Odia News Portal

କଫିନ୍ ଭଳି ଦିଶୁଛି ନୂଆ ସଂସଦ ଭବନ; ଜବାବ ରଖିଲା ବିଜେପି

ନୂଆ ସଂସଦ ଭବନକୁ ନେଇ ତେଜିଲା ରାଜନୀତି । ଶାଳିନତା ଭୁଲିଲା ଆରଜେଡି । ଟ୍ୱିଟ୍ କରି ଦଳ କହିଲା କଫିନ୍ ଭଳି ଦିଶୁଛି ନୂଆ ସଂସଦ ଭବନ । ବିଜେପି ଏହାକୁ ନେଇ କଡା ପ୍ରତିକ୍ରିୟା ରଖିଛି । ବିଜେପି ମୁଖପାତ୍ର, ଗୌରଭ ଭାଟିଆ ଟ୍ୱିଟ କରି କହିଛନ୍ତି, ନୂଆ ସଂସଦ ଭବନ ଦେଶ ପାଇଁ ସଂସଦ । ଆରଜେଡି ପାଇଁ କଫିନ୍ । ସେହିପରି ବିହାର ବିଜେପିର ଶୀର୍ଷ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ କହିଛନ୍ତି, ସଂସଦ ଭବନକୁ କଫିନ୍ ସହ ତୁଳନା କରିବା ନିନ୍ଦନୀୟ । ଏହା ଅପମାନ । ଏହା ଆରଜେଡିର ମାନସିକତାକୁ ସୂଚାଉଛି । ଆଗାମୀ ଦିନରେ ଆରଜେଡି ଲୋକସଭାକୁ ବର୍ଜନ କରିବ କି ବୋଲି ସେ ପ୍ରଶ୍ନ କରିଛନ୍ତି ।