ଦୁର୍ଘଟଣା କେମିତି ଘଟିଲା ? ଉଡ଼ାଣ ଭରିବାର କିଛି ମିନିଟ୍ ମଧ୍ୟରେ କେମିତି ବିମାନ ଦୁର୍ଘଟଣାର ଶିକାର ହେଲା ? ଏନେଇ ବିଭିନ୍ନ ଦିଗରୁ ଯାଂଚ ଆରମ୍ଭ ହୋଇଛି । ଗୋଟିଏ ବ୍ଲାକବକ୍ସ ମିଳିଥିବା ସୂଚନା । ତେବେ ଏ ବ୍ଲାକବକ୍ସ କଣ ? କେମିତି ଦୁର୍ଘଟଣାର ସଠିକ କାରଣ କହିବ ?
‘ବ୍ଲାକ୍ ବକ୍ସ’ କହିବ କ୍ରାସ୍ର କାହାଣୀ
-ବିମାନ ଦୁର୍ଘଟଣା ପରେ ଏହି ଡିଭାଇସ୍କୁ ପ୍ରଥମେ ଖୋଜାଯାଏ
-ଏହି ଡିଭାଇସ୍ ଦୁର୍ଘଟଣାର କାରଣ ଜାଣିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
-ଏହା ବିମାନର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ କଥାବାର୍ତ୍ତା ସଂରକ୍ଷଣ କରି ରଖିଥାଏ
-ବ୍ଲାକ୍ ବକ୍ସରେ ଥାଏ ଫ୍ଲାଇଟ୍ ଡାଟା ରେକର୍ଡର୍ ଓ କକପିଟ୍ ଭଏସ୍ ରେକର୍ଡର୍
-ବିମାନର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ କକପିଟ୍ରେ ହେଉଥିବା କଥାବାର୍ତ୍ତା ରେକର୍ଡ କରେ
-ନାମ ‘ବ୍ଲାକ୍ ବକ୍ସ’ ହେଲେ ଏହା ଉଜ୍ଜ୍ୱଳ ନାରଙ୍ଗୀ ରଙ୍ଗର
-ଦୁର୍ଘଟଣା ପରେ ଭଗ୍ନାବଶେଷ ମଧ୍ୟରେ ଏହା ମିଳିଥାଏ
-ବ୍ଲାକ୍ ବକ୍ସର ଦୁଇଟି ଅଂଶ ଥାଏ
୧.ଫ୍ଲାଇଟ୍ର ଡାଟା ରେକର୍ଡର୍
-ଏହା ବିମାନର ଟେକନିକାଲ୍ ତଥ୍ୟକୁ ସଂରକ୍ଷିତ ରଖେ
-ଯେପରିକି ଉଚ୍ଚତା, ଗତି, ଦିଗ, ଇଞ୍ଜିନର ପରଫରମାନ୍ସ, ଫ୍ଲାପ୍ ଓ ରାଡାର୍ର ସ୍ଥିତି
-ଏଥିରେ ପ୍ରାୟ ୨୫ ଘଣ୍ଟାର ଡାଟା ସଂରକ୍ଷିତ ଥାଏ
୨.କକପିଟ୍ ଭଏସ ରେକର୍ଡର୍
-ଏହା କକପିଟ୍ରେ ପାଇଲଟ୍ଙ୍କ ମଧ୍ୟରେ ହେଉଥିବା କଥାବାର୍ତ୍ତା ରେକର୍ଡ କରେ
-ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସହ ଯୋଗାଯୋଗ ରେକର୍ଡ କରେ
-କକପିଟ୍ରେ ଶୁଣାଯାଉଥିବା ଇଞ୍ଜିନ୍ ଶବ୍ଦ ରେକର୍ଡ କରେ
-ବିମାନର ଶେଷ ୨ ଘଣ୍ଟାର ଅଡିଓ ରେକର୍ଡ କରିଥାଏ
-ବ୍ଲାକ୍ ବକ୍ସ ତୀବ୍ର ତାପମାତ୍ରା, ଆଘାତ, ପାଣିର ଚାପ ଓ ନିଆଁ ସହିପାରେ
-ଏହା ସାଧାରଣତଃ ବିମାନର ପଛ ଅଂଶରେ ରଖାଯାଏ
-‘ବ୍ଲାକ୍ ବକ୍ସ’ ଟାଇଟାନିୟମ୍ ଷ୍ଟିଲ୍ରେ ତିଆରି ହୋଇଥାଏ
-ଯାହା ୧୧୦୦ ଡିଗ୍ରି ସେଲସିୟସ୍ ତାପମାତ୍ରାରେ ୩୦ ମିନିଟ୍ ରହିପାରେ
-୬,୦୦୦ ମିଟର ଗଭୀର ପାଣିରେ ୩୦ ଦିନ ପର୍ଯ୍ୟନ୍ତ ରହିପାରେ
-‘ବ୍ଲାକ୍ ବକ୍ସ’ ହେଉଛି ଦୁର୍ଘଟଣାର କାରଣ ଜାଣିବାର ସବୁଠାରୁ ନିର୍ଭରଯୋଗ୍ୟ ସାମଗ୍ରୀ