Odia News Portal

ଏୟାରଲିଫ୍ଟ ହେଲେ ବଳଙ୍ଗାର ନାବାଳିକା

ଏୟାରଲିଫ୍ଟ ହେଲେ ପୁରୀ ଜିଲ୍ଲା ବଳଙ୍ଗାର ନାବାଳିକା । ଭୁବନେଶ୍ବର ଏମ୍‌ସରୁ ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି । ଏପଟେ ଟୁଇଟ୍‌ କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ସର୍ବୋତ୍ତମ ଚିକିତ୍ସା ପାଇଁ ଆଜି ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି । ଏହି ଘଟଣାରେ ତ୍ୱରିତ ପଦକ୍ଷେପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ  ମୋହନ ମାଝୀଙ୍କୁ ଧନ୍ୟବାଦ ଜଣାଉଛି । ପୀଡ଼ିତା ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ ଏହା ହିଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି  ବୋଲି ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି ପ୍ରଭାତୀ ପରିଡା । 

ତେବେ ପୀଡ଼ିତାଙ୍କ ସହ ତାଙ୍କ ପରିବାର ଲୋକ ଦିଲ୍ଲୀ ଯାଇଛନ୍ତି । ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଦିଲ୍ଲୀ ଏମ୍‌ସରୁ ଆସିଥିବା ଡାକ୍ତରୀ ଟିମ୍‌ ସହ ଭୁବନେଶ୍ବର ଏମ୍‌ସ ବର୍ଣ୍ଣ ବିଭାଗ ମୁଖ୍ୟ ଡାକ୍ତର ସଞ୍ଜୟ ଗିରି ଆଲୋଚନା କରିଥିଲେ। ଏହାପରେ ଟେକ୍ ଅଫ୍ କରିଥିଲା ଫ୍ଲାଇଟ୍। ସଂକଟାପନ୍ନ ରହିଛି ପୀଡ଼ିତାଙ୍କ ଅବସ୍ଥା । ଆଗାମୀ ୪୮ ଘଣ୍ଟା ପୀଡ଼ିତାଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି ଏମ୍‌ସ ପକ୍ଷରୁ କୁହାଯାଇଛି । ତାଙ୍କର ମାନସିକ ଓ ଶାରୀରିକ ସ୍ତରରେ ଆଘାତ ଲାଗିଛି ।