Odia News Portal

ଆରଡିସି ଅଫିସ୍ ଘେରାଉ ଘଟଣା : ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା ବିରୋଧୀ ଦଳ ହେବାରେ ପ୍ରାକ୍ଟିସ କରୁଛି ବିଜେଡି

ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଏଫଏମ୍ ପକ୍ଷରୁ ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣାର ନ୍ୟାୟିକ ତଦନ୍ତ ଦାବିରେ ସମ୍ବଲପୁର ଆରଡିସି ଅଫିସ ଘେରାଉ । ରାଜ୍ୟ ସରକାରଙ୍କ ଚରମ ଅବହେଳା, ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା ବିରୁଦ୍ଧରେ ସମ୍ବଲପୁର ଆରଡିସି ଅଫିସ ଘେରାଉ କରାଯାଉଛି । ପଶ୍ଚିମ ଓଡିଶାର ଆରଡିସି ସ୍ତରୀୟ ସମସ୍ତ ଜିଲ୍ଲାରୁ ବିଜୁ ଯୁବ, ଛାତ୍ର, ମହିଳା ଜନତା ଦଳର ସମସ୍ତ ସଦସ୍ୟ, କର୍ମକର୍ତ୍ତା, ବିଜୁ ଜନତା ଦଳର ସମସ୍ତ ବରିଷ୍ଠ ନେତୃମଣ୍ଡଳୀ, ସଦସ୍ୟ, ବିଜୁପ୍ରେମୀ ଯୋଗଦାନ କରିଛନ୍ତି । ସେପଟେ ଘେରାଉକୁ ନଜରରେ ରଖି ବ୍ୟାପକ ପୁଲିସ ମୁତୟନ ଅଛନ୍ତି ।

ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନାକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେଡି । ବାଲେଶ୍ୱର ଏଫଏମ କଲେଜ ଘଟଣାରେ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ଏବେ ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ଘଟଣାରେ ବିଜେଡି ଆନ୍ଦୋଳନକୁ ଆହୁରି ତୀବ୍ର କରିଛି ।

ସରକାରଙ୍କ ବିରୋଧରେ ଏହି ଆନ୍ଦୋଳନ କେବଳ ବିଜେଡି ନୁହେଁ କଂଗ୍ରେସ ବି ଜାରି ରଖିଛି । ଏ ନେଇ ଯୋଗାଣ ମନ୍ତ୍ରୀ ପ୍ରତିକ୍ରିୟା ଦେିଚନ୍ତି ସେ କହିଛନ୍ତି ୨୪ ବର୍ଷ ହେବ ସରକାର ରେ ରହିଥିଲେ ଏବେ କିଭଳି ବିରୋଧୀ ଦଳ ଭୂମିକା ନିଭାଇ ହେବ ସେ ନେଇ ବିଜେଡି ପ୍ରାକ୍ଟିସ କରୁଛି । ତେଣୁ ମୋହନ ମାଝିଙ୍କ ସରକାର ସବୁ ଘଟଣାର ତ୍ବରିତ ପଦକ୍ଷେପ ନେଉଛନ୍ତି କୌଣସି ବି ଘଟଣା କୁ ଢିଲା କରାଯିବନି । ତେଣୁ ଯିଏ ଚାହୁଛନ୍ତି ରାଜରାସ୍ତାକୁ ଆସିବା ପାଇଁ ତାଙ୍କୁ ମନା ନାହିଁ ସେମାନେ ଆସିପାରିବେ ।ରାଜନୀତିରେ ସମସ୍ତଙ୍କୁ ସବୁ ଅଧିକାର ରହିଛି ।