Odia News Portal
Yearly Archives

2024

ଗୃହରେ ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉତ୍ତର

ବିଦେଶକୁ ସଫ୍ଟୱେୟାର ବିକୁଛି ଓଡ଼ିଶା। ବିଶ୍ୱ ଦରବାରରେ ବଢୁଛି ଓଡ଼ିଶା ସଫ୍ଟୱେୟାରର ଚାହିଦା। ୧୯୯୩-୯୪ରେ ୨୭ ଲକ୍ଷ ଟଙ୍କାରୁ ସଫ୍ଟୱେୟାର ବିଦେଶକୁ ବିକୁଥିବାବେଳେ ବର୍ତ୍ତମାନ ୭ ହଜାର ୫୦୦ କୋଟି ଟଙ୍କାର ସଫ୍ଟୱେୟାର ବିକୁଛି ଓଡ଼ିଶା। ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ଲିଖିତ ପ୍ରଶ୍ନରେ

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିଲା କଂଗ୍ରେସ

ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଲା କଂଗ୍ରେସ । ଶୂନ୍ୟକାଳରେ ଏହି ନୋଟିସକୁ ବାଚସ୍ପତି ଗ୍ରହଣ କରିବାପରେ ଆଲୋଚନା ହୋଇଛି । ଅଗ୍ନିବୀର ସଂରକ୍ଷଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ମୁକେଶ ମହାଲିଙ୍ଗ ପଢ଼ିବା ବେଳେ ହଟ୍ଟଗୋଳ ହୋଇଥିଲା । ଅଗ୍ନିବୀର

ଶିମିଳିପାଳରେ ହେବ କଳାବାଘ ସଫାରୀ, ଗ୍ରୀନ୍‌ ସିଗ୍‌ନାଲ ଦେଲା CZA

ଶିମିଳିପାଳରେ କଳାବାଘ ସଫାରୀ ପ୍ରକ୍ରିୟା ଆଉ ପାଦେ ଆଗେଇଲା। ସେଣ୍ଟ୍ରାଲ ଜୁ ଅଥରିଟି (CZA)ରୁ ମିଳିଲା ଅନୁମତି। ଏନଟିସିଏ ପରେ ସେଣ୍ଟ୍ରାଲ ଜୁ ଅଥରିଟିରୁ ଅନୁମତି ମିଳିଥିବା ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ। ବାରିପଦାରୁ ୧୦କିମି ଦୂରରେ ୧୦୦ ଏକର ଜାଗାରେ ମଞ୍ଚିଆପଡାରେ କଳାବାଘ

ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟି ବୈଠକ

ଆଜି ବସିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟି ବୈଠକ। ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ASI ସହ ବୈଠକ ବସିବ। ଏହି ବୈଠକରେ ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟୀତ୍ୱ ନେଇ ଆଲୋଚନା ହେବ ବୋଲି ଜଣାଯାଇଛି। । ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି

ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ୍‌; ୨ଟି ଟ୍ରେନ୍ ବାତିଲ ଓ ୬ଟିର ସମୟ ବଦଳିଲା

ଭୁବନେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ୍‌ ଗତ ରାତିରେ ଲାଇନ୍‌ଚ୍ୟୁତ ହୋଇଛି। ମଞ୍ଚେଶ୍ୱର ଷ୍ଟେସନ ୟାର୍ଡରେ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ୍‌ ହୋଇଥିଲା। ଫଳରେ ୨ଟି ଟ୍ରେନ୍‌କୁ ବାତିଲ କରାଯିବା ସହ ଓ ୬ଟି ଟ୍ରେନର ଯାତାୟାତ ସମୟ ବଦଳିଛି । ଗତକାଲି ରାତି ପ୍ରାୟ ୧ଟା ୩୫ରେ

ମୋ ବସ୍‌ରେ ଛତିଶଗଡ଼ି ମହିଳା ଲୁଟେରା: ଯାତ୍ରୀ ଅବହେଳା ହେଲେ ନେଇଯିବେ ମୂଲ୍ୟବାନ ସାମଗ୍ରୀ

 ମୋ ବସ୍‌ରେ ଯାଉଥିଲେ ଯାତ୍ରୀମାନେ ସତର୍କ ରୁହନ୍ତୁ। ଯାତ୍ରୀଙ୍କ ଭିତରେ ଛକିଛନ୍ତି ଛତିଶଗଡ଼ର ଲୁଟେରା, ମାତିଛନ୍ତି ମହିଳା ଲୁଟେରା ଗ୍ୟାଙ୍ଗ୍। ଟିକିଏ ଅସାବଧାନ ହେଲେ କିମ୍ବା ନଜର ହଟିଲେ ଗାଏବ ହୋଇଯାଉଛି ଟଙ୍କା, ସୁନାଗହଣା। ମହିଳା ଲୁଟେରାଙ୍କ ଟାର୍ଗେଟରେ ମୋ ବସ୍ ଥିବା ବେଳେ ବାହାର

୩୨ ଟଙ୍କାରେ ବିକିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଖସୁନି ଆଳୁ ଦର । ପଶ୍ଚିମବଙ୍ଗରୁ ଆଳୁ ଟ୍ରକ୍ ଆସୁଥିଲେ ମଧ୍ୟ ବଜାରରେ ଆଳୁ ଦର ଖସିନାହିଁ । କଟକ ଛତ୍ର ବଜାରରେ ଆଜି ଆଳୁ କେଜି ୫୦ ଟଙ୍କା ରହିଛି । ସପ୍ତାହେ ପରେ ପଶ୍ଚିମବଙ୍ଗରୁ ଧିରେ ଧିରେ ସ୍ୱାଭାବିକ ହେଉଛି ଆଳୁ ଯୋଗାଣ । ଓଡ଼ିଶାରେ ପହଞ୍ଚୁଛି ଆଳୁ ଗାଡ଼ି । ଗତକାଲି ଅପରାହ୍ନରୁ ଆଜି

ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ, ଏହି ସବୁ ଜିଲ୍ଲାରେ ଢ଼ାଳିବ ବର୍ଷା

୩୧ ସୁଦ୍ଧା ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା । ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ସଞ୍ଜୀବ ଦ୍ୱିବେଦୀ । ୩ ପର୍ଯ୍ୟନ୍ତ ଉତ୍ତର, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ୩୧ରୁ ୨ ଯାଏଁ ଛତିଶଗଡ଼ରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ଆସନ୍ତା ୨୪ ଘଣ୍ଟାରେ

ନଦୀରେ ବୁଡି କାଉଡ଼ିଆ ମୃତ

ବୈତରଣୀ ବଲ୍ଲଭିଘାଟରେ ଅଘଟଣ। ପାଣି ଉଠାଇବା ବେଳେ ନଦୀରେ ବୁଡି କାଉଡ଼ିଆଙ୍କ ମୃତ୍ୟୁ । ଆରଡ଼ିସ୍ଥିତ ଆଖଣ୍ଡଳମଣି ବାବାଙ୍କ ନିକଟକୁ ପାଣି ନେବା ପାଇଁ ଆସି ନଦୀରେ ବୁଡିଗଲେ କାଉଡିଆ । ମୃତ କାଉଡ଼ିଆ ହେଲେ ଭଣ୍ଡାରିପୋଖରୀ ବ୍ଲକ ପୁରୁଷୋତ୍ତମପୁର ଅଞ୍ଚଳର ପ୍ରଶାନ୍ତ ସାମଲ । ପ୍ରଶାନ୍ତ ବୁଡ଼ିବା

ରତ୍ନଭଣ୍ଡାର ଚାବିକୁ ନେଇ ଆଇନ୍ ମନ୍ତ୍ରୀଙ୍କ ବଡ ବୟାନ

ରତ୍ନଭଣ୍ଡାର ଚାବିକୁ ନେଇ ଆଇନ୍ ମନ୍ତ୍ରୀଙ୍କ ବଡ ବୟାନ । ରତ୍ନଭଣ୍ଡାର ଚାବି ହଜିବା ଘଟଣା ଉପରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ହେବ ବୋଲି ବଡ ବୟାନ ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଚାବି ପ୍ରହେଳିକା ଗତ ସରକାରର ବାବୁମାନେ କରିଥିଲେ । ପ୍ରହେଳିକା କରି