Odia News Portal

ଅହମ୍ମଦାବାଦ ବିମାନ ଦୁର୍ଘଟଣା: ମିଳିଲା ଦ୍ୱିତୀୟ ବ୍ଲାକବକ୍ସ

କେମିତି ଅହମ୍ମଦାବାଦର ଶିକାର ହେଲା ଏୟାର ଇଣ୍ଡିଆର ବୋଇଂ ଲାଇନର ବିମାନ । କାରଣ ଖୋଜା ଚାଲିଥିବା ବେଳେ ଉଦ୍ଧାର ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନର ଦ୍ୱିତୀୟ ବ୍ଲାକ ବକ୍ସ । ପୂର୍ୱରୁ ବିମାନର ଭଗ୍ନାବଶେଶ ତଳୁ ଗୋଟିଏ ବ୍ଲାକ ବକ୍ସ ମିଳିଥିଲା । ତଦନ୍ତ ଭିତରେ ବିମାନର ଦୁଇଟି ଯାକ ବ୍ଲାକ ବକ୍ସ ମିଳିସାରିଛି । ଏବେ ମିଳିଥିବା ବ୍ଲାକ ବକ୍ସରେ ରହିଛି କକପିଟ ଭଏସ ରେକର୍ଡର । ପୂର୍ୱରୁ ମିଳିଥିବା ବ୍ଲାକବକ୍ସରେ ରହିଛି ହାଇ ଡାଟା ରେକର୍ଡର । ଦୁଇଟିଯାକ ବ୍ଲାକ ବକ୍ସ ମିଳିଥିବାରୁ ତଦନ୍ତରେ ଏହା ସହାୟକ ହେବ । କକପିଟ ଭଏସ ରେକଡର ବ୍ଲାକବକ୍ସ ମିଳିଥିବା ତଦନ୍ତକାରୀ ଟିମ ସ୍ପଷ୍ଟ କରିଛନ୍ତି । ଏଥିରୁ ଜଣାପଡିବ ଦୁର୍ଘଟଣା ପଛର ସମ୍ଭାବ୍ୟ କାରଣ ଯେଉଁଥିରେ ୨୪୧ ଜଣଙ୍କ ସମେତ ୨୭୦ ଜଣଙଅକ ମୃତ୍ୟୁ ହୋଇଥିଲା । ପିଏମ ପ୍ରମୁଖ ସଚିବ ପିକେ ମିଶ୍ର ଗତକାଲି ଦୁର୍ଘଟଣାସ୍ଥଳ ଗସ୍ତ କରିଥିଲେ । ଏତିକି ବେଳେ ତଦନ୍ତକାରୀ ଟିମ ଦୁଇଟି ଯାକ ବ୍ଲାକବକ୍ସ ମିଳିଥିବା ସୂଚନା ଦେଇଥିଲେ । ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ ଏବେ ବ୍ଲାକ ବକ୍ସ ଡାଟାକୁ ଡିକୋଡ କାମ ଆରମ୍ଭ କରିଛି । ଡିଜିସିଏ ଏବଂ ଆଇବି ଅଧିକାରୀ ମଧ୍ୟ ଯାଞ୍ଚ କାଯ୍ୟରେ ଲାଗିଛନ୍ତି ।