ଭୁବନେଶ୍ୱର ମହାନଗର ନିଗମର ମାସିକିଆ ବୈଠକ ପୂର୍ୱରୁ ହଙ୍ଗାମା ଦେଖାଦେଇଛି । ବିଜେଡି କର୍ପୋରେଟର ଗିରଫ ଦାବିରେ ବିଏମସି ଅଫିସ ଘେରାଉ ଉଦ୍ୟମ କଲେ ୨୯ ନଂ ୱାର୍ଡର ବାସିନ୍ଦା । ୪୪ ନଂ ୱାର୍ଡର ବିଜେପି କର୍ପୋରେଟରଙ୍କୁ ଗିରଫ ଦାବି କରିଛନ୍ତି । ବିଏମସି ଅଫିସ ସମ୍ମୁଖରେ ଶତାଧିକ ଲୋକଙ୍କ ପ୍ରତିବାଦ ଦେଖାଦେଇଛି । ସେଠାରେ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି । ବିଏମସି ମେୟର ସୁଲୋଚନା ଦାସଙ୍କ ଇସ୍ତଫା ଦାବି କଲେ୨୯ ନଂ ୱାର୍ଡର ବାସିନ୍ଦା ।