Odia News Portal

ସ୍ବାମୀଙ୍କ ହତ୍ୟା ପୂର୍ବରୁ ବ୍ରତ ରଖିଲେ , ମନ୍ଦିର ଦର୍ଶନ କଲେ

ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲା ପୂରା ଦେଶକୁ ଦୋହଲାଇ ଦେଇଛି । ଏହି ମାମଲାରେ ଜୁନ୍ ୯ ତାରିଖରେ ରାଜାଙ୍କ ସ୍ତ୍ରୀ ସୋନମ ରଘୁବଂଶୀଙ୍କୁ ଏକ ଢ଼ାବାରୁ ଗାଜିପୁର ପୁଲିସ ଗିରଫ କରିଛି । ସୋନମ ସମେତ ପୁଲିସ ଅନ୍ୟ ୪ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି । ଏହି ମାମଲାକୁ ନେଇ ଏବେ ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି । ରାଜାଙ୍କ ମା’ କହିଛନ୍ତି ଯେ ପୁଅ ନିଖୋଜ ହେବା ପୂର୍ବରୁ ସେ ବୋହୂ ସହ ଫୋନ୍ ଯୋଗେ କଥା ହୋଇଥିଲେ । ଏହି ସମୟରେ ସୋନମ କହିଥିଲେ ଯେ ସେ ଏବଂ ରାଜା ଜଙ୍ଗଲରେ ବୁଲୁଛନ୍ତି । ଏହା ସହ ସେ ଶାଶୁଙ୍କୁ କହିଥିଲେ ଯେ ସ୍ବାମୀଙ୍କ ଦୀର୍ଘ ଆୟୁଷ ପାଇଁ ସେ ବ୍ରତ ମଧ୍ୟ ରଖିଛନ୍ତି ଏବଂ ବ୍ରତକୁ ଭାଙ୍ଗିବେ ନାହିଁ । 

ତେବେ ସ୍ବାମୀଙ୍କ ହତ୍ୟା ପୂର୍ବରୁ ସୋନମ ମାତା କାମାକ୍ଷା ଦେବୀଙ୍କ ଦର୍ଶନ କରିଥିବା ମଧ୍ୟ ଜଣାପଡ଼ିଛି । ବିବାହ ପରେ ସୋନମ ଶାଶୁଘରେ ସତି-ସାବିତ୍ରୀଙ୍କ ଭଳି ବ୍ୟବହାର କରି ଆସୁଥିଲେ । କିନ୍ତୁ କଥାରେ ଅଛି ସାପ କେତେ ଶୃଙ୍ଗାର କଲେ ବି ପ୍ରକୃତି କେବେ ଛାଡ଼ିବ ନାହିଁ । ଠିକ ସେମିତି ସୋନମ ଘରେ ଥିବା ବେଳେ ଶାଶୁଘର ଲୋକଙ୍କ ସମେତ ସ୍ବାମୀ ରାଜାଙ୍କ ସହ ମଧ୍ୟ ସେତେ କଥାବାର୍ତ୍ତା କରୁନଥିଲେ । ରାଜାଙ୍କ ପରିବାର ପୁଲିସକୁ କହିଛନ୍ତି ଯେ ରାଜା ହନିମୁନ୍ ପାଇଁ ଶ୍ରୀଲଙ୍କା ଯିବାକୁ ଚାହୁଥିଲେ କିନ୍ତୁ ସୋନମ ସିଲଙ୍ଗ ଯିବାକୁ ପ୍ଲାନ୍ କରିସାରିଥିଲେ ଏବଂ ଟିକଟ୍ ମଧ୍ୟ ନିଜେ ହିଁ ବୁକ୍ କରିଥିଲେ । ପୁଲିସ ଯାଞ୍ଚରୁ ଜଣାପଡ଼ିଛି ଯେ ସୋନମଙ୍କ ଜଣେ ପୁରୁଷ ବନ୍ଧୁ ମଧ୍ୟ ଏହି ଘଟଣାରେ ସାମିଲ ଅଛନ୍ତି ଯାହାଙ୍କୁ ଗିରଫ କରାଯାଇଛି । ସନ୍ଦେହ କରାଯାଉଛି କି ବୟଫ୍ରେଣ୍ଡଙ୍କ ପାଇଁ ସୋନମ ସ୍ବାମୀ ରାଜାଙ୍କ ହତ୍ୟା କରି ଥାଇପାରନ୍ତି ।