ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସମେତ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ, ଅଗ୍ନିଶମ ଡିଜି, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତାଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି ।
ପ୍ରତି ୩ ମାସରେ ବରିଷ୍ଠ ସେବାୟତଙ୍କୁ ନେଇ ବୈଠକ ବସିବ। ନିଯୋଗରେ ସେବକ ସମସ୍ୟା ନେଇ ହେବ ଆଲୋଚନା । ରଥଯାତ୍ରା ଦିନ ରଥ ଉପରେ ଅନଧିକୃତ ସେବକ ଚଢ଼ି ନଥିଲେ ବୋଲି ସ୍ପଷ୍ଟ କଲେ ଆଇନ ମନ୍ତ୍ରୀ । ଆଇନ ମନ୍ତ୍ରୀ ସରକାରଙ୍କ ତରଫରୁ ସେବକଙ୍କୁ କ୍ଷମା ମାଗିଲେ । ଅନଧିକୃତ ଶବ୍ଦ ବ୍ୟବହାର ନେଇ ଦୁଃଖ ପ୍ରକାଶ କଲେ ଆଇନ ମନ୍ତ୍ରୀ । ଶ୍ରୀମନ୍ଦିର ସଂସ୍କାର ନେଇ ହେଲା ଆଲୋଚନା । ସେବକ ମାନଙ୍କ ପାଇଁ ସରକାରଙ୍କ ଦୃଷ୍ଟିଭଙ୍ଗୀ ଆହୁରି ସୁନ୍ଦର ହେବ ବୋଲି କହିଲେ ଆଇନ ମନ୍ତ୍ରୀ ।