Odia News Portal
Yearly Archives

2023

ମାଡିଗଲା ପୋକଲେନ୍‌: ୨ ମୃତ

ବୋଲେରୋ ଉପରେ ମାଡିଗଲା ପୋକଲେନ୍ । ଫଳରେ ୨ ଜଣଙ୍କର ମୃ୍‌ତ୍ୟୁ ହୋଇଛି । ୬ ଜଣ ଗୁରୁତରଙ୍କୁ ଛତିଶଗଡ ସ୍ଥାନାନ୍ତର ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ହେମଗିରି ଥାନା ଗର୍ଜନବାହାଲ କୋଇଲା ଖଣିରେ ଅଘଟଣ ହୋଇଛି । କୋଇଲା ଖଣିରେ ପୋକଲେନ୍‌ରେ କାମ କରିବା ବେଳେ ଏହିଭଳି ଅଘଟଣ ହୋଇଛି ।

ପ୍ରବାସୀ ଓଡ଼ିଆମାନଙ୍କ ସମସ୍ୟା ବୁଝିବା ପାଇଁ ଓଡ଼ିଶା ପରିବାର ନିର୍ଦେଶାଳୟ ଖୋଲିବ: ମନ୍ତ୍ରୀ

ଓଡ଼ିଶା ପରିବାର ନିର୍ଦେଶାଳୟ ଖୋଲିବା ନେଇ କ୍ୟାବିନେଟ ନିଷ୍ପତ୍ତି ପରେ ଏନେଇ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପ୍ରବାସୀ ଓଡ଼ିଆମାନଙ୍କର ସମସ୍ୟା ବୁଝିବା ପାଇଁ ଗୋଟେ ସ୍ୱତନ୍ତ୍ର ଦପ୍ତର ରହିବ। ଏହା ଦ୍ୱାରା

ପୋଲିସ ଏଏସ୍‌ଆଇଙ୍କୁ ୫ ବର୍ଷ ଜେଲ

ଭିଜିଲାନ୍ତ୍ର ମାମଲାରେ ପୂର୍ବତନ ପୋଲିସ ଏଏସ୍‌ଆଇଙ୍କୁ ୫ବର୍ଷ ଜେଲ ଦଣ୍ଡ । ଖୋର୍ଦ୍ଧା ଟାଉନ ଥାନାର ପୂର୍ବତନ ଏଏସ୍‌ଆଇ ଲକ୍ଷ୍ମିଧର ପଣ୍ଡାଙ୍କୁ ଜେଲ ଦଣ୍ଡ ଦିଆଯାଇଛି । ୨ଟି ମାମଲାରେ ଯଥାକ୍ରମେ ୩ ବର୍ଷ ଓ ୨ ବର୍ଷ ଜେଲ ଦଣ୍ଡାଦେଶ । ଜେଲ ସହ ୫ହଜାର ଜରିମାନା କଲେ ଭୁବନେଶ୍ୱର ଭିଜିଲାନ୍ତ୍ର

ଯାଞ୍ଚ ହେବ ପୋଷ୍ଟମାଷ୍ଟରଙ୍କ ସାର୍ଟିଫିକେଟ

ଜାଲ ଶିକ୍ଷକ ସାର୍ଟିଫିକେଟ ପରେ ଏବେ ସାମ୍ନାକୁ ଆସିଛି ପୋଷ୍ଟମାଷ୍ଟର ନିଯୁକ୍ତି ପ୍ରସଙ୍ଗ । ଯାଞ୍ଚ ହେବ ପୋଷ୍ଟମାଷ୍ଟର,ଆସିଷ୍ଟାଣ୍ଟପୋଷ୍ଟମାଷ୍ଟରଙ୍କ ସାର୍ଟିଫିକେଟ । ଏନେଇ ଏକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ପିଏମଜି ନିର୍ଦ୍ଧେଶକ ସୁରେଶ ଚନ୍ଦ୍ର ବାରିକ । ୨୦୧୮ ପରେ ନିଯୁକ୍ତି ପାଇଥିବା

ସିବିଆଇ କୋର୍ଟରେ ହାଜର ହେଲେ ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗ

ଇଡି ମାମଲାରେ ଆଜି ଅର୍ଚ୍ଚନା ହାଜର ହୋଇଛନ୍ତି । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ କୋର୍ଟରେ ହଜର ହୋଇଛନ୍ତି । ଅର୍ଚ୍ଚନାଙ୍କ ମନି ଲଣ୍ଡରିଂ ମାମଲାରେ ତଦନ୍ତ କରୁଛି ଇଡି ।

ରାଜଧାନୀରେ କଲ୍‌ବଲ୍ କରୁଛି ତାତି

ରାଜଧାନୀ ଭୁବନେଶ୍ୱର ସହ ସାରା ରାଜ୍ୟରେ ପ୍ରବଳ ତାତି । ଆଜି ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରୀ ୩୭.୨ଡିଗ୍ରୀ । ଭୁବନେଶ୍ୱର ଭଳି ଝାରୁସୁଗୁଡାରେ ମଧ୍ୟ ତାତି ୩୭.୨ ଡିଗ୍ରୀ ଛୁଇଁଲା । ଚାନ୍ଦବାଲି ୩୭, ବାଲେଶ୍ୱର ଓ ସମ୍ବଲପୁର ୩୬ ଡିଗ୍ରୀ ସେଲସିୟସ ଛୁଇଁଲା । ହୀରାକୁଦ ୩୫.୪,

କୃଷକ ସଙ୍ଗଠନଗୁଡିକୁ ସହାୟତା ପାଇଁ ୩୧୩କୋଟି ୬୧ଲକ୍ଷ ଟଙ୍କା ଅନୁମୋଦନ

କ୍ୟାବିନେଟ୍ ବୈଠକରେ ୭ଟି ପ୍ରସ୍ତାବ ଉପରେ ବାଜିଲା ମୋହର । ରାଜ୍ୟ ଯୋଜନା ଅର୍ନ୍ତଭୁକ୍ତ କୃଷକ ସଙ୍ଗଠନ ଗୁଡିକୁ ସହାୟତା ଉଦ୍ଦେଶ୍ୟରେ ଆଗାମୀ ୫ବର୍ଷ ପାଇଁ ୩୧୩କୋଟି ୬୧ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି । ହଜାରରେ ଉର୍ଦ୍ଧ୍ୱ କୃଷକ ଉତ୍ପାଦକ ସଙ୍ଗଠନ ୩ ଲକ୍ଷରୁ ଅଧିକ ଚାଷୀଙ୍କୁ ସାମିଲ କରି

ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୫,୮୦୦ ଉପରେ

ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୫,୮୦୦ ଉପରେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୫,୫୦୦ ଅତିକ୍ରମ କରିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଦେଶରେ ବୃଦ୍ଧି ପାଉଥିବା କୋଭିଡ୍‌-୧୯ ସଂକ୍ରମଣର ମୁକାବିଲା ନିମନ୍ତେ

ଏପ୍ରିଲ ୨୬ରେ ଦିଲ୍ଲୀ ମେୟର ନିର୍ବାଚନ

ଦିଲ୍ଲୀରେ ଆସନ୍ତା ୨୬ ତାରିଖରେ ପୁଣି ଥରେ ମେୟର ନିର୍ବାଚନ ହେବାକୁ ଯାଉଛି। ପୂର୍ବରୁ ବହୁ ହଙ୍ଗାମା ଓ ଅନେକ ଥର ନିର୍ବାଚନ ସ୍ଥଗିତ ରହିବା ପରେ ଗତ ଫେବ୍ରୁଆରି ୨୨ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଆପ୍ ର ଶୈଲି ଓବରୟ ବିଜୟୀ ହୋଇଥିଲେ, କିନ୍ତୁ ବିଳମ୍ବିତ ନିର୍ବାଚନ