Odia News Portal
Yearly Archives

2022

ଦୁଇ ବର୍ଷ ପରେ ରାଜଧାନୀରେ ହେବ କଟକଣାମୁକ୍ତ ପୂଜା:ବିଏମସି ବୈଠକ

ଦୁଇ ବର୍ଷ ପରେ ରାଜଧାନୀରେ ଏଥର କୋରୋନା କଟକଣାମୁକ୍ତ ଦୁର୍ଗା ପୂଜା ହେବ । ଏ ବର୍ଷ ରାଜଧାନୀରେ ୧୭୮ଟି ଦୁର୍ଗା ମେଢ଼ ହେଉଛି । ଶାନ୍ତି ଶୃଙ୍ଖଳାର ସହ ପୂଜା ପାଇଁ ବିଭିନ୍ନ ବିଭାଗ ସହ ବିଏମ୍‌ସିର ସମନ୍ୱୟ ବୈଠକରେ ଆଲୋଚନା ହୋଇଛି । ଲାଇଟ୍, ରାସ୍ତା ମରାମତି, ପରିମଳ ବ୍ୟବସ୍ଥା, ଆଇନ

ଲାଇନଚ୍ୟୁତ ହେଲା କୋରାପୁଟ ଦେଇ ଯାଉଥିବା ବିଶାଖାପାଟଣା କିରନ୍ଦୁଲ ପାସେଞ୍ଜର ଟ୍ରେନ

ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଛତିଶଗଡର କିରନ୍ଦୁଲ ଯାଉଥିବା ବିଶାଖାପାଟଣା କିରନ୍ଦୁଲ ପାସେଞ୍ଜର ଟ୍ରେନ କୋରାପୁଟର ଜୟପୁର ନିକଟ ଉମୁରି ବ୍ରିଜ ନିକଟରେ ଲାଇନଚ୍ୟୁତ ହୋଇଛି | ମିଳିଥିବା ସୂଚନା ମୁତାବକ ଜୟପୁର-ଛତ୍ରିପୁଟ ଷ୍ଟେସନ ମଧ୍ୟରେ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିବାବେଳେ

ଜ୍ଞାନବାପୀ ମସଜିଦ ବିବାଦର ଶୁଣାଣି:ବାରାଣସୀ କୋର୍ଟ

ଜ୍ଞାନବାପୀ ମସଜିଦ ବିବାଦରେ କୋର୍ଟ ହିନ୍ଦୁ ପକ୍ଷ ସପକ୍ଷରେ କୋର୍ଟ ଫଇସଲା ଶୁଣାଇଛନ୍ତି । ବାରାଣସୀ ଜିଲ୍ଲା କୋର୍ଟ କହିଛନ୍ତି, ଜ୍ଞାନବାପୀ-ଶୃଙ୍ଗାର ଗୌରୀ ଶୁଣାଣି ଯୋଗ୍ୟ ମାମଲା । ମାମଲାର ଶୁଣାଣି ସେପ୍ଟେମ୍ବର ୨୨ରେ ହେବ। ମୁସଲିମ ପକ୍ଷର ଆବେଦନ ଖାରଜ କରିଦେଇଛନ୍ତି କୋର୍ଟ। ମସଜିଦ ଭିତରେ

୧୪ରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ : ପ୍ରମୁଖ ଶିଳ୍ପପତିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ୱାନ୍ ଟୁ ୱାନ୍ ଆଲୋଚନା କାର୍ଯ୍ୟକ୍ରମ

ଚଳିତ ମାସ ୧୪ ତାରିଖରେ ମୁମ୍ବାଇରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ ଆୟୋଜିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେବେ। ମୁମ୍ବାଇ ମିଟରେ ଦେଶର ବିଶିଷ୍ଟ ଶିଳ୍ପପତିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ

କଟକରେ ନକଲି ମେଡିସିନ୍ କାରବାର ମାମଲା, ପୁରୀଘାଟ ଥାନାରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ

କଟକରେ ନକଲି ମେଡିସିନ କାରବାର ମାମଲାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ । ଆଜି ପୁରୀଘାଟ ଥାନାରେ ଦୁଇ ଜଣ ଆତ୍ମସମର୍ପଣ କରିଛନ୍ତି । ଏହାପରେ ଦୁଇ ଷ୍ଟକିଷ୍ଟ ଉପରେ ରେଡ୍‌ ଚଳାଇଛି ପୋଲିସ । ନକଲି ମେଡିସିନ୍‌ କାରବାର ମାମଲାରେ ତଥ୍ୟ ହାସଲ ପାଇଁ ସେମାନଙ୍କୁ ପଚରାଉଚରା କରାଯିବ । ଗତକାଲି

ଲଗାଣ ବର୍ଷାରେ ଓଡ଼ିଶା-ଆନ୍ଧ୍ର ଯୋଗାଯୋଗ ବିଚ୍ଛିନ୍ନ

ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଫଳରେ ବୁଡ଼ିଯାଇଛି ଆନ୍ଧ୍ର ସୀମାବର୍ତ୍ତୀ କୁଇଗୁରୁ ପୋଲ । ମୋଟୁ ନିକଟରେ ଥିବା ଗୁଇଗୁରୁ ପୋଲ ଉପରେ ପାଣି । ୩୨୬ ନମ୍ବର ଜାତୀୟ ରାଜପଥ ଦେଇ ଆନ୍ଧ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅନ୍ୟପଟେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଅବପାତ

ପାକିସ୍ତାନକୁ ହରାଇ ଶ୍ରୀଲଙ୍କା ଏସିଆ କପ୍ ଚାମ୍ପିୟନ

ଅଣ୍ଡରଡଗ୍ ଭାବେ ଏସିଆ କପରେ ପ୍ରବେଶ କରିଥିବା ଶ୍ରୀଲଙ୍କା ବିଜେତା ଭାବେ ଅଭିଯାନ ଶେଷ କରିଛି । ରବିବାର ଏଠାରେ ଅନୁଷ୍ଠିତ ଫାଇନାଲରେ ଶ୍ରୀଲଙ୍କା ୨୩ ରନରେ ପାକିସ୍ତାନକୁ ହରାଇ ଚାମ୍ପିୟନ ହୋଇଛି । ଶ୍ରୀଲଙ୍କା ଷଷ୍ଠ ଥର ପାଇଁ ଏବଂ ୮ ବର୍ଷ ବ୍ୟବଧାନ ପରେ ଏହି ମହାଦେଶୀୟ ଟୁର୍ଣ୍ଣାମେଣ୍ଟ

ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ବି କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଚେତାବନୀ ଜାରି ହୋଇଛି। ଆଗାମୀ ୧୩ ତାରିଖ ଯାଏଁ ଓଡ଼ିଶା ଉପକୂଳ

ନାଇଜେରିଆରେ ଏକ ବସ୍‌ ଦୁର୍ଘଟଣାରେ ୨୦ ଜଣଙ୍କର ମୃତ୍ୟୁ

ଦକ୍ଷିଣ ପଶ୍ଚିମ ନାଇଜେରିଆରେ ଏକ ବସ୍‌ ଦୁର୍ଘଟଣାରେ ୨୦ ଜଣଙ୍କର ମୃତ୍ୟୁ। ବସ୍‌ ସହ ଅନ୍ୟ ଏକ ବାହାନ ଧକ୍କା ହେବା କାରଣରୁ ସେଥିରେ ନିଆଁ ଲାଗିଯାଇଥିଲା ଓ ଯାତ୍ରୀମାନଙ୍କର ପୋଡି ଯାଇ ମୃତ୍ୟୁ ହୋଇଛି। ପୋଲିସ ଓ ଅଧିକାରୀମାନେ ଏହି ବିଷୟରେ ସୂଚନା ଦେଇ କହିଛନ୍ତି, ଶନିବାର ଏହି

ଲେଭାନା ସୁଇଟ୍ସ ହୋଟେଲ୍‌ ଅଗ୍ନିକାଣ୍ଡ

ଲେଭାନା ସୁଇଟ୍ସ ହୋଟେଲ୍‌ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟନୁଷ୍ଠାନ । ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ସେପ୍ଟେମ୍ବର ୫ ତାରିଖରେ ଘଟିଥିବା ଏହି ଘଟଣାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର । ୧୯ ଅଫିସର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଉତ୍ତର ପ୍ରଦେଶ ସରକାର।