Odia News Portal

ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଚଢ଼ଉ

କେନ୍ଦୁଝର ଜିଲ୍ଲା ଚମ୍ପୁଆର ପୂର୍ବତନ ବିଧାୟକ ତଥା ଖଣି ବ୍ୟବସାୟୀ ସନାତନ ମହାକୁଡ଼ଙ୍କ ଘରେ କୌଣସି ଏକ ସରକାରୀ ବିଭାଗ ପକ୍ଷରୁ ଚଢ଼ଉ ଚାଲିଥିବା ସୂଚନା ରହିଛି। କେନ୍ଦୁଝର , ଭୁବନେଶ୍ୱର ଏବଂ ପୈତୃକ ଗ୍ରାମ ନମ୍ବିରାରେ ଏକକାଳୀନ ଚଢ଼ଉ ହେଉଥିବା ସୂଚନା ରହିଛି। ସନାତନ ମହାକୁଡ଼ଙ୍କ କେନ୍ଦୁଝର ବାସଭବନକୁ ବିଏସଏଫ ଯବାନ ଘେରି ରହିଛନ୍ତି।

ଏରେ ଅନ୍ୟ ଏକ ସୂତ୍ରରୁ ଜଣାଯାଇଛି ଯେ ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଭୁବନେଶ୍ବର, କେନ୍ଦୁଝର ଓ ଯୋଡ଼ା  ଘର ସମେତ ୧୦ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଏକକାଳୀନ ଚଢ଼ଉ କରାଯାଉଛି। ଏଥିରେ ବିଭାଗର ୨୦ଜଣିଆ ଟିମ୍ ସାମିଲ ଥିବା କୁହାଯାଉଛି। ରାଜଧାନୀର ସହିଦ ନଗରରେ ଥିବା ତାଙ୍କ ଘରେ ଏବଂ ତାଙ୍କ ପିଏ ବିକାଶ ମହାନ୍ତିଙ୍କ ଘରେ ଚଢ଼ଉ ଜାରି ରହିଛି। ଏହାଛଡ଼ା ଘର ପା୍ଖରେ ଥିବା ଏକ ଘରେ ବି ଚଢ଼ଉ କରାଯାଉଛି। ଭୋର ୫ଟା ସମୟରୁ ୬ଟି କାରରେ ଆୟକର ବିଭାଗ ଟିମ୍ ଆସି ରାଜଧାନୀରେ ଚଢ଼ଉ କରୁଛନ୍ତି। ଘର ସାମ୍ନାରେ ବିଏସଏଫ ଯବାନ ମୁତୟନ ହୋଇଛନ୍ତି। ତେବେ ଏନେଇ ଆୟକର ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ।

ସୂଚନାଯୋଗ୍ୟ, ସନାତନ ମହାକୁଡ଼ ୨୦୧୪ରୁ ୨୦୧୯ ଯାଏ ଚମ୍ପୁଆର ବିଧାୟକ ଥିଲେ।