Odia News Portal
Yearly Archives

2025

ଜୟପୁରରେ ନିଶାସକ୍ତ ଡମ୍ପର ଡ୍ରାଇଭରର କାରନାମା ଅକାଳରେ ଚାଲିଗଲା ୧୩ ଜୀବନ

ରାଜସ୍ଥାନର ଯୋଧପୁରରେ ଗତକାଲି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁର ଦିନକ ପରେ ଆଜି ରାଜଧାନୀ ଜୟପୁରରେ ସଡ଼କ ଦୁର୍ଘଟଣା ୧୩ ଜଣଙ୍କ ଜୀବନ ନେଇଛି। ନିଶାସକ୍ତ ଡମ୍ପର ଟ୍ରକ ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ପାଇଁ ଅକାଳରେ ଚାଲିଯାଇଛି ଏତେ ଲୋକଙ୍କ ଜୀବନ। ରାସ୍ତାରେ ଯାଉଥିବା…

ଧାନ ଖାଇଦେଲା ବୋଲି ହାତୀ କୁ ଗୁଳିକରି ମାରିଦେଲା ଶିକାରୀ

ଧାନ ଖାଇଦେଲା ବୋଲି , ହାତୀକୁ ଗୁଳିକରି ହତ୍ୟା କରିଛନ୍ତି ଶିକାରୀ । ଗଂଜାମ ଭଂଜନଗର ଉତ୍ତର ବନଖଣ୍ଡ ମୁଜାଗଡ଼ା ବନାଞ୍ଚଳ ବଣିଆପଲ୍ଲୀ ଜଙ୍ଗଲର ଏ ଘଟଣା । ମାମଲାରେ ଶିକାରୀ ଉମାକାନ୍ତ ପ୍ରଧାନଙ୍କୁ ବାନ୍ଧିବା ସହ ୨ଟି ଦେଶୀ ବନ୍ଧୁକ, ଗୋଟିଏ ଭଙ୍ଗା ବନ୍ଧୁକ ଓ କିଛି ବିସ୍ଫୋରକ ସାମଗ୍ରୀ ଜବତ…

ପୁରୀ ଶ୍ରୀମନ୍ଦିରରେ ଆଜି ପଞ୍ଚକ ତୃତୀୟ ଦିନ, ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ ଶ୍ରୀମନ୍ଦିରରେ ଆଜି ପଞ୍ଚକ ତୃତୀୟ ଦିନ । ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଅବକାଶ ନୀତି ବଢ଼ିବା ପରେ ପୁଷ୍ପାଳକ ସେବକ ମାନେ ମହାପ୍ରଭୁଙ୍କୁ ପାଟବସ୍ତ୍ରରେ ବିଭୂଷିତ କରି ଲକ୍ଷ୍ମୀନୃସିଂହ ବେଶ କରିବେ । ମହାପ୍ରଭୁ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର ଏବଂ ଚକ୍ର ସହ ରୌପ୍ୟର…

ନୂଆପଡ଼ା ପ୍ରଚାର ମଇଦାନରେ ବିଜେଡି ସୁପ୍ରିମୋ, କୋମନା ତରବୋଡ଼ ସଭାରେ ଦେଲେ ଯୋଗ

ନୂଆପଡ଼ା ପ୍ରଚାର ମଇଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କୋମନା ତରବୋଡ଼ ନିର୍ବାଚନୀ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଛନ୍ତି । ବିଜେପି ଉପରେ ପ୍ରହାର କଲେ ନବୀନ। କହିଲେ, ଭୋଟ ଚୋରୀ କରି ସରକାର କଲେ। ଆଉ ଏବେ ପ୍ରାର୍ଥୀ ଚୋରି କରିଛି।…

ଶ୍ରୀମନ୍ଦିର ଭିତରେ ଡାଲଡା ଘିଅ ଜବତ, ସେବକଙ୍କୁ କୈଫିୟତ ମାଗିଲେ ଶ୍ରୀମନ୍ଦିର ପ୍ରଶାସନ

ଶ୍ରୀମନ୍ଦିର ଭିତରେ ଡାଲଡା ଘିଅ ଜବତ । କେବଳ ଓମଫେଡ୍ ଘିଅ ବ୍ଯବହାର ନେଇ ପୂର୍ବରୁ ନିର୍ଦ୍ଦେଶ ଥିବାରୁ, ଏବଂ ଜନୈକ ମହାସୁଆର ସେବକ ଏହାର ଉଲ୍ଲଂଘନ କରିଥିବାରୁ, ସମ୍ପୃକ୍ତ ସେବକଙ୍କୁ କୈଫିୟତ ତଲବ୍ କରିଛି ଶ୍ରୀମନ୍ଦିର ପ୍ରଶାସନ । କୌଣସି ପ୍ରକାର ବିଶୃଂଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି…

ଗାଁରେ ବୁଲୁଛି ବାଘ, ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ଗାଁରେ ଲୋକେ ଆତଙ୍କିତ

ଗାଁରେ ବୁଲୁଛି ବାଘ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ଗାଁରେ ବାଘ ଆତଙ୍କ l ଶାରଦା ଶତପଥୀଙ୍କ ଘରେ ଲାଗିଥିବା CCTVରେ କଏଦ ହୋଇଛି ବାଘ ବୁଲୁଥିବା ଭିଡିଓ । ଏ ନେଇ ସ୍ଥାନୀୟ ବାସିନ୍ଦା ବନ ବିଭାଗକୁ ଖବର ଦେବାପରେ କଟକ ବନ ବିଭାଗ ଅଧିକାରୀ…

ବିଜେଡିକୁ ଶକ୍ତ ଧକ୍କା, ବିଜେପିରେ ଯୋଗ ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ

ବିଜେଡିକୁ ଶକ୍ତ ଧକ୍କା। ପଦ୍ମ ଧରିଲେ ଅମର ପଟ୍ଟନାୟକ। ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଆଇଟି ସେଲ୍ ଅଧ୍ୟକ୍ଷ ଓ ପୂର୍ବତନ ରାଜ୍ୟସଭା ସାଂସଦ ଓ ଦଳର ମୁଖପାତ୍ର ଅମର ପଟ୍ଟନାୟକ ଆଜି ବିଜେପିରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ…

ମହିଳା କ୍ରିକେଟ୍ ବିଶ୍ୱକପ୍-୨୦୨୫ରେ ବିଜୟ ପାଇଁ ଭାରତୀୟ ଟିମ୍‌କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ…

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ମହିଳା କ୍ରିକେଟ୍ ବିଶ୍ୱକପ୍-୨୦୨୫ରେ ବିଜୟ ପାଇଁ ଭାରତୀୟ ଟିମ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ…

ବନ୍ଧା ହେଲେ ୪ ନକଲି ଗୁମାସ୍ତା

ପୁଣି ୪ ନକଲି ଗୁମାସ୍ତାଙ୍କୁ ଗିରଫ କରିଛି ସିଂହଦ୍ଵାର ଥାନା ପୁଲିସ। ସେମାନେ ହେଲେ ପେଣ୍ଠକଟା ମେରାଇନ ଥାନା ଅଧୀନ ବାଲିଘାଟର ପ୍ରଭାତ କୁମାର ଦାସ (୨୭), ବାସେଳିସାହି ଥାନା ଅଞ୍ଚଳର ଜ୍ଞାନରଞ୍ଜନ ପୁରୋହିତ (୨୯), ମିଶ୍ରସାହି ଜଗନ୍ନାଥବସ୍ତିର ସଂଗ୍ରାମ ମହାନ୍ତି (୩୦) ଓ ଲୋକନାଥରୋଡର ଅଂଶୁ…

ମେକ୍ସିକୋ ସୁପରମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ, ୨୩ ମୃତ

ମେକ୍ସିକୋର ସୋନୋରା ରାଜ୍ୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୨୩ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୧୨ ଜଣ ଆହତ ହୋଇଛନ୍ତି । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ରାଷ୍ଟ୍ରପତି ସେନବାଉମ୍…