ଆଜି କଂଗ୍ରେସ ୯ ଦଫା ଦାବିରେ ରାଜ୍ୟର ସମସ୍ତ ୩୧୪ ବ୍ଳକ ଘେରାଉ କରିବ ବୋଲି ଜଣାପଡ଼ିଛି। ସରକାର କିଛି ଆଖିଦୃଶିଆ କାର୍ଯ୍ୟ କରିନାହିଁ ବୋଲି ପ୍ରତିବାଦ କରି ଏହି ଘେରାଉ ହେବ। ରାଜ୍ୟରେ ବ୍ଲକ ସ୍ତରରେ ଚାଲିଥିବା ପିସି କାରବାର, ପାୱାର କଟ୍, ବିଦ୍ୟୁତ ଦର ବୃଦ୍ଧି, ବେକାର ଯୁବକଙ୍କୁ ଚାକିରି, ଧାନ କିଣାରେ ଚାଷୀଙ୍କୁ ଉପଯୁକ୍ତ ଦର, କଟନି ଛଟନି ବନ୍ଦ, ପ୍ରଧାନମନ୍ତ୍ରୀ ଆବାସରେ ଯୋଗ୍ୟହିତାଧିକାରୀଙ୍କୁ ଘର ଏବଂ ଦର ଦାମ ବୃଦ୍ଧି ନିୟନ୍ତ୍ରଣ କରିବାକୁ ଦଳ ପକ୍ଷରୁ ଦୃଢ଼ ଦାବି କରାଯାଇଛି।