Odia News Portal

ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ କାରାଦଣ୍ଡ

ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍ । ୨୫ ବର୍ଷ ତଳର ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣ ବେଳେ ହୋଇଥିବା ପୁଲିସ ଅଫିସରଙ୍କ ହତ୍ୟା ଘଟଣାର ଆଜି ପ୍ରକାଶ ପାଇଛି ଗୁରୁତ୍ୱପୂର୍ଣ୍ଣ ରାୟ। ଏହି ମାମଲାରେ ପୂର୍ଵତନ ବିଧାୟକ ଏନ ନାରାୟଣ ରେଡ୍ଡୀଙ୍କ ସହ ୧୩ ଜଣଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ବ୍ରହ୍ମପୁର ଏଡିଜେ ୩ କୋର୍ଟ ଆଜି ଏହି ମାମଲାର ରାୟ ପ୍ରକାଶ କରିଛନ୍ତି। ଘଟଣାରେ ନାରାୟଣ ରେଡ୍ଡୀଙ୍କ ସହ ୨୨ ଜଣଙ୍କ ନାଁରେ ମାମଲା ହୋଇଥିଲା। 

ଉଲ୍ଲେଖଯୋଗ୍ୟ ୨୫ ବର୍ଷ ତଳେ ୧୯୯୮ ମସିହା ମଇ ମାସ ୧୮ ତାରିଖରେ ଏହି ଘଟଣା ଘଟିଥିଲା। ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣ ପାଇଁ ସିନ୍ଧି ଗାଁରେ ଏକ ବୈଠକ ବସିଥିବା ବେଳେ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳ ଓ ମାରପିଟ୍‌ରେ ଗଞ୍ଜାମ ପୋଲିସ RI(ରିଜର୍ଭ ଇନ୍ସପେକ୍ଟର) ବିନୋବା ବେହେରାଙ୍କ ହତ୍ୟା ହୋଇଥିଲା। ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣ ବେଳେ ଗଣ ସଂଗ୍ରାମ ସମିତିନାମରେ ସଙ୍ଗଠନ କମ୍ପାନୀର ଜମି ଅଧିଗ୍ରହଣକୁ ବିରୋଧ କରୁଥିଲେ। ଗଣ ସଂଗ୍ରାମ ସମିତିର ମୁଖ୍ୟ ନେତା ଥିଲେ ପୂର୍ବତନ ବିଧାୟକ ଏନ ନାରାୟଣ ରେଡ୍ଡୀ। ଘଟଣାରେ ନାରାୟଣ ରେଡ୍ଡୀଙ୍କ ସହ ୨୨ ଜଣଙ୍କ ନାଁରେ ମାମଲା ହୋଇଥିଲା। ଏନ ନାରାୟଣ ରେଡ୍ଡୀ କମୁନିଷ୍ଟ ଛତ୍ରପୁର ବିଧାୟକ ଥିଲେ। ସେ ୨୦୦୪ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଛତ୍ରପୁର ବିଧାୟକ ଥିଲେ।