Odia News Portal
Yearly Archives

2024

ଅତ୍ୟାବଶ୍ୟକ ସେବା ଆଇନ ଏସ୍‌ମା ଲଗାଇଲେ ରାଜ୍ୟ ସରକାର

ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ଉପରେ ଲାଗିଲା ଏସ୍‌ମା । ଅତ୍ୟାବଶ୍ୟକ ସେବା ଆଇନ ଏସ୍‌ମା ଲଗାଇଲେ ରାଜ୍ୟ ସରକାର । ଏସ୍‌ମା ଆଗାମୀ ୬ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ ବିଜ୍ଞପ୍ତି । ବିଭିନ୍ନ ଦାବିରେ ଆଜିଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଗ୍ନିଶମ କର୍ମଚାରୀ ।

ଜନଜାତି ଭାଇ ଭଉଣୀଙ୍କ ଉପରେ ଥିବା ଛୋଟ ଛୋଟ ମକଦ୍ଦମା ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନଜାତି ଭାଇ ଭଉଣୀ ମାନଙ୍କ ଉପରେ ଥିବା ଛୋଟ ଛୋଟ ମକଦ୍ଦମା ଗୁଡିକ ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗୃହ ବିଭାଗ, ଅବକାରୀ ବିଭାଗ ଓ ଜଙ୍ଗଲ ଓ ପରିବେଶ ବିଭାଗ ଜନଜାତି ବର୍ଗଙ୍କ

ବିଜେପିରେ ମିଶିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ବିଜେପିରେ ସାମିଲ ହେଲେ ଗାପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ବିଜେପି ଦଳୀୟ କାର୍ଯ୍ୟାଳୟକୁ ଆସି ସାମିଲ ହେଲେ ପ୍ରଦୀପ। ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ମିଶିଲେ ପ୍ରଦୀପ। ବିଜେପିରେ ଯୋଗଦେବା ପରେ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ବର୍ତ୍ତମାନ ସମୟ ପରିବର୍ତ୍ତନର ସମୟ,

ଜମି ପଟ୍ଟା ପାଇବେ ୨୬ ଜିଲ୍ଲାର ୨ ଲକ୍ଷ ୫୦ ହଜାର ଚାଷୀ; ପ୍ରଥମ ଦିନରେ ପାଇଲେ ଦଶ ହଜାର ହିତାଧିକାରୀ

ଦୀର୍ଘ ବର୍ଷର ଜମିଜମା ସମସ୍ୟାର ହେଲା ସମାଧାନ। ସିକିମ ସ୍ୱତ୍ୱ ରୟତ ଚାଷୀଙ୍କୁ ମିଳିଲା ଜମି ପଟ୍ଟା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ସ୍ୱତନ୍ତ୍ର ସମାରୋହରେ ପ୍ରଥମ ଦିନରେ ୨୬ଟି ଜିଲ୍ଲାର ଦଶ ହଜାର ସିକିମ ରୟତ ଚାଷୀମାନଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି। ଏହି ଅବସରରେ

ଜେଲରୁ ଅପରେଟ୍ ହେଉଛି ବ୍ରାଉନସୁଗର କାରବାର

ଖୋର୍ଦ୍ଧା ଜେଲ ଭିତରୁ ମାଫିଆମାନେ ଅପରେଟ କରୁଛନ୍ତି ବ୍ରାଉନସୁଗର କାରବାର। ଏହି ଜେଲ ଭିତରୁ ଗୋଟିଏ ମୋବାଇଲ ଫୋନ ଜବତ ହେବା ପରେ ଖୋଲିଛି ଗୁମର। ଖୋର୍ଦ୍ଧା ଟାଉନ ଥାନା ପୁଲିସ ଖୋର୍ଦ୍ଧା ସହରରୁ ଜଣେ ଯୁବତୀଙ୍କ ସମେତ ମୋଟ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ

ବରଗଡ ଜିଲ୍ଲାରେ ୨୧୪୯ କୋଟି ଟଙ୍କା ମୂଲ୍ୟର ୬୨ଟି ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲା ଗସ୍ତରେ ଯାଇ ବିଜେପୁରର କନାପାଲିଠାରେ ବରଗଡ ଜିଲ୍ଲାରେ ୨୧୪୯ କୋଟି ଟଙ୍କା ମୂଲ୍ୟର ୬୨ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି। ଏଥି ସହିତ ୨୬୩ କୋଟି ୩୩ ଲକ୍ଷ ୧୮ ହଜାର ଟଙ୍କା ବ୍ୟୟରେ ୨୧ଟି ବିଭିନ୍ନ

ପୁରୀରୁ କୋଣାର୍କ ଚାଲିବ ଟ୍ରେନ୍ : ଅଶ୍ୱିନୀ

 ପୁରୀରୁ କୋଣାର୍କ ନୂଆ ରେଲୱେ  ଲାଇନ ନେଇ ଘୋଷଣା । ପ୍ରେସମିଟ୍‌ରେ ଘୋଷଣା କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୩୨ କିମିର ନୂଆ ରେଳପଥ ପାଇଁ ୪୯୨ କୋଟି ଟଙ୍କା ମଞ୍ଜୁର । ସୂର୍ଯ୍ୟ ମନ୍ଦିରକୁ ଜଗନ୍ନାଥ ମନ୍ଦିର ସହ ଯୋଡିବା ସ୍ୱପ୍ନ ସାକାର ହେବ । ସ୍ୱତନ୍ତ୍ର ଭାବେ

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି

ଆସନ୍ତାକାଲି ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ବନକଲାଗି ନୀତି ପାଇଁ ଚଳଚଞ୍ଚଳ ହୋଇପଡିଛି ଶ୍ରୀ ମନ୍ଦିର । ମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବନକଲାଗି ନୀତି ପାଇଁ ମନ୍ଦିରରେ ସାଧାରଣ ଦର୍ଶନ ପ୍ରାୟ ୪

ପତ୍ନୀହନ୍ତା ସ୍ୱାମୀଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ

ପତ୍ନୀହନ୍ତା ସ୍ୱାମୀଙ୍କୁ ଆଜୀବନ ଓ ୫୦ ହଜାର ଜରିମାନା । ୨୦୧୭ରେ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ହତ୍ୟା ମାମଲାରେ ସଜା । ଦୋଷୀ ସ୍ୱାମୀ ମହମ୍ମଦ ରହତୁଲ୍ଲାଙ୍କୁ ଆଜୀବନ ସଜା ସହ ଜରିମାନା । ଆଜୀବନ ସଜା ସହ ଜରିମାନା କଲେ ଦ୍ୱିତୀୟ ଏଡିଜେ ଭୁବନେଶ୍ୱର ।

୩ ରାଜ୍ୟସଭା ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚନ

ନିଦ୍ୱର୍ନ୍ଦ୍ୱରେ ନିର୍ବାଚନ ହେଲେ ଓଡିଶାର ୩ ରାଜ୍ୟସଭା ପ୍ରାର୍ଥୀ । ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆ ଓ ଅଶ୍ୱିନୀ ବୈଷ୍ଣବ ନିର୍ବାଚିତ । ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଭରି ନଥିବାରୁ ୩ ଜଣ ନିର୍ବାଚିତ । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟ ସରିବାରୁ ନିଦ୍ୱର୍ନ୍ଦ୍ୱରେ