Odia News Portal

କର୍ଣ୍ଣାଟକରେ ଶପଥ ନେଲେ ସିଦ୍ଧରମୈୟା ଓ ଡି.କେ ଶିବକୁମାର

କର୍ଣ୍ଣାଟକରେ ଆରମ୍ଭ ହେଲା ସିଦ୍ଧରମୈୟା ଶାସନ । ମୁଖ୍ୟମନ୍ତ୍ରୀ ଭାବେ ଶାସନ ନେଲେ ସିଦ୍ଧରମୈୟା । ସିଦ୍ଦରମୈୟାଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ । ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନେତା ସାମିଲ ଥିବା ମଧ୍ୟ ଜଣାପଡିଛି । ସେହିପରି ଉପମୁଖ୍ୟମନ୍ତ୍ରୀଭାବେ ଶପଥ ନେଲେ ଡିକେ ଶିବକୁମାର । ଶପଥ ପାଠ କରାଇଲେ ରାଜ୍ୟପାଳ ଥାରରଚନ୍ଦ ଗେହଲଟ୍ । ଶପଥ ଗ୍ରହଶ କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ ।

ମଲ୍ଲିକାଅର୍ଜୁନ ଖଡଗେ,ରାହୁଲ ଗାନ୍ଧି,ପ୍ରିୟଙ୍କା ଗାନ୍ଧି, ନୀତିଶ କୁମାର,ଏମ୍‌କେ ଷ୍ଟାଲିନ,ଭୁପେଶ ବଘେଇ ପ୍ରଭୃତି ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଏହି ଶପଥ ପାଠ ସାମରୋହାରେ ଉପସ୍ଥିତ ଥିଲେ ।କ୍ୟାବିନେଟ ମନ୍ତ୍ରୀ ଓ ବିଧାୟକମାନେ ବି ଶପଥ ନେଉଛନ୍ତି । ମେ ୧୩ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିଲା । ଏଥିରେ କଂଗ୍ରେସ ୧୩୫, ବିଜେପି ୬୬ ଓ ଜେଡିଏମ ୧୯ ସିଟରେ ବିଜୟ ହାସଲ କରିଥିଲା ।