Odia News Portal
Yearly Archives

2024

ବିମାନବନ୍ଦରରୁ ସୁନା ଗହଣା ଜବତ ଘଟଣା, ଟିକସ ଫାଙ୍କିବାକୁ ହୋଇଥିଲା ବଡ଼ ଷଡ଼ଯନ୍ତ୍ର

ଅନାମଧେୟ କ୍ରେତାଙ୍କ ପାଖକୁ ଯାଉଥିଲା ଭୁବନେଶ୍ୱର ବିମାନବନ୍ଦରରୁ ଜବତ ସୁନା ଓ ରୂପା । ଟିକସ ଫାଙ୍କିବାକୁ ହୋଇଥିଲା ବଡ଼ ଷଡ଼ଯନ୍ତ୍ର । ସିଟି ଜିଏସଟି ଅଧିକାରୀଙ୍କ ଯାଞ୍ଚ ବେଳେ, ୪ କେଜି ସୁନା ଓ ୮୦ କେଜି ରୁପାର ମାଲିକାନା ନେଇ ହିସାବ ମିଳିନି। ଯାହାର କେହି ଦାବିଦାର ନାହାନ୍ତି କି ବିଲ୍

ୱାଧୱାନ ବନ୍ଦର ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ପାଲଘରଠାରେ ପ୍ରାୟ ୭୬,୦୦୦ କୋଟି ଟଙ୍କାର ୱାଧୱାନ ବନ୍ଦର ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବେ। ଏଥି ସହ ପ୍ରାୟ ୧୫୬୦ କୋଟି ଟଙ୍କାର ୨୧୮ଟି ମତ୍ସ୍ୟ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପାଣ୍ଡିଆନଙ୍କ ପଲିଟିକାଲ ଲଞ୍ଚିଂ ପାଇଁ ୧୫ କୋଟି

ପାଣ୍ଡିଆନଙ୍କୁ ଲଞ୍ଚ କରିବେ ବୋଲି ପୂର୍ବ ସରକାର ରାଜକୋଷରୁ ଉଡ଼ାଇଥିଲେ ୧୫ କୋଟି ଟଙ୍କା । ବିଶେଷ କାର୍ଯ୍ୟକ୍ରମ ପାଇଁ ତଥ୍ୟଭିତ୍ତି ଆଲେଖ୍ୟ ବା ଆଡଭୋଟରିଆଲ ନାଁରେ ଖର୍ଚ୍ଚ କରିଥିଲେ ଟଙ୍କା। ଚଳିତ ବର୍ଷ ମାର୍ଚ୍ଚ ୧୬ରେ ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହେଲା। ତା ସହ ସାରା ଦେଶରେ

ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଁଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେପ୍ଟେମ୍ବର ୮ ତାରିଖରେ ନୂଆଁଖାଇ ପର୍ବ ପଡ଼ୁଛି। ତେବେ ସେହିଦିନ ରବିବାର ପଡୁଛି। ରବିବାର ଛୁଟି ଦିବସ ହୋଇଥିବାରୁ ୯ ତାରିଖ ଅର୍ଥାତ୍ ସୋମବାରକୁ ଛୁଟି ଘୋଷଣା

ଫୁଟିଲା ବଣମଲ୍ଲୀ, ମହକିବ ବଣ୍ଡାଘାଟି; ଡାକ୍ତର ହେବେ ବଣ୍ଡା ଛାତ୍ର

ଅନୁନ୍ନତ ବଣ୍ଡା ଘାଟି। ଅଶିକ୍ଷିତ ବଣ୍ଡା ଜାତି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏଠି ସବୁ ଅପହଞ୍ଚ । ଏପରି ନାହିଁ ନାହିଁ ଭିତରେ ବି ଉଜ୍ଜୀବୀତ ହୋଇଛି ଆଶା। ବାସ୍ତବ ରୂପ ନେଇଛି ସ୍ୱପ୍ନ । ବଣ୍ଡାଘାଟିରେ ଫୁଟିଥିବା ବଣମଲ୍ଲୀ ଏବେ ସମଗ୍ର ରାଜ୍ୟରେ ମହକିବ । ଡାକ୍ତର ବନିବେ ବଣ୍ଡା ଛାତ୍ର

କାଡ୍ରାକା ଆପାଲା ସ୍ବାମିଙ୍କ ପ୍ରଶ୍ନର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପାଇଁ ଗତ ସରକାରଙ୍କ ଦ୍ବାରା ୨୬ ନଭେମ୍ବର ୨୦୨୦ ମସିହାରେ ଯେଉଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା ସେହି ବିଜ୍ଞପ୍ତି ନିୟମ ଅନୁଯାୟୀ ୩ ପ୍ରତିଶତ ସୁଧରେ ଗୃହ ଋଣ, ଚାରି ଚକିଆ ଯାନ ଅନ୍ୟାନ୍ୟ ସୁବିଧା ଦିଆଯିବ ବୋଲି, ଏହି ସୁବିଧା କେଉଁ ଜିଲ୍ଲାର

୬ସହରରେ ହେବ ୧୯ଟି ଏଫଏମ୍‌‌ ରେଡିଓ ଷ୍ଟେସନ୍‌‌

ଓଡ଼ିଶାର ୬ଟି ସହରରେ ୧୯ ଟି ପ୍ରାଇଭେଟ୍‌‌ ଏଫ୍‌‌ଏମ୍‌‌ ରେଡିଓ ଷ୍ଟେସନ୍‌‌ ଆରମ୍ଭ ହେବ। ପୁରୀ, ଭଦ୍ରକ, ବାଲେଶ୍ୱର, ବାରିପଦା, ସମ୍ବଲପୁରରେ ୩ଟି ଲେଖାଏଁ ହେବାକୁ ଥିବା ବେଳେ ବ୍ରହ୍ମପୁରରେ ଆରମ୍ଭ ହେବ ୪ଟି ଏଫଏମ୍‌‌ ରେଡ଼ିଓ ଷ୍ଟେସନ୍‌‌। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

ବିଧାନସଭାକୁ ମୋବାଇଲ୍ ଫୋନ୍ ଓ ପାଣି ବୋତଲ ମନା

ରାଜ୍ୟ ବିଧାୟକମାନଙ୍କୁ ବିଧାନସଭା ଗୃହ ଭିତରେ ମୋବାଇଲ୍ ଫୋନର ଉପଯୋଗ ନକରିବା ପାଇଁ ବାଚସ୍ପତି ସୁରମା ପାଢ଼ୀ ଆଜି ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ବିଧାୟକମାନେ ଗୃହ ଭିତରକୁ ପାଣି ବୋତଲ ଧରି ନଆସିବା ପାଇଁ ମଧ୍ୟ ବାଚସ୍ପତି ତାଗିଦ୍ କରିଛନ୍ତି । ବିଧାନସଭା ଗୃହ ଭିତରେ ମୋବାଇଲ ଫୋନରେ

ଓଡ଼ିଶାର ଦୁଇ ନୂଆ ରେଳ ଲାଇନକୁ ମଞ୍ଜୁରୀ

ବରଗଡ଼ ରୋଡ ଓ ନୂଆପଡ଼ା ରୋଡ୍ ନୂଆ ରେଳ ଲାଇନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ୧୩୮ କିଲୋମିଟରର ନୂଆ ରେଳ ଲାଇନ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୨ ହଜାର ୯୨୬ କୋଟି ଟଙ୍କା । ଏହି ଲାଇନ ହେବା ପରେ ବରଗଡ଼ରୁ ରାୟପୁରକୁ ଯୋଗାଯୋଗ ସହଜ ହେବ । ସେହିପରି ସୁନ୍ଦରଗଡ଼ ସବଡେଗାରୁ ଛତିଶଡ଼ର

ଗ୍ରାହକଙ୍କୁ ଠକୁଛନ୍ତି ଅସାଧୁ ବ୍ୟବସାୟୀ

ରାଜ୍ୟରେ ୩୭୦ ପେଟ୍ରୋଲ ପମ୍ପରେ ମାପରେ ଅନିୟମିତତା ହେଉଛି । ଗ୍ରାହକଙ୍କୁ ଠକୁଛନ୍ତି ଅସାଧୁ ବ୍ୟବସାୟୀ । ୨୦୨୩-୨୪ ଅର୍ଥାତ ଗୋଟିଏ ବର୍ଷରେ ୨ ହଜାର ୮ ଶହ ୪୬ ଦୋକାନୀ ମାପ ଓ ଓଜନରେ ଅନିୟମିତତା କରିଥିବା ବିଭାଗ ନଜରକୁ ଆସିଛି ।  ରାଜ୍ୟରେ ୩୭୦ ପେଟ୍ରୋଲ ପମ୍ପରେ ମାପରେ ଅନିୟମିତତା