Odia News Portal
Yearly Archives

2025

ଭିଜିଲାନ୍ସ ଜାଲରେ ଡିଏଫଓ

ଭିଜିଲାନ୍ସ ଜାଲରେ କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନ ଡିଏଫଓ ନିତ୍ୟାନନ୍ଦ ନାୟକ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଚଢାଉ କରିଛି ଭିଜିଲାନ୍ସ । ଅନୁଗୁଳ, କେନ୍ଦୁଝର, ନୟାଗଡର ୭ଟି ସ୍ଥାନରେ ରେଡ କରାଯାଇଛି ।ଚଢ଼ାଉ ବେଳେ 3 ଜଣ ଡିଏସ୍ଏସ୍ପି, 10 ଜଣ ଇନ୍ସପେକ୍ଟର ଏବଂ

ବାଲେଶ୍ବର ପୀଡ଼ିତାଙ୍କୁ ଖୁବ ଶୀଘ୍ର ନ୍ୟାୟ ମିଳିବ : ପ୍ରେସମିଟରେ ଭରସା ଦେଲେ କ୍ରାଇମବ୍ରାଞ୍ଚ ଡିଜି

ବାଲେଶ୍ବର ଯୁବତୀ ପୋଡ଼ି ଘଟଣାରେ ଏଫଏମ୍ କଲେଜକୁ ଯାଇ ତନାଘନା କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ଏ ଘଟଣାକୁ ନେଇ ରାଜ୍ୟ ଉଠପଡ଼ ହେଉଥିବାବେଳେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ପ୍ରେସ୍ ମିଟ୍ କରି ଆଶ୍ବସ୍ତ କରିଛନ୍ତି । ଖୁବ୍ ଶୀଘ୍ର ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ଆଶ୍ବସ୍ତ

ଏୟାରଲିଫ୍ଟ ହେଲେ ବଳଙ୍ଗାର ନାବାଳିକା

ଏୟାରଲିଫ୍ଟ ହେଲେ ପୁରୀ ଜିଲ୍ଲା ବଳଙ୍ଗାର ନାବାଳିକା । ଭୁବନେଶ୍ବର ଏମ୍‌ସରୁ ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି । ଏପଟେ ଟୁଇଟ୍‌ କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ସର୍ବୋତ୍ତମ ଚିକିତ୍ସା ପାଇଁ ଆଜି ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି ।

ଅନୈତିକ ସମ୍ପର୍କ ସନ୍ଦେହ: ସ୍ତ୍ରୀକୁ ହତ୍ୟା କରି ନଦୀରେ ଫିଙ୍ଗିଲା ସ୍ୱାମୀ

ଅନୈତିକ ସମ୍ପର୍କ ସନ୍ଦେହରେ ଜଘନ୍ୟ କାଣ୍ଡ ଭିଆଇଛି ସ୍ୱାମୀ l ସ୍ତ୍ରୀକୁ ବୁଲିବାକୁ ଡାକି ନେଇ ହତ୍ୟା କରିବା ପରେ ଅଖାରେ ବାନ୍ଧି ନଦୀରେ ଫିଙ୍ଗି ଦେଇଛି l ଏମିତି ଅଭାବନୀୟ ଘଟଣା ଘଟିଛି ଗୁରୁଣ୍ଡିଆ ଥାନା ପଂକଡ଼ିହି ପଞ୍ଚାୟତ ଜଡ଼ା ଗ୍ରାମରେl ପୁଲିସ ମୃତ ମହିଳାଙ୍କ ସ୍ୱାମୀ ଲକ୍ଷ୍ମଣ

 ଦିଲ୍ଲୀ AIIMSକୁ ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା

ଦିଲ୍ଲୀ ଏମସକୁ ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା। ଆଜି ଦିନ ୧୨.୩୦ ସୁଦ୍ଧା ତାଙ୍କୁ ଏୟାରଲିଫ୍ଟ କରିବାକୁ ଯୋଜନା ହେଉଛି। ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଗତକାଲି ଅପେକ୍ଷା ଉନ୍ନତି ଆସିଛି ଏବଂ ଦିଲ୍ଲୀ ଏମସରେ ତାଙ୍କୁ ଅଧିକ ଉନ୍ନତ ଚିକିତ୍ସା ମିଳିପାରିବ ବୋଲି କହିଛନ୍ତି ଭୁବନେଶ୍ବର

ମହିଳା ଅଭିଯୋଗ ପ୍ରକୋଷ୍ଠ ଖୋଲିବ ପ୍ରଦେଶ କଂଗ୍ରେସ

ଖୁବଶୀଘ୍ର କଂଗ୍ରେସ ଭବନରେ ଖୋଲିବ ମହିଳା ଅଭିଯୋଗ ପ୍ରକୋଷ୍ଠ । ଏକ ସ୍ୱତନ୍ତ୍ର ମହିଳା ସୁରକ୍ଷା ଆପ୍ ଲଞ୍ଚ କରିବ କଂଗ୍ରେସ । ରାଜ୍ୟରେ ଅସୁବିଧାରେ ଥିବା ମହିଳା ମାନେ ଏହି ଆପ୍‌ ଜରିଆରେ ଅଭିଯୋଗ କରି ପାରିବେ । ପିସିସି ସଭାପତି ଭକ୍ତ ଦାସ ଏହି ବଡ଼ ସୂଚନା ଦେଇଛନ୍ତି । ଏଥିସହ ଆସନ୍ତା ୨୪

ବ୍ରାହ୍ମଣୀ ନଦୀର ବନ୍ୟାରେ ବେହାଲ ରାଜନଗର ଅଂଚଳର ୫ ପଂଚାୟତ

ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଯୋଗୁଁ କେନ୍ଦ୍ରାପଡ଼ା ରାଜନଗର ଅଂଚଳର ୫ଟି ପଂଚାୟତ ଜଳମଗ୍ନ  ।  ପ୍ରାୟ ୩୦ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି  । ରାତି ହେଲେ କୁମ୍ଭୀର ଭୟ ଯୋଗୁଁ ଲୋକେ ଠେଙ୍ଗା ବାଡ଼ି ଧରି ଗାଁର ଗୋଟିଏ ସ୍ଥାନରେ ଏକାଠି ରହୁଛନ୍ତି  ।  ୪ ଦିନ ହେଲା ଏହି ଗାଁର

ଏଫଏମ କଲେଜ ଛାତ୍ରୀ ମୃତ୍ୟୁ: ହାଜର ହେବେ ଆଇସିସି ସଦସ୍ୟ

ଏଫଏମ କଲେଜ ଛାତ୍ରୀ ଆତ୍ମାହୂତି ଘଟଣାର ତଦନ୍ତ ପାଇଁ ଆଜି ବାଲେଶ୍ୱର ଗସ୍ତରେ ଉଚ୍ଚଶିକ୍ଷା ବିଭାଗର ଉଚ୍ଚ ସ୍ତରୀୟ କମିଟି ଯାଉଛି । ଜୁଲାଇ ୧୮ ଓ ୧୯ ତାରିଖ, ଦୁଇଦିନ ଉଚ୍ଚ ସ୍ତରୀୟ କମିଟି ଆଗରେ ଉପସ୍ଥିତ ରହିବା ପାଇଁ ଫକୀର ମୋହନ କଲେଜ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର

ଅସୁରକ୍ଷିତ ଶିକ୍ଷାନୁଷ୍ଠାନ, ଲମ୍ବିଛି ଅଧ୍ୟାପକଙ୍କ ନାଁରେ ନିର୍ଯାତନାର ଲମ୍ବା ତାଲିକା

ବାଲେଶ୍ବର ଘଟଣା ପରେ ଏବେ ସାମ୍ନାକୁ ଆସୁଛି ଅଧ୍ୟାପକଙ୍କ କେଳେଙ୍କାରୀର ଗୋଟିଏ ପରେ ଗୋଟିଏ ଖବର । କେବଳ ବାଲେଶ୍ବର ଫକୀର ମୋହନ କଲେଜ ନୁହେଁ ପୂର୍ବରୁ ରାଜଧାନୀରୁ ଆରମ୍ଭ କରି ବୁର୍ଲା ପର୍ଯ୍ୟନ୍ତ ଛାତ୍ରୀ ନିର୍ଯାତନା ନେଇ ଅଭିଯୋଗ ଆସିଛି । ବଡ଼କଥା ହେଉଛି ବିଗତ ୫ ବର୍ଷ ମଧ୍ୟରେ ରାଜ୍ୟର

ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ‘ମିସନ୍‌ ଲାଇଫ୍’

ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ‘ମିସନ୍‌ ଲାଇଫ୍’। ପରିବେଶ ସୁରକ୍ଷା ସହ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରିବେ । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏବଂ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ