Odia News Portal

ପହଲଗାମ ଆକ୍ରମଣ : ସମ୍ପୃକ୍ତ ଥିଲେ ୬ ଆତଙ୍କବାଦୀ

ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଥିଲେ ୬ ଆତଙ୍କବାଦୀ । ଆକ୍ରମଣ ପଛରେ ପାକିସ୍ତାନୀ ଆତଙ୍କୀଙ୍କ ହାତ ଥିବା ସୂଚନା । ୬ ଆତଙ୍କୀଙ୍କ ମଧ୍ୟରେ ୪ ପାକିସ୍ତାନୀ ଓ ୨ ସ୍ଥାନୀୟ ଆତଙ୍କୀଙ୍କ ହାତ ଥିବା ସୂଚନା ମିଳିଛି । ତେବେ ଏହି ଆତଙ୍କୀଙ୍କ ମଧ୍ୟରୁ ୪ ଜଣଙ୍କ ଫଟୋ ସାମ୍ନାକୁ ଆସିଛି । ୩ ଜଣଙ୍କ ସ୍କେଚ୍ ଜାରି କରାଯାଇଛି । ଆତଙ୍କବାଦୀଙ୍କୁ ଡ୍ରୋନ୍ ଓ ହେଲିକପ୍ଟର ସାହାଯ୍ୟରେ ଖୋଜିବାକୁ ଉଦ୍ୟମ ଜାରି ରହିଛି । ଆତଙ୍କବାଦୀଙ୍କ ପାଖରେ ଏକେ-47 ବନ୍ଧୁକ ରହିଥିଲା । ପରେ ଆକ୍ରମଣ କରିଥିଲେ ପାକ୍ ଆତଙ୍କୀ । 

ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ ଆତଙ୍କୀ କାଣ୍ଡ ଘଟାଇବା ପୂର୍ବରୁ ପ୍ରଥମେ ରେକି କରିଥିଲେ ୬ ଆତତାୟୀ । ଏହାପରେ କରିଥିଲେ ଫାୟରିଂ  । ଏହାରି ଭିତରେ ଜଣେ ଆତଙ୍କୀର ଫଟୋ ସାମ୍ନାକୁ ଆସିଛି । ପୂରା ଘଟଣାର ତଦନ୍ତ କରୁଛି ଏନଆଇଏ ।