ଉପରାଷ୍ଟ୍ରପତି ନିର୍ବାଚନ: ଆରମ୍ଭ ହେଲା ମତଦାନ, ଭୋଟ୍ ଦେଇ ସଂସଦ ଭବନ ଛାଡ଼ିଲେ ପ୍ରଧାନମନ୍ତ୍ରୀ By Swadhikar News Last updated Sep 9, 2025 ଉପରାଷ୍ଟ୍ରପତି ପଦ ପାଇଁ ଆରମ୍ଭ ହେଲା ମତଦାନ। ପ୍ରଥମେ ସଂସଦ ଭବନରେ ପହଞ୍ଚି ମତଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ ଇସ୍ତଫା ଦେବାର ପ୍ରାୟ ୨ ମାସ ପରେ ଆଜି ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ଏନ୍ଡିଏ ପକ୍ଷରୁ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିରୋଧୀ ଇଣ୍ଡି ମେଣ୍ଟ ପକ୍ଷରୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି ସୁଦର୍ଶନ ରେଡ୍ଡୀ ପ୍ରାର୍ଥୀ ହୋଇଛନ୍ତି। ତେବେ ୧୦ଟାରେ ମତଦାନ ଆରମ୍ଭ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଭୋଟ୍ ଦେଇ ସଂସଦ ଭବନରୁ ବାହାରୁଥିବା ଦେଖାଯାଇଛି। ଏହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। swadhikarswadhikar newsVice Presidential election Share