Odia News Portal
Yearly Archives

2022

୧୬ ଓ ୧୮ ରେ ଏୟାର ସୋ

ଆଜାଦିକା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ବାୟୁସେନା ପକ୍ଷରୁ ଏୟାର ଶୋ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ଭୁବନେଶ୍ୱର, ପୁରୀ ଓ ଆସାମର ଗୌହାଟୀକୁ ଚିହ୍ନଟ କରାଯାଇଛି। ଆସନ୍ତା ୧୬ ଓ ୧୮ ଦୁଇ ଦିନରେ ଏହି ଶୋ ହେବ। ୪୫ମିନିଟର ଏହି ଶୋ’ ପାଇଁ ୧୦ଟାରୁ ୧୧ଟା ଏବଂ ୪ଟା ୧୫ ମିନିଟରୁ

ମୁଖ୍ୟମନ୍ତ୍ରୀଙ୍କ ପାଇଁ ୩୦ ପ୍ଲାଟୁନ୍ ଫୋର୍ସ

ମୁଖ୍ୟମନ୍ତ୍ରୀଙ୍କ ଆଗମନ ନେଇ କମିଶନରେଟ ପୋଲିସ ର ବ୍ୟାପକ ବ୍ୟବସ୍ଥା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମୁତୟନ ରହିବେ ୩୦ ପ୍ଲାଟୁନ ଫୋର୍ସ । ମୁଖ୍ୟମନ୍ତ୍ରୀ ଙ୍କୁ ସମ୍ବର୍ଦ୍ଧନା ପାଇଁ ୫୦ ହଜାର ଲୋକଙ୍କ ସମାଗମ ସମ୍ଭାବନା । ବ୍ୟାପକ ଭିଡ ନିୟନ୍ତ୍ରଣ ପାଇଁ ଟ୍ରାଫିକ ବ୍ୟବସ୍ଥା କଡାକଡି ପାଳନ

ଆସ୍ଥା ଭୋଟ୍ ଜିତିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

ଝାଡ଼ଖଣ୍ଡର ଦୀର୍ଘ ଦିନ ଧରି ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆସ୍ଥା ଭୋଟ୍ ଜିତିଛନ୍ତି। ୮୧ ସଦସ୍ୟ ବିଶିଷ୍ଟ ବିଧାନସଭାରେ ସରକାରଙ୍କ ସପକ୍ଷରେ ୪୮ଟି ଭୋଟ୍ ପଡ଼ିଥିଲା । ଅନ୍ୟପକ୍ଷରେ ବିଜେପି ବିଧାୟକମାନେ କକ୍ଷତ୍ୟାଗ କରିଥିଲେ । ସୋମବାର ହେମନ୍ତ

କାଳ ପାଲଟିଲା ଦୋଳି

କାଳ ପାଲଟିଲା ଦୋଳି । ମେଲଣ ଦୋଳିରେ ବସି ଝୁଲୁଥିବା ବେଳେ ଘଟିଲା ଅଘଟଣ । ୫୦ ଫୁଟ ଉଚ୍ଚତାରୁ ଖସିପଡିଲା ଦୋଳି । ଫଳରେ ୫୦ ଜଣ ଆହତ ହୋଇଥିବା ବେଳେ କେହି ମୃତହାତ ହୋଇନଥିବା ସୂଚନା । ପଞ୍ଜାବ ମୋହାଲିରେ ଘଟିଛି ଏହି ଅଭାବନୀୟ ଘଟଣା । ସମସ୍ତଙ୍କ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା

୭ରେ ଘୁର୍ଣ୍ଣିବଳୟ, ପରେ ଲଘୁଚାପ

ଆସନ୍ତା ୭ ତାରିଖ ବେଳକୁ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା । ଏହାର ପରବର୍ତ୍ତୀ ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଲଘୁଚାପ ସୃଷ୍ଟି ସମ୍ଭାବନା । ଲଘୁଚାପ ସମ୍ଭାବନା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ।

ଲକ୍ଷ୍ନୌ ହୋଟେଲରେ ଅଗ୍ନିକାଣ୍ଡ, ଦୁଇ ମୃତ

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ କିଛି ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋମବାର ସକାଳେ ହଜରତଗଞ୍ଜ ଅଞ୍ଚଳରେ ଥିବା ହୋଟେଲ ଲେଭାନାରେ ନିଆଁ ଲାଗି ଯାଇଥିଲା। ଖବର

ବେଲ୍ଟ ପିନ୍ଧି ନ ଥିଲେ ସାଇରସ ମିସ୍ତ୍ରି

ଗତ ରବିବାର ଦିନ କାର ଦୁର୍ଘଟଣାରେ ପ୍ରାଣ ହରାଇଥିବା ପୂର୍ବତନ ଟାଟା ସନ୍ସ ଚେୟାରମ୍ୟାନ ସାଇରସ ମିସ୍ତ୍ରୀ ବେଲ୍ଟ ପିନ୍ଧି ନ ଥିଲେ । ଦୁର୍ଘଟଣାର କାରଣ ସଂପର୍କରେ ଅନୁସନ୍ଧାନ କରୁଥିବା ପୋଲିସ ଏହି ସୂଚନା ଦେଇଛି । କାରର ପଛସିଟରେ ବସିଥିବା ସାଇରସ ମିସ୍ତ୍ରି ବେଲଟ ପିନ୍ଧି ନ ଥିବା କାରଣରୁ

ଦିଲ୍ଲୀରେ ମଙ୍କିପକ୍ସର ଷଷ୍ଠ ମାମଲା ଚିହ୍ନଟ

ଜାତୀୟ ରାଜଧାନୀ ଦିଲ୍ଲୀରେ ମଙ୍କିପକ୍ସର ଷଷ୍ଠ ମାମଲା ରିପୋର୍ଟ ହୋଇଛି। ଦ୍ୱାରକାରେ ରହୁଥିବା ଜଣେ ୨୨ ବର୍ଷୀୟା ଆଫ୍ରିକୀୟ ମହିଳାଙ୍କର ରିପୋର୍ଟ ପଜିଟିଭ୍ ଆସିଛି | ମହିଳା ଜଣକ ଗତ କିଛି ଦିନ ହେବ ଜ୍ୱର ସହ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ । ପରେ ତାଙ୍କୁ ଲୋକ ନାୟକ ଜୟ

ମଦର ଟେରେସାଙ୍କ ପୁଣ୍ୟତିଥିରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ମଦର ଟେରେସାଙ୍କ ପୁଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜିର ଦିନକୁ ଆନ୍ତର୍ଜାତିକ ଦାତବ୍ୟ ଦିବସ ଭାବେ ବି ପାଳନ କରାଯାଉଛି। ଏହି ଅବସରରେ ଗରିବ ଓ ଅସହାୟଙ୍କ ସେବା କରିବା ସହ ନିଃସ୍ୱାର୍ଥପର ଭାବେ ଏକ ସମାବେଶୀ ସମାଜ ଗଠନ ଦିଗରେ ଯୋଗଦାନ ପାଇଁ

ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ଫିଙ୍ଗି ଦେଇଥିଲା ସ୍ବାମୀ, ୫ ମାସ ପରେ ଉଦ୍ଧାର ହେଲା ମୃତଦେହ

ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ଫିଙ୍ଗି ଦେଇଥିଲା ସ୍ବାମୀ । ଆଉ ରଚିଥିଲା ନିଖୋଜର ନାଟକ। ଘଟଣାରେ ୫ ମାସ ପରେ ମୃତଦେହ ଉଦ୍ଧାର କରିବା ସହ ଘଟଣା ଉପରୁ ପରଦା ହଟାଇଛି ପୋଲିସ। କୋରାପୁଟ ଜିଲ୍ଲା କାକିରିଗୁମ୍ମାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ପାରିବାରିକ କଳହ