Odia News Portal
Yearly Archives

2023

ବିଜେଡି ଟିକେଟ୍ ନେଲେ ପ୍ରାର୍ଥୀ ଦୀପାଳି ଦାସ

ନବୀନ ନିବାସରୁ ଟିକେଟ ନେଇ ଫେରିଲେ ଦୀପାଳି ଦାସ । ବିଜେଡି ସୁପ୍ରିମୋଙ୍କ ଆଶୀର୍ବାଦ ନେବା ସହ ନବୀନ ପଟ୍ଟନାୟକଙ୍କୁ ଗୌରବାନ୍ବିତ କରିବେ ବୋଲି କହିଛନ୍ତି ଦୀପାଳି । ବିଜୟ ନେଇ ସମ୍ପୂର୍ଣ୍ଣ ଆଶାବାଦୀ ଥିବା କହିଛନ୍ତି ଦୀପାଳି । ଯେଉଁମାନେ କହୁଛନ୍ତି ଝାରସୁଗୁଡ଼ାର ବିକାଶ ହୋଇନି ସେମାନେ

ଆଜି ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ପାଇଁ ଭୋଟ୍

ଆଜି ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ପରିଷଦର ମୋଟ ୨୫ ସଦସ୍ୟ ପଦବୀ ପାଇଁ ମତଦାନ ହେବ । ଏହି ନିର୍ବାଚନ ପ୍ରକ୍ରିୟାରେ ରାଜ୍ୟର ମୋଟ ୩୪ ହଜାର ୯୦୮ ଜଣ ଆଇନଜୀବୀ ଭୋଟ ଦେବେ । ପରିଷଦର ୨୫ଟି

ସମ୍ବଲପୁର ଜିଲ୍ଲାର ସମସ୍ତ ସୀମା ସିଲ୍

ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁର ସହରରେ ଘଟିଥିବା ହିଂସାକାଣ୍ଡରୁ ସୃଷ୍ଟି ପରିସ୍ଥିତିର ମୁକାବିଲା ପାଇଁ ଆଉ ଏକ ପଦକ୍ଷେପ ନେଇଛି ପ୍ରଶାସନ। ସମ୍ବଲପୁର ଜିଲ୍ଲାର ସମସ୍ତ ସୀମାକୁ ସିଲ୍ କରିଦିଆଯାଇଛି। ଏନେଇ ଏସପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି। ସମ୍ବଲପୁର ସ୍ଥିତି ନେଇ

ଦେଶରେ ଦିନକରେ ୧୦,୭୫୩ କରୋନା ପଜିଟିଭ ଚିହ୍ନଟ

ଦେଶରେ କାୟା ମେଲାଉଛି କୋରୋନା । ତେବେ କିଛି ଦିନ ହେବ ଲୁଚକାଳି ଖେଳୁଛି କୋରୋନା ସଂକ୍ରମଣ । ଦିନେ ବଢିଲେ ଦିନେ କମୁଛି । ଗତ କିଛି ଦିନ ହେବ ଚିନ୍ତା ବଢାଇଛି କୋରୋନା ସଂକ୍ରମଣ ମାମଲା । ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ପାର କରିଥିବା ବେଳେ ଆଜି ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି

ଖାଆନ୍ତୁ ଏହି ପତ୍ର, ଶରୀର ରହିବ ଏକଦମ୍‌ ନିରୋଗ

ଭିଟାମିନ୍ ଏ, ଭିଟାମିନ୍‌ ବି ୧୨, କ୍ୟାଲୋରୀ, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍,ଫ୍ୟାଟ୍,ଫାଇବର ଏବଂ ଆଇରନ ଏବଂ ଅନେକ ପୋଷକ ତତ୍ତ୍ୱରେ ଭରପୂର ଥିବା ପୋଇ ଶରୀରର ଅନେକ ସମସ୍ୟାକୁ ଦୂର କରିଥାଏ । ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦୂର ହୋଇଥାଏ । ଆପଣଙ୍କୁ ଜଣାଇବାକୁ

ବୈଶାଖୀ ମେଳା ସମୟରେ ଭୁଶୁଡିଲା ବ୍ରିଜ୍, ୨୦ଆହତ

ବୈଶାଖୀ ମେଳା ସମୟରେ ଭୁଶୁଡିଲା ବ୍ରିଜ୍। ଆହତ ହେଲେ ମେଳାକୁ ଆସିଥିବା ଲୋକେ। ଜମ୍ମୁ କଶ୍ମୀରର ଉଧମପୁର ଜିଲ୍ଲାରେ ହେଉଥିବା ବୈଶାଖୀ ମେଳାରେ ଏହି ଦୁର୍ଘଟଣା ଘଟିଛି। ନଦୀ ଉପରେ ନିର୍ମାଣ ହୋଇଥିବା ଲୁହା ବ୍ରିଜ ଭାଙ୍ଗିବା କାରଣରୁ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ

୧୨ ଲକ୍ଷ ଠକେଇ: ବିଲ୍ଡର ଗିରଫ

୧୨ ଲକ୍ଷ ଠକେଇ ଅଭିଯୋଗରେ ବିଲ୍ଡର ଗିରଫ । ବିଲ୍ଡର ମନୋଜ ସାହୁଙ୍କୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ ଗିରଫ କରିଛି । ଜାଗାଦେବା ନାଁରେ ୧୨ ଲକ୍ଷ ଠକି ନେଇଥିବା ଅଭିଯୋଗ ହୋଇଛି ।

ଜେଜେ ମାଆଙ୍କୁ ହତ୍ୟା କଲା ନାତି

ଜେଜେ ମାଆଙ୍କୁ ହତ୍ୟା କଲା ନାତି । ହତ୍ୟାକୁ ଲୁଚାଇବାକୁ ଯାଇ ମାଆ ପୁଅ ମିଶି ମୃତଦେହକୁ ପୋତି ଦେଲେ । ୪ ଦିନ ପରେ ମାଟି ତଳୁ ମିଳିଛି ଗଳିତ ମୃତଦେହ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଖଣ୍ଡିଆଗୁଡା ଗାଁର ଅଭାବନୀୟ ଘଟଣା । ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ

ଅରବିନ୍ଦ କେଜ୍ରିୱାଲଙ୍କୁ ଗୋଆ ପୋଲିସର ସମନ, ଏପ୍ରିଲ ୨୭ରେ ହାଜର ହେବାକୁ କହିଲା

ଗୋଆ ପୋଲିସ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗୁରୁବାର (ଏପ୍ରିଲ ୨୭) ରେ ହାଜର ହେବାକୁ ସମନ ଜାରି କରିଛି । ସରକାରୀ ସମ୍ପତ୍ତି ତଥା ସର୍ବସାଧାରଣ ସ୍ଥାନରେ ବେଆଇନ ଭାବେ ନିର୍ବାଚନ ପୋଷ୍ଟର ଲଗାଇବା ଅଭିଯୋଗରେ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ଇଣ୍ଡୋନେସିଆରେ ୭.୦ ର ଭୟଙ୍କର ଭୂକମ୍ପ

ପୁଣି ଭୂକମ୍ପରେ ଥରିଛି ଇଣ୍ଡୋନେସିଆ । କିଛି ଘଣ୍ଟା ପୂର୍ବରୁ ଏହି ଭୂମିକମ୍ପ ସଂଘଟିତ ହୋଇଛି । ଯାହାର ତୀବ୍ରତା ଥିଲା ୭.୦ । ଦେଶର ଦୁଇ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଜାଭା ଓ ବାଲିରେ ଏହି ଭୂକମ୍ପ ହୋଇଥିବା ସୂଚନା ମିଳିଛି । କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ । ଜାଭା ଦ୍ୱୀପର ପୂର୍ବ