Odia News Portal

କଂଗ୍ରେସ ଓ ବିଜେଡି ଅଯଥା ରାଜନୀତି କରୁଛନ୍ତି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କଂଗ୍ରେସ ଓ ବିଜେଡି ଅଯଥା ରାଜନୀତି କରୁଛନ୍ତି।

ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆହୁରି କହିଛନ୍ତି, ବିଜେଡି ୨୪ ବର୍ଷ ସରକାରରେ ଥିଲା । ସେତେବେଳେ ସେମାନେ ତୁରନ୍ତ ଆକ୍ସନ ନେଉ ନଥିଲେ । ବେବିନା, କୁନ୍ଦୁଲି ଘଟଣା ହେଉ ଆକ୍ସନ ନେଇ ନଥିଲେ, ଦୋଷୀ ଖୁଲମ ଖୁଲା ବୁଲୁଥିଲେ । ପୂର୍ବ ସରକାର ଲୋକଙ୍କୁ ନ୍ୟାୟ ଦେଲେ ନାହିଁ । ବିଜେପି ସରକାର ତୁରନ୍ତ ଆକ୍ସନ ନେଉଛନ୍ତି । ଏହି ଘଟଣାରେ ୧୨ ଘଣ୍ଟା ଭିତରେ ଆକ୍ସନ ନିଆଯାଇଛି । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, କାହାକୁ ଛଡା ଯିବ ନାହିଁ । ଅପରାଧ ଏବଂ ଅପରାଧୀଙ୍କୁ ସରକାର ଦୃଢ଼ ହସ୍ତରେ ଦମନ କରୁଛନ୍ତି । ଅଯଥାରେ ଶସ୍ତା ରାଜନୀତି କରୁଛନ୍ତି ବିରୋଧୀ । ଅତୀତ ସରକାର ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିନଥିଲା ।

ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆହୁରି କହିଛନ୍ତି, ବିଜେଡି ୨୪ ବର୍ଷ ସରକାରରେ ଥିଲା | ସେତେବେଳେ ସେମାନେ ତୁରନ୍ତ ଆକ୍ସନ ନେଉ ନଥିଲେ । ବେବିନା, କୁନ୍ଦୁଲି ଘଟଣା ହେଉ ଆକ୍ସନ ନେଇ ନଥିଲେ, ଦୋଷୀ ଖୁଲମ ଖୁଲା ବୁଲୁଥିଲେ । ପୂର୍ବ ସରକାର ଲୋକଙ୍କୁ ନ୍ୟାୟ ଦେଲେ ନାହିଁ । ବିଜେପି ସରକାର ତୁରନ୍ତ ଆକ୍ସନ ନେଉଛନ୍ତି । ଏହି ଘଟଣାରେ ୧୨ ଘଣ୍ଟା ଭିତରେ ଆକ୍ସନ ନିଆଯାଇଛି । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, କାହାକୁ ଛଡା ଯିବ ନାହିଁ । ଅପରାଧ ଏବଂ ଅପରାଧୀଙ୍କୁ ସରକାର ଦୃଢ଼ ହସ୍ତରେ ଦମନ କରୁଛନ୍ତି । ଅଯଥାରେ ଶସ୍ତା ରାଜନୀତି କରୁଛନ୍ତି ବିରୋଧୀ । ଅତୀତ ସରକାର ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିନଥିଲା । ବିଜେଡି ୨୪ ବର୍ଷ ସରକାରରେ କେତେ ଜଣ ଇସ୍ତଫା ଦେଇଛନ୍ତି ? ଦିବ୍ୟ ଶଙ୍କର ମିଶ୍ର, ପ୍ରତାପ ଜେନା ଇସ୍ତଫା ଦେଇଥିଲେ କି ? ତେଣୁ ସେମାନେ ଫାଲତୁ କଥା କହି କିଛି ଲାଭ ନାହିଁ । କୁନ୍ଦୁଲି ପୀଡ଼ିତା ନ୍ୟାୟ ପାଇଲେ କି ? ବିଜେପି ସରକାର ତ୍ୱରିତ୍ଵ ନ୍ୟାୟ ଉପରେ ଗୁରୁତ୍ବ ଦେଉଛନ୍ତି । ଏଭଳି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଅତୀତରେ କୌଣସି ସରକାର ନେଇନାହାନ୍ତି । ଯିଏ ଦୋଷୀ ଦଣ୍ଡ ପାଇବେ । ଅନ୍ୟକୁ ବୁଦ୍ଧି ଶିଖାଉଛନ୍ତି, ନିଜ ବେଳକୁ ବୁଦ୍ଧି ଆସୁନଥିଲା । ରାଜରାସ୍ତାକୁ ଆସିବାକୁ ମନା ନାହିଁ । ମୋହନ ଚରଣ ମାଝୀ ସରକାର ଅପରାଧକୁ ବରଦାସ୍ତ କରିବେ ନାହିଁ।
ବିଜେଡି ୨୪ ବର୍ଷ ସରକାରରେ କେତେ ଜଣ ଇସ୍ତଫା ଦେଇଛନ୍ତି ? ଦିବ୍ୟ ଶଙ୍କର ମିଶ୍ର, ପ୍ରତାପ ଜେନା ଇସ୍ତଫା ଦେଇଥିଲେ କି ? ତେଣୁ ସେମାନେ ଫାଲତୁ କଥା କହି କିଛି ଲାଭ ନାହିଁ । କୁନ୍ଦୁଲି ପୀଡ଼ିତା ନ୍ୟାୟ ପାଇଲେ କି ? ବିଜେପି ସରକାର ତ୍ୱରିତ୍ଵ ନ୍ୟାୟ ଉପରେ ଗୁରୁତ୍ବ ଦେଉଛନ୍ତି । ଏଭଳି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଅତୀତରେ କୌଣସି ସରକାର ନେଇନାହାନ୍ତି । ଯିଏ ଦୋଷୀ ଦଣ୍ଡ ପାଇବେ । ଅନ୍ୟକୁ ବୁଦ୍ଧି ଶିଖାଉଛନ୍ତି, ନିଜ ବେଳକୁ ବୁଦ୍ଧି ଆସୁନଥିଲା ।ରାଜରାସ୍ତାକୁ ଆସିବାକୁ ମନା ନାହିଁ । ମୋହନ ଚରଣ ମାଝୀ ସରକାର ଅପରାଧକୁ ବରଦାସ୍ତ କରିବେ ନାହିଁ ।