Odia News Portal
Yearly Archives

2023

ନିୟମ ଭାଙ୍ଗିଲେ ଗଣିବେ ତଣ୍ଡ, ବିଏମସିର ଆଇସିଓଏମସି ଟାୱାରରେ ରଖାଯାଇଛି ୨୪ ଘଣ୍ଟିଆ ନଜର

ଟ୍ରାଫିକ୍ ନିୟମ ନମାଲିଲେ ଗଣିବ ତଣ୍ଡ । ଟ୍ରାଫିକ ପୋଷ୍ଟରେ ଛିଡ଼ା ହେଲା ବେଳେ ଜେବ୍ରା କ୍ରସିଂ ଅତିକ୍ରମ କଲେ ଦେବାକୁ ପଡ଼ିବ ଜୋରିମାନା । ବିଏମସିର ଆଇସିଓଏମସି ଟାୱାରରେ ୨୪ ଘଣ୍ଟିଆ କଂଟ୍ରୋଲ ରୁମ ଟ୍ରାଫିକର ପ୍ରତିଟି ଗତିବିଧି ଉପରେ ନଜର ରଖିବ । ସିସିଟିଭିରେ ଗାଡ଼ି ଚାଳକଙ୍କ ସବୁ

ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା, ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା । କାଳବୈଶାଖୀ ପ୍ରଭାବରେ ଆଜି ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ବର୍ଷା ହୋଇପାରେ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିକେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସ ସୂଚନା ଦେଇଛନ୍ତି । କାଳବୈଶାଖୀ ପାଇଁ ଆଞ୍ଚଳିକ ପାଣିପାଗ

କେନ୍ଦ୍ରାପଡ଼ାରେ ହେବ ବିଶ୍ବର ବୃହତ ଷ୍ଟିଲପ୍ଲାଣ୍ଟ

କେନ୍ଦ୍ରାପଡ଼ାରେ ହେବ ବିଶ୍ବର ବୃହତ ଷ୍ଟିଲ୍ ପ୍ଲାଣ୍ଟ । ଯେତେ ଶୀଘ୍ର ଲୋକେ ସହଯୋଗ କରିବେ ସେତେଶୀଘ୍ର ଷ୍ଟିଲ୍ ପ୍ଲାଣ୍ଟ ହେବ ବୋଲି କେନ୍ଦ୍ରାପଡ଼ାବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ । ଖୁବଶୀଘ୍ର ମାର୍ଶାଘାଇରୁ ଜମ୍ବୁ ପର୍ଯ୍ୟନ୍ତ ୬ ଲେନ୍ ବିଶିଷ୍ଟ ରାସ୍ତା ହେବ । ଏଥିପାଇଁ ୧୦୦

ସୁଦାନରୁ ଜନ୍ମମାଟିକୁ ଫେରିଲେ ୬ ଓଡ଼ିଆ

ସୁଦାନରେ ସେନା-ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ ଜାରି ରହିଛି । ଏହାରି ଭିତରେ ଅପରେସନ କାବେରୀ ଦ୍ବାରା ଦେଶବାସୀଙ୍କୁ ସ୍ବଦେଶ ଫେରାଇ ଅଣାଯାଉଛି । ଆଜି ସୁଦାନରୁ ୬ଜଣ ଓଡିଆ ଭୁବନେଶ୍ବରରେ ପହଞ୍ଚିଛନ୍ତି । ସେମାନଙ୍କର ଘର ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ହୋଇଥିବା

ରାଜଧାନୀରେ ପୁଣି ଚାଞ୍ଚଲ୍ୟ, ପଟିଆ ଷ୍ଟେସନ ନିକଟରେ ଜଣେ ଠିକାଦାରଙ୍କୁ ହତ୍ୟା

ରାଜଧାନୀରେ ପୁଣି ଚାଞ୍ଚଲ୍ୟ। ରାଜକିଶୋର ପଣ୍ଡା ନାମକ ଜଣେ ଠିକାଦାରଙ୍କୁ ପଟିଆ ରେଳଷ୍ଟେସନ ନିକଟରେ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବଡଭାଇ ନବକିଶୋର ପଣ୍ଡା ଏହି ଅଭିଯୋଗ ଆଣିଛନ୍ତି। ୩୦ ବର୍ଷିୟ ରାଜକିଶୋର ଠିକା କାମ କରିବା ସହ ଏକ ଜୀବନ ବୀମା କମ୍ପାନୀର ଏଜେଣ୍ଟ

ଆଜି ପୁରୀ- ହାୱଡା ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍

ପୁରୀ-ହାୱଡା ‘ବନ୍ଦେ ଭାରତ’ ଏକ୍ସପ୍ରେସର ଟ୍ରାଏଲ ରନ୍ ଆଜି ଆରମ୍ଭ ହୋଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଆଜି ସକାଳ ୬ଟା ୧୦ରେ ଟ୍ରେନ ହାୱଡ଼ା ଷ୍ଟେସନରୁ ଛାଡିଛି । ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୨ ମିନିଟ ଲେଖାଏଁ ରହିବ ଏହି ଅତ୍ୟାଧୁନିକ

ଛାତ୍ରଛାତ୍ରୀଙ୍କ ସହ ସେଲଫି ଉଠାଇଲେ ଭି.କେ ପାଣ୍ଡିଆନ

ଦୁଇଦିନିଆ କେନ୍ଦ୍ରାପଡା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍ । ଜିଲ୍ଲାରେ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଭି.କେ ପାଣ୍ଡିଆନ। ଏହି ଅବସରରେ ଗାଁରେ ଏସଏଚଜି ମହିଳାଙ୍କ ସହ ବିଭିନ୍ନ କାର୍ଯ୍ୟ

ଚଳନ୍ତା ଟ୍ରେନରେ ଲାଗିଲା ନିଆଁ, ୩ ଶିଶୁ ସମେତ ୭ ଜଣଙ୍କ ମୃତ୍ୟୁ

ପାକିସ୍ତାନର ସିଂଘ ଅଂଚଳରେ ଏକ ଏକ୍ସପ୍ରେସ ଟ୍ରେନର ଏକ ଡବାରେ ନିଆଁ ଲାଗିଯିବାରୁ ୩ ଶିଶୁ ଓ ଜଣେ ମହିଳା ସମେତ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଗୁରୁବାର ଜଣେ ରେଳ କର୍ମଚାରୀଙ୍କ ସୂଚନା ଅନୁଯାୟୀ ଗତକାଲି ରାତିରେ କରାଚିରୁ ଲାହୋର ଯାଉଥିବା କରାଚି ଏକ୍ସପ୍ରେସ ଟ୍ରେନର ଏକ ବିଜିନେସ କ୍ଲାସ

ଆଳିରେ ଡଙ୍ଗା ବୁଡ଼ି ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନକମ୍ପାମୂଳକ ସହାୟତା ଘୋଷଣା କଲେ…

କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଏକ ମାଣିଆ ଘାଟ ରେ ନୌକା ଦୁର୍ଘଟଣା ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁବରଣ କରିଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଓ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମବେଦନା ପ୍ରକାଶ କରିଛନ୍ତି।

ଠିକାଦାରଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ: ଭିଜିଲାନ୍ସ ଜାଲରେ ପଡ଼ିଲେ ନିର୍ବାହୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବଡ଼ମ୍ବା ବ୍ଲକ ନିର୍ବାହୀ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ା। ସେ ବିଲ୍ ପାସ କରିବା ପାଇଁ ଜଣେ ଠିକାଦାରଙ୍କଠୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିବା ଜଣାଯାଇଛି। ନିର୍ବାହୀ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ା ନିଜର ସରକାରୀ ବାସଭବନରେ ଲାଞ୍ଚ ନେଉଥିବା