Odia News Portal
Yearly Archives

2026

ଘନ କୁହୁଡି ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ, ହଇରାଣ ହେଉଛନ୍ତି ଯାତ୍ରୀ

ଘନ କୁହୁଡି ଯୋଗୁଁ ଦେଶରେ ବିମାନ ଚଳାଚଳ ବାଧାପ୍ରାପ୍ତ । ଘଣ୍ଟା ଘଣ୍ଟା ବିଳମ୍ବରେ ଏକାଧିକ ଏୟାର ଇଣ୍ଡିଆ ବିମାନ ଚାଲିଛନ୍ତି । ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ IX1057 ଯାହା ୭.୫୫ ରେ ଭୁବନେଶ୍ୱରରେ ପହଞ୍ଚିବାର ଥିଲା ତାହା ଦିଲ୍ଲୀରୁ ବିଳମ୍ବ ହୋଇ ବର୍ତ୍ତମାନ ୯.୩୯ ରେ…

ଢେଙ୍କାନାଳରେ ପଥର ଖଣିରେ ବିସ୍ଫୋରଣ, ୪ ମୃତ ଆଶଙ୍କା

ଢେଙ୍କାନାଳଜିଲ୍ଲା ଓଡ଼ାପଡ଼ା ବ୍ଲକ୍‌ ମୋଟଙ୍ଗା ଥାନା ଅନ୍ତର୍ଗତ ନିମିଧା ପଞ୍ଚାୟତର ଗୋପାଳପୁର ଗ୍ରାମ ନିକଟରେ ବିସ୍ପୋରଣ ପରେ ପଥର ଅତଡା ଖସି ଗତକାଲି ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଆଜି ସକା‌ଳେ ଘଟଣାସ୍ଥଳରେ ଢେ଼ଙ୍କାନାଳ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ,…

ସରିଲା ବରଗଡ ଧନୁଯାତ୍ରା, କଂସର ଅତ୍ୟାଚାରରୁ ମୁକ୍ତି ପାଇଲେ ମଥୁରାବାସୀ

କଂସ ବଧ ସହ ସମାପ୍ତ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଭଣଜା କୃଷ୍ଣ ହାତରେ ମାମୁଁ କଂସଙ୍କ ହୋଇଛି ମୃତ୍ୟୁ । ପ୍ରେମ, ଭକ୍ତି, ବିରହ, ଅନ୍ୟାୟ, ଅନୀତି , ଅତ୍ୟାଚାରକୁ ନେଇ ହୋଇଥିବା ଧନୁଯାତ୍ରା ୧୧ ଦିନ ଧରି ଚାଲିବା ପରେ ଅନ୍ୟାୟ , ଅଧର୍ମକୁ ପଛରେ ପକାଇ ପରିଶେଷରେ ସତ୍ୟ ଓ ଧର୍ମର…

ସଚିବାଳୟ ପରିସରରେ ‘ରିଲ୍ସ’ ଉପରେ ରୋକ୍, କଟକଣା ଲଗାଇଛନ୍ତି ସରକାର

ସଚିବାଳୟ ପରିସରରେ ‘ରିଲ୍ସ’ ଉପରେ ରୋକ୍ । ଏଣିକି ସରକାରୀ ଅଫିସରେ ରିଲ୍ସ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ସରକାରୀ ଅଫିସ୍ ରେ ରିଲ୍ସ କରିବା ଉପରେ କଟକଣା ଲଗାଇଛନ୍ତି ସରକାର ।  ଲୋକସେବା ଭବନ, ରାଜୀବ ଭବନ ଓ ଖାରବେଳ ଭବନରେ ରିଲ୍ସ ମନା ହୋଇଛି ।  ସେହିପରି ସମ୍ବେଦନଶୀଳ ସରକାରୀ…

ଭିଜିଲାନସ ଜାଲରେ ପୋଲିସ ବାବୁ, ମହଙ୍ଗା ପଡିଲା ମଦ ବ୍ୟବସାୟୀଙ୍କୁ ଲାଞ୍ଚ ମାଗିବା

ଭିଜିଲାନସ ଜାଲରେ ପୋଲିସ ବାବୁ । ମହଙ୍ଗା ପଡିଲା ମଦ ବ୍ୟବସାୟୀଙ୍କୁ ଲାଞ୍ଚ ମାଗିବା । ୪୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଆଇଆଇସି…

ଜଙ୍ଗଲକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଲେ ଶ୍ରମିକ

ଢେଙ୍କାନାଳଜିଲ୍ଲା ବ୍ଲକ କାମାକ୍ଷାନଗର ଅଁଳାବେରେଣି ଫରେଷ୍ଟ ଅଧୀନ ଖଟୁଆହତା ଇଟା ଫ୍ୟାକ୍ଟ୍ରିରେ ଶ୍ରମିକ ଭାବରେ କାମ କରୁଥିଲେ ବିଜାଡିହ ଗାଁର ରେଂଛା ବେହେରା (୬୦ବର୍ଷ)। ସବୁଦିନ ଭଳି ଆଜି ସକାଳୁ ଫ୍ୟାକ୍ଟ୍ରି ନିକଟ ଜଙ୍ଗଲକୁ ଶୌଚ ପାଇଁ ଯାଇଥିବା ବେଳେ…

ତେଲ ନଦୀ ବ୍ରିଜ ତଳେ ତେଜରାତିି ଦୋକାନୀଙ୍କ ମୃତଦେହ: ହତ୍ୟା ନା ଆତ୍ମହତ୍ୟା ବଢ଼ିଲା ସନ୍ଦେହ

ତେଲ ନଦୀ ବ୍ରିଜ ତଳେ ପଡ଼ିଛି ତେଜରାତି ଦୋକାନୀଙ୍କ ମୃତଦେହ। ତୁଷୁରା ତେଲ ନଦୀ ବ୍ରିଜ ତଳେ ପଡ଼ିଛି ମୃତ ଦେହ। ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ତୁଷୁରା ପୁଲିସ। ବଲାଙ୍ଗୀରଜିଲ୍ଲା ତୁଷୁରା ଥାନା ତୁଷୁରା ସ୍ଥିତ ଗୁଡଭେଳା ରାସ୍ତା ଉପରେ ଥିବା ତେଲ ନଦୀ…

ଦୁଇ ଗୋଷ୍ଠୀ ସଂଘର୍ଷରେ ଚାଲିଗଲା ଯୁବକଙ୍କ ଜୀବନ, ଫେବ୍ରୁଆରୀ ୨୬ ରେ ହୋଇଥାନ୍ତା ବିବାହ

ସରିଥିଲା ନିର୍ବନ୍ଧ। ଫେବ୍ରୁଆରୀ ୨୬ ରେ ହୋଇଥାନ୍ତା ବିବାହ । କିନ୍ତୁ ତା ପୂର୍ବରୁ ଦୁଇ ଗୋଷ୍ଠୀ ସଂଘର୍ଷରେ ଚାଲିଗଲା ଯୁବକଙ୍କ ଜୀବନ । ମୃତକ ହେଉଛନ୍ତି ଗୋପ ଥାନା ମୁରୁଡା ଗାଁର ପିଣ୍ଟୁ ରାଉତ । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁଙ୍କର ମୃତ୍ୟୁ ହୋଇଛି । ନୂଆ ବର୍ଷରେ…

ଖଣ୍ଡଗିରି-ଉଦୟଗିରି ବୁଲିଲେ ୯ହଜାର ପର୍ଯ୍ୟଟକ

ନୂଆବର୍ଷ ପାଇଁ ଆଜି ଖଣ୍ଡଗିରି-ଉଦୟଗିରି ଐତିହ୍ୟସ୍ଥଳୀରେ ପର୍ଯ୍ୟଟକମାନଙ୍କର ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ସକାଳୁ ସନ୍ଧ୍ୟା ଯାଏ ଉଭୟ ପାହାଡ଼ରେ ୧୩ ହଜାରରୁ ଅଧିକ ପର୍ଯ୍ୟଟକ ସମାଗମ ହୋଇଥିଲେ। ଜାତୀୟ ରାଜପଥରୁ ପାହାଡ଼ ପର୍ଯ୍ୟନ୍ତ ଲୋକଙ୍କ ଗହଳି ଦେଖିବାକୁ ମିଳିବା ସହ…

ଘନ କୁହୁଡ଼ି ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ, ୩ଟି ବିମାନ ବାତିଲ

ନୂଆବର୍ଷରେ କଲବଲ ବିମାନ ଯାତ୍ରୀ । ଘନ କୁହୁଡି ପାଇଁ ଭୁବନେଶ୍ବର ବିମାନବନ୍ଦରରୁ ବାତିଲ ହେଉଛି ଗୋଟିଏ ପରେ ଗୋଟିଏ ବିମାନ । ଆଜି ସକାଳୁ ଦିଲ୍ଲୀ, ଅହମଦାବାଦ,କୋଲକତାକୁ ଉଡାଣ ଭରିବାକୁ ଥିବା ୩ଟି ବିମାନ ବାତିଲ ହୋଇଛି । ସେହିପରି ୧୫ଟି ବିମାନ ଉଡାଣ ସମୟ ବିଳମ୍ବିତ ହୋଇଛି । ପାଖାପାଖି…