Odia News Portal
Yearly Archives

2025

ପ୍ରଦୀପ ପାଣିଗ୍ରାହୀ ଦୋଷମୁକ୍ତ, ୫ ମାମଲାରୁ ନିର୍ଦ୍ଦୋଷରେ ଖଲାସ

ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ଠକେଇ ମାମଲାରେ ଦୋଷମୁକ୍ତ ହୋଇଛନ୍ତି ବ୍ରହ୍ମୁପର ସାଂସଦ ପ୍ରଦୀପ ପାଣିଗ୍ରାହୀ। ଗତକାଲି ୨ଟି ଓ ଆଜି ୩ଟି- ଏହି ପରି ସମସ୍ତ ୫ଟି ମାମଲାରୁ ପ୍ରଦୀପଙ୍କୁ ଦୋଷମୁକ୍ତ କରିଛନ୍ତି ବ୍ରହ୍ମପୁର JMFC ଗ୍ରାମାଞ୍ଚଳ। ଟାଟା କମ୍ପାନୀରେ

ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ: ଏହା ଜୀବନର ଅଭୁଲା ସ୍ମୃତି ହୋଇ ରହିବ

ପ୍ରଥମେ ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀରେ ନିଜର ଅଭିଭାଷଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଆପଣମାନଙ୍କ ଉପସ୍ଥିତି ଭୁବନେଶ୍ଵର ପାଇଁ ଆଣିଛି ଖୁସିର ଲହରୀ । ଏହି ସମୟ ଆପଣମାନଙ୍କ ସ୍ମୃତିରେ ରହିବ । ଏହି କାର୍ଯ୍ୟକ୍ରମ ଆୟୋଜନ ଓଡ଼ିଶା ପାଇଁ ଗର୍ବର ବିଷୟ ।

ପ୍ରବାସୀ ଭାରତୀୟ ସମ୍ମେଳନ ଆରମ୍ଭ, ମୁଖ୍ୟମନ୍ତ୍ରୀ କହିଲେ- ପ୍ରବାସୀମାନେ କଲଚରାଲ ଆମ୍ବାସଡର

ଭୁବନେଶ୍ୱରର ଜନତା ମଇଦାନରେ ଆରମ୍ଭ ହେଲା ପ୍ରବାସୀ ଭାରତୀୟ ଦିବସ। ଯୁବ ସମାବେଶରୁ ଆରମ୍ଭ ହେଲା ସମ୍ମେଳନ। ଶୁଭାରମ୍ଭ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ମନସୁଖ

ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ପ୍ରବାସୀ ଭାରତୀୟ ସମ୍ମେଳନରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରବାସୀ ଭାରତୀୟମାନଙ୍କୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି, ସାରା ଓଡ଼ିଶାବାସୀଙ୍କ ତରଫରୁ ଓଡ଼ିଶା ଓ ମନ୍ଦିମାଳିନୀ ସହର ଭୁବନେଶ୍ବରକୁ ମୁଁ ସମସ୍ତଙ୍କୁ ସ୍ବାଗତ କରୁଛି। ଆପଣମାନେ ସାଂସ୍କୃତିକ ଆମ୍ବାସାଡର।

ଚୀନରେ ହାହାକାର ଖେଳାଉଛି ଏଚଏମପିଭି । ୧୦ ଦିନରେ ୫ ଗୁଣା ବଢ଼ିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

ଚୀନରେ ହାହାକାର ଖେଳାଉଛି ନୂଆ ଭାଇରସ୍ ଏଚଏମପିଭି । ସେଠାରେ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଗତ ୧୦ ଦିନରେ ଏଚଏମପିଭି ମାମଲା ୫୨୯% ବୃଦ୍ଧି ପାଇଛି । ଏହି ଭୂତାଣୁ ଯୋଗୁ ଚୀନରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି । ଆଣ୍ଟିଭାଇରାଲ୍ ଔଷଧର ଅଭାବ ସୃଷ୍ଟି ହୋଇଛି ।

ରାସ୍ତାରେ ମୁଣ୍ଡବିହୀନ ମୃତଦେହ

ରାଜଧାନୀ ଛାତି ଉପରେ ଘଟିଛି ଭୟଙ୍କର ଘଟଣା । ରାଜରାସ୍ତା ଉପରେ ପଡିଛି ମୁଣ୍ଡବିହୀନ ମୃତଦେହ । ରସୁଲଗଡ ନିକଟ ଓଭର ବ୍ରିଜ୍ ପାଖରେ ପଡିଛି ମୁଣ୍ଡବିହୀନ ମୃତଦେହ । ଶରୀରରେ ରହିଛି ଗଭୀର କ୍ଷତ ଓ ଆଘାତ । ଖଣ୍ଡାରେ ହାଣିଲା ପରି ଗଭୀର କ୍ଷତ ହାତ ଏବଂ ଶରୀରରେ ରହିଛି । ମୃତ ବ୍ୟକ୍ତି ଜଣଙ୍କର

ପ୍ରବାସୀ ଭାରତୀୟ ସମ୍ମେଳନ ଆରମ୍ଭ, କାଲି ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର ଜନତା ମଇଦାନରେ ଆଜି ଆରମ୍ଭ ହୋଇଛି ପ୍ରବାସୀ ଭାରତୀୟ ସମ୍ମେଳନ। ଦୁଇ କେନ୍ଦ୍ରମନ୍ତ୍ରୀ ଏସ୍. ଜୟଶଙ୍କର, ମନସୁଖ ମାଣ୍ଡଭିୟ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଆରମ୍ଭ ହୋଇଛି ସମ୍ମେଳନ। ଆସନ୍ତାକାଲି ଆନୁଷ୍ଠାନିକ ଭାବେ ସମ୍ମେଳନକୁ ଉଦଘାଟନ କରିବେ

 ଆସୁଛନ୍ତି ପ୍ରବାସୀ

ଆସନ୍ତାକାଲିଠାରୁ ଭୁବନେଶ୍ବରରେ ପ୍ରବାସୀ ଭାରତୀୟଙ୍କ ମହାମେଳି ଅନୁଷ୍ଠିତ ହେବ । ଏହି କାର୍ୟ୍ୟକ୍ରମରେ ସାମିଲ ହେବେ ୭୦ ରାଷ୍ଟ୍ରରୁ ଆସିଥିବା ୪ ହଜାରରୁ ଅଧିକ ପ୍ରବାସୀ । ଏଥିପାଇଁ ଚଳଚଂଚଳ ରାଜଧାନୀ । ନବବଧୂ ଭଳି ସଜେଇ ହୋଇଛି ମନ୍ଦିର ମାଳିନୀ ଭୁବନେଶ୍ବର ସହର । କାନ୍ଥବାଡ଼ରେ ଓଡ଼ିଶା

୪ରୁ ୫ ଦିନରେ କ୍ଷତିପୂରଣ ବଣ୍ଟା ସରିବ – ମନ୍ତ୍ରୀ

ଚାଷୀଙ୍କୁ କ୍ଷତିପୂରଣ ମିଳିବା ଆରମ୍ଭ ହେଲାଣି । ୪ରୁ ୫ ଦିନ ରେ ସରିବ କହିଛନ୍ତି ରାଜସ୍ୱ ବିପଯ୍ୟୟ ପରିଚାଳନା  ମନ୍ତ୍ରୀ ସୁରେଶ ପୂଜାରୀ । ୧୪ ଜିଲ୍ଲାରେ କ୍ଷତି ହୋଇଛି । ୨ ଜିଲ୍ଲାରେ ଆଂଶିକ କ୍ଷତି ହୋଇଛି । ପୁରୀ ରେ ସର୍ୱାଧିକ କ୍ଷୟକ୍ଷତି ହୋଇଛି ।  ତା ପଛକୁ ଗଂଜାମ ଜିଲ୍ଲା ରହିଛି ।

ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ : ସୂର୍ଯ୍ୟବଂଶୀ ସୁରଜ

ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ । ଏ ନେଇ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ପ୍ରଦାନ କରିଛନ୍ତି । ମନ୍ତ୍ରୀ କହିଛନ୍ତି, ୧୨ ତାରିଖ ପର୍ଯ୍ୟନ୍ତ ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ । ସାଧାରଣ ଦିନରେ