Odia News Portal
Yearly Archives

2025

ନୂଆଁଖାଇ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶୁଭେଚ୍ଛା

କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ‘ଏକ୍ସ’ରେ ଲେଖିଛନ୍ତି, କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ଦେଶବାସୀ ବିଶେଷକରି ଓଡ଼ିଶାବାସୀଙ୍କୁ ମୁଁ…

ସୀମାନ୍ତରେ ୩୦ ନକ୍ସଲଙ୍କ ଆତ୍ମସମର୍ପଣ, ମୁଣ୍ଡରେ ଥିଲା ୮୧ ଲକ୍ଷ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ପୁଲିସକୁ ମିଳିଛି ବଡ଼ ସଫଳତା। ଅପରେସନ ମନସୁନ ଚାଲିଥିବା ବେଳେ ଏକା ଥରକେ ୩୦ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୨୦ ଜଣ ନକ୍ସଲ ନାମରେ ୮୧ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଆତ୍ମସମର୍ପଣ କରିଥିବା ନକ୍ସଲ ମଧ୍ୟରେ…

ଲାଞ୍ଚଖୋର ଆସିଷ୍ଟାଣ୍ଟ ଟାକ୍ସ କମିସନର ସରିତା ବାରିକ ଗିରଫ

ଲାଞ୍ଚଖୋର ଆସିଷ୍ଟାଣ୍ଟ ଟାକ୍ସ କମିସନର ସରିତା ବାରିକଙ୍କୁ ଗିରଫ କଲା ଭିଜିଲାନ୍ସ। ଗିରଫ ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି। ଚଢ଼ାଉ ବେଳେ ସରିତା ବାରିକଙ୍କ ଘରୁ ଭିଜିଲାନ୍ସ ନଗଦ ୧ ଲକ୍ଷ ୪୫ ହଜାର ଟଙ୍କା, ୬୦ ଲକ୍ଷ ଟଙ୍କାର ସ୍ଥାୟୀ ଜମା ଏବଂ ୨୨୨ ଗ୍ରାମ୍ ସୁନା ଜବତ କରିଛି ଭିଜିଲାନ୍ସ…

ମିଳିଲା ନିଖୋଜ ୟୁଟ୍ୟୁବରଙ୍କ ପତ୍ତା, ପିକନିକ ସ୍ପଟରୁ ନିଖୋଜ ଥିଲେ ନରେନ୍ଦ୍ର ସାହୁ

ନିଖୋଜ ୟୁଟ୍ୟୁବରଙ୍କ ମିଳିଲା ପତ୍ତା। ଗଞ୍ଜାମ ପାତ୍ରପୁର ବ୍ଲକ ଜରଡ଼ା ଥାନା ବୁରାତାଳର ପିକନିକ ସ୍ପଟରୁ ନିଖୋଜ ହୋଇଥିବା ପୋଲସରା ଥାନା କଳମ୍ବ ଗ୍ରାମର ୟୁଟ୍ୟୁବର ନରେନ୍ଦ୍ର ସାହୁଙ୍କ ସନ୍ଧାନ ମିଳିଛି । ବୁରାତାଳ ପଂଚାୟତର ମାରମାରିଆ ଗାଁରେ ଆଦିବାସୀଙ୍କ ଗହଣରେ ସେ ସୁରକ୍ଷିତ ଅବସ୍ଥାରେ…

କଟକ ରେଳ ଷ୍ଟେସନରେ ଭୁଶୁଡ଼ିଲା ନିର୍ମାଣାଧୀନ ଛାତ

କଟକ ରେଲୱେ ଷ୍ଟେସନରେ ନିର୍ମାଣାଧୀନ ଛାତ ଭୁଶୁଡ଼ି ପଡ଼ିଛି। ପ୍ଲାଟଫର୍ମ ନମ୍ବର ୧ରେ ନିର୍ମାଣାଧୀନ ଛାତ ଭୁଶୁଡ଼ି ପଡ଼ିଛି। ଉପର ସେଡ୍‌ର କିଛି ଅଂଶ ମଧ୍ୟ ଟ୍ରାକ୍‌ ଉପରେ ପଡ଼ିଛି। ପ୍ରାୟ ୫୦୦ ମିଟରରରୁ ଅଧିକ ଲମ୍ବ ଛାତ ଭୁଶୁଡ଼ି ପଡ଼ିଛି।ତେବେ ରେଳବାଇ ପକ୍ଷରୁ କୁହାଯାଇଛି ଯେ, କାମ…

ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି

ପବିତ୍ର ନୂଆଁଖାଇ ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ରବି ୨୦୨୫-୨୬ ପାଇଁ ସି ଏମ୍ କିଷାନ ସହାୟତା ରାଶି ପ୍ରଦାନର ରାଜ୍ୟସ୍ତରୀୟ ଉତ୍ସବ ଓୟୁଏଟି ଭୁବନେଶ୍ବର ସ୍ଥିତ କୃଷି ଶିକ୍ଷା ସଦନଠାରେ ଆୟୋଜିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସି ଏମ୍ କିଷାନ…

ଭୋଟ ଅଧିକାର ଯାତ୍ରାରେ ରାହୁଲଙ୍କ ସହ ଯୋଗଦେଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଆଜି ବିହାରରେ ପହଞ୍ଚିଛନ୍ତି । ଏହି ଉଭୟ ନେତା ରାହୁଲ ଗାନ୍ଧୀଙ୍କ ଭୋଟ ଅଧିକାର ଯାତ୍ରାରେ ଯୋଗ ଦେବାକୁ ଆସିଛନ୍ତି ଆଉ ଭାରତୀୟ ଜନତା ପାର୍ଟି ଏହାକୁ କଡା ଭାଷାରେ ଟାର୍ଗେଟ କରିଛି । ବିଜେପି…

ସୁବର୍ଣ୍ଣରେଖା ନଦୀର ଷଷ୍ଠ ବନ୍ୟା: ବନ୍ୟାଜଳରେ ଭାସି ୨ ମୃତ

ଚଳିତବର୍ଷ ସୁବର୍ଣ୍ଣରେଖା ନଦୀର ଷଷ୍ଠ ବନ୍ୟାରେ ପୁଣି ୨ଟି ଜୀବନ ଯାଇଛି। ମୃତକ ହେଉଛନ୍ତି କୁମ୍ଭୀରଗଡ଼ି ପଞ୍ଚାୟତ ଅଡଙ୍ଗପନ୍ତାଇ ଗ୍ରାମର ଶଙ୍କର ପାତ୍ରଙ୍କ ପୁଅ ଅଚିନ୍ତ୍ୟ ପାତ୍ର(୪୭) ଓ ସେହି ଗ୍ରାମର ବୈକୁଣ୍ଠ ମାଝୀ (୮୦)। ସୂଚନା ଅନୁଯାୟୀ, ସୋମବାର ସକାଳେ ଅଚିନ୍ତ୍ୟ ଘରୁ ବାହାରି…

ପୁଣି ମୁହାଁମୁହିଁ ହେଲେ ସୋଫିଆ-ସୁବାସ

ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସ୍‌ ଓ ମେୟର ସୁବାସ ସିଂହଙ୍କ ମଧ୍ୟରେ ଆକ୍ଷେପ ପ୍ରତିଆକ୍ଷେପ ପୁଣି ଥରେ କଟକ ରାଜନୀତିକୁ ସରଗରମ କରିଛି। ସହରରେ ଜଳବନ୍ଦି ସମସ୍ୟା, ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ପରିମଳ ବ୍ୟବସ୍ଥାର ଶୋଚନୀୟ ସ୍ଥିତିକୁ ନେଇ ସୋଫିଆ ମେୟରଙ୍କୁ ସମାଲୋଚନା କରିଥିବା…

ଆସନ୍ତାକାଲିଠାରୁ ଲାଗୁ ହେବ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପାଇଁ ଏକ ନୋଟିସ୍ ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ, ନୂତନ ଶୁଳ୍କ ବ୍ୟବସ୍ଥା ୨୭ ଅଗଷ୍ଟ ରାତି ୧୨.୦୧ ରୁ ଲାଗୁ ହେବ। ଏହା ଦ୍ବାରା ଟ୍ରମ୍ପ୍ ଏବଂ ଭାରତ ମଧ୍ୟରେ ଦୂରତା ଆହୁରି ବଢ଼ିବାକୁ ଯାଉଛି।…