Odia News Portal
Yearly Archives

2026

ସ୍ବାଭାବିକ ହେଲା ନୂଆଗାଁ ଅଙ୍ଗନବାଡ଼ି କେନ୍ଦ୍ର, ପିଲାଙ୍କୁ ଘରୁ କାଖେଇ ଅଙ୍ଗନବାଡ଼ି ଆଣିଲେ ବିଧାୟକ

କେନ୍ଦ୍ରାପଡ଼ା ଜିଲ୍ଲାରାଜନଗର ବ୍ଲକ୍‌ ଅନ୍ତର୍ଗତ ଘଡ଼ିଆମାଳ ପଞ୍ଚାୟତର ନୂଆଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଜାତିଗତ ଭେଦଭାବ ପ୍ରସଙ୍ଗରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି। ୮୮ଦିନ ପରେ ସ୍ବାଭାବିକ ହୋଇଛି ଅଙ୍ଗନବାଡ଼ି। ୨୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆଜି ୧୬ଜଣ ଶିଶୁ ଆସି…

ଆଜିଠୁ ବିଧାନସଭା

ମଙ୍ଗଳବାରଠୁ ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ବା ବଜେଟ୍ ଅଧିବେଶନ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୮ଟି କାର୍ଯ୍ୟ ଦିବସ ରହିଛି। ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଆରମ୍ଭ ହେବାକୁ ଥିବା ପ୍ରଥମ…

୧୨ ବର୍ଷ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାରେ ନୂତନ ସୁବର୍ଣ୍ଣ ଅଧ୍ୟାୟ: ଶାହ

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଦିଲ୍ଲୀ ପୁଲିସର ୭୯ତମ ପ୍ରତିଷ୍ଠା ଦିବସ ସମାରୋହକୁ ମୁଖ୍ୟ ଅତିଥି ଭାବେ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଦିଲ୍ଲୀ ପୋଲିସ କମିସନର ସତୀଶ ଗୋଲଛାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ଶ୍ରୀ ଶାହ କହିଛନ୍ତି…

ବିଭୋର କଲା ଶ୍ରୀଲିଙ୍ଗରାଜଙ୍କ ମହାଦୀପ: ଏକାମ୍ର କ୍ଷେତ୍ରର ବିକାଶ ଲାଗି ୩୩୦ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରବିବାର ରାତି ପ୍ରାୟ ୮ଟା ୩୫ ମିନିଟ୍‌ ସମୟରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଥିଲା। ମହାଦୀପ ଉଠିବା ଲାଗି ରାତି ୧୦ଟାରେ ସମୟ ନିର୍ଘଣ୍ଟ ଧାର୍ଯ୍ୟ ହୋଇଥିଲେ ହେଁ ପ୍ରାୟ ଦେଢ଼ଘଣ୍ଟା ପୂର୍ବରୁ ଶ୍ରଦ୍ଧାଳୁମାନେ ଏହି ନୈସର୍ଗିକ ଦୃଶ୍ୟ ଦେଖିବାକୁ ପାଇଥିଲେ। ପ୍ରାୟ ୧୦ ଲକ୍ଷ ଶ୍ରଦ୍ଧାଳୁ…

ଆଜି ରତ୍ନ ଅଳଙ୍କାର ଗଣତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ମରାମତି ସରି ସମସ୍ତ ରତ୍ନ ଅଳଙ୍କାର ସ୍ଥାନାନ୍ତର ହୋଇସାରିଲାଣି। କିନ୍ତୁ ରତ୍ନ ଅଳଙ୍କାର ଗଣତିମଣତି ହେଉନି। ଶ୍ରୀ ମନ୍ଦିର ପ୍ରଶାସନ ଦିନ ପରେ ଦିନ ଗଡ଼ାଇ ଚାଲିଛି। ଏପଟେ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ ରିପୋର୍ଟ ଆସନ୍ତା ବିଧାନସଭା…

ଆଜି ପବିତ୍ର ଜାଗର, ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ

ଆଜି ପବିତ୍ର ଜାଗର। ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ। ଶୈବପୀଠରେ ଭକ୍ତଙ୍କ ଗହଳି । ଶିବମୟ ହୋଇପଡିଛି ପରିବେଶ । ଶିବ ପଞ୍ଚାକ୍ଷର ମନ୍ତ୍ରରେ ଗୁଞ୍ଜରିତ ରାଜ୍ୟର ବିଭିନ୍ନ ଶୈବପୀଠ । ଦୀପ ଜାଳି ରାତି ଉଜାଗର ରହି ମହାଦେବଙ୍କ ଆରାଧାନା କରିବେ ଭକ୍ତ । ଦେବ ଦେବ ମହାଦେବଙ୍କ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l ଆଇନଶୃଙ୍ଖଳା ରକ୍ଷା ଆଳରେ ପୋଲିସର ମାତ୍ରାଧିକ କାର୍ଯ୍ୟକଳାପ ପ୍ରତିବାଦରେ ସେବାୟତମାନେ ରବିବାର ଭୋରରୁ ଧାରଣା କରିବାରୁୁ ଠାକୁରଙ୍କ…

ଭୁବନେଶ୍ବର ବିମାନବନ୍ଦରକୁ ଘରୋଇକରଣ: କର୍ଣ୍ଣାଟକରେ ଖର୍ଚ୍ଚ ହେବ ଓଡ଼ିଶାର ଲାଭାଂଶ

ଭୁବନେଶ୍ବର ବିମାନବନ୍ଦର ବହୁବର୍ଷ ହେବ ଲାଭ ଦେଇ ଆସୁଛି। ଏଠାରୁ ଶହ ଶହ କୋଟିର ଲାଭାଂଶ ରାଜକୋଷକୁ ଯାଉଛି। ତଥାପି ଭୁବନେଶ୍ବର ବିମାନବନ୍ଦରକୁ ଘରୋଇକରଣ କରିବାକୁ ଲାଗି ପଡ଼ିଛନ୍ତି ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ(ଏଏଆଇ)। ଏହାର ଲାଭାଂଶରେ ଅନ୍ୟ ବିମାନବନ୍ଦର ପରିଚାଳନା…

ତାଳଚେରରେ ଧିମେଇଛି ମନରେଗା: ୨୧ ପଞ୍ଚାୟତରୁ ମାତ୍ର ୧୯ ଜଣଙ୍କୁ ଶହେ ଦିନର କାମ

ଅନୁଗୁଳଜିଲ୍ଲା ତାଳଚେର ବ୍ଲକ୍‌ରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) କାମ ଅତ୍ୟନ୍ତ ଧିମା। ଚଳିତ ଆର୍ଥିକ ବର୍ଷରେ ୭ ଲକ୍ଷ ୪୯ ହଜାର ୫ ଶହ ଶ୍ରମ ଦିବସ ସୃଷ୍ଟି କରାଯିବାର ଲକ୍ଷ୍ୟ ରହିଛି। ହେଲେ ଆର୍ଥିକ ବର୍ଷ ସରିବାକୁ ଆଉ ମାତ୍ର ୨ ମାସ ବାକି ଥିବାବେଳେ…

ଅଟୋକୁ ପିଟିଲା ଟୁରିଷ୍ଟ ଭ୍ୟାନ୍, ଦୁଇ ଜଣ ଗୁରୁତର

ଟୁରିଷ୍ଟ ଭ୍ୟାନ୍ ଖେଳାଇଲା ଛାତିଥରା ଦୁର୍ଘଟଣା । ବଡଗଡ଼ ବ୍ରିଟ କଲୋନୀରେ ଖେଳଇଲା ଆତଙ୍କ । ପ୍ରଥମେ ଏକ ଅଟୋକୁ ଧକ୍କା ପରେ ଦୋକାନକୁ ଧସେଇ ପସିଲା । ଦ୍ରୁତ ଗତିରେ ମାଡି ଆସିଲା ଟ୍ରାଭେଲର ଭ୍ଯାନ । ଅଟୋକୁ ପିଟିବା ସହ ଏକ ଚାହା ଦୋକାନ ଭିତରେ ପଶି ଦୁର୍ଘଟଣା ଘଟାଇଛି।…