ । ମରର ପୁରସ୍କାର ସ୍ୱରୂପ ୧,୦୦,୦୦୦ ଟଙ୍କାର ଅର୍ଥରାଶି

ବାଲେଶ୍ୱରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ: ପ୍ରଦାନ କଲେ ୨୨୦ କୋଟି ଟଙ୍କାର ମିଶନ ଶକ୍ତି ଋଣ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱରରେ ପହଞ୍ଚିଛନ୍ତି । ବାଲେଶ୍ୱରର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟପାଇଁ ମୁଖ୍ୟମନ୍ତ୍ରୀ ବାଲେଶ୍ୱରକୁ ସହାୟତା ପ୍ରଦାନ କରିଛନ୍ତି । ଏସଏଚଜି ଗ୍ରୁପକୁ ମିଶନ ଶକ୍ତି ଋଣ ସହାୟତା ପ୍ରଦାନ କରିଛନ୍ତି ନବୀନ । ୨୨୦ କୋଟି ଟଙ୍କାର ମିଶନ ଶକ୍ତି ଋଣ ସହାୟତା

ବାଲେଶ୍ୱର ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ଆଗକୁ ଚାଲି ଆସିଲେ ଯୁବକ

ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ପାଇଁ ଆଜି ବାଲେଶ୍ୱର ଗସ୍ତରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ଗସ୍ତ ସମୟରେ ଏକ ଅଘଟଣ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ କାରକେଡ ଆଗକୁ ଜଣେ ଦିବ୍ୟାଙ୍ଗ ଯୁବକ ପଶି ଆସିଥିବା ଦେଖାଯାଇଛି । ନିଜର କିଛି

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବାଲେଶ୍ୱରରେ ସ୍କୁଲ୍ ବନ୍ଦ

ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ପାଇଁ କଡ଼ା ସୁରକ୍ଷା । ଲୋକମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଷ୍ଟେସନ୍ ଛକରୁ ଆଇଟିଆଇ ଛକ ଯାଏଁ ନୋ ମେନ୍ ଜୋନ୍ ଘୋଷିତ କରାଯାଇଛି । ନୋ ମେନ୍ ଜୋନ୍‌ରେ ଆସୁଥିବା ସରକାରୀ ଓ ଘରୋଇ ସ୍କୁଲ୍‌କୁ ବନ୍ଦ କରାଯାଇଛି । ସ୍କୁଲ୍ ପିଲା ଅଧା ବାଟରୁ

ହକି ବିଶ୍ୱକପ ନେଇ ଆଜି ସର୍ବଦଳୀୟ ବୈଠକ

ଆସନ୍ତା ମାସରେ ହକି ବିଶ୍ବକପ । ଆଉ ମାତ୍ର ଅଳ୍ପ ଦିନ ରହିଲା । ହକି ବିଶ୍ବକପକୁ କିଭଳି ସଫଳତର ସହ ଆୟୋଜନ କରାଯିବ, ସେଥିପାଇଁ ଆଲୋଚନା କରିବାକୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସନ୍ଧ୍ୟା ୫ଟାରେ ବସିବ ସର୍ବଦଳୀୟ ବୈଠକ । ଲୋକସେବା ଭବନ କନଭେନସନ

ବ୍ରହ୍ମପୁରରେ ଏଣିକି ୨୪ ଘଣ୍ଟିଆ ବିଶୁଦ୍ଧ ଜଳଯୋଗାଣ: ଭର୍ଚୁଆଲରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଏଣିକି ରେଶମ ସହରବାସୀ ୨୪ ଘଣ୍ଟିଆ ପାଇପାରିବେ ବିଶୁଦ୍ଧ ପାନୀୟ ଜଳ। ଘରକୁ ସିଧାସଳଖ ଟ୍ୟାପ୍ ଯୋଗେ ଯୋଗାଇ ଦିଆଯିବ ପିଇବା ପାଣି। କାରଣ ବୁଧବାର ବ୍ରହ୍ମପୁର ମହାନଗର ସମେତ ହିଞ୍ଜିଳିକାଟୁ ପୌରପାଳିକା ଏବଂ ଗୋପାଳପୁର ଏନ୍‌ଏସି ବାସିନ୍ଦାଙ୍କ ପାଇଁ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ୍’

ଚୀନ୍‌ରେ କରୋନା ମୃତ୍ୟୁ ଅସମ୍ଭାଳ

ଚୀନ୍‌ରେ କରୋନା ପୁନର୍ବାର ବଢ଼ିବାରେ ଲାଗିଛି, କୋଭିଡ୍‌ରେ ପ୍ରତିଦିନ ସେଠାରେ ବହୁସଂଖ୍ୟକ ଲୋକଙ୍କ ମୃତ୍ୟୁ ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏପରି ଚର୍ଚ୍ଚାକୁ ଅଧିକ ବଳିଷ୍ଠ କରୁଛି କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶବଦାହ ପାଇଁ ଥିବା ସ୍ବତନ୍ତ୍ର ଶ୍ମଶାନ ନିକଟରେ ବହୁସଂଖ୍ୟକ