ଭାରତ-ଚୀନ ଉପରେ ୧୦୦% ଶୁଳ୍କ ଲାଗୁ କର; ଜି୭ ଦେଶକୁ କହିଲା ଆମେରିକା By Swadhikar News Last updated Sep 12, 2025 ଘଡ଼ି ଘଡ଼ିକେ ନିଜର ରଙ୍ଗ ବଦଳାଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବୁଧବାର ଭାରତକୁ ବନ୍ଧୁ ବୋଲି କହି ଲଗାଯାଇଥିବା ଶୁଳ୍କ ଉପରେ ଆଲୋଚନା ନେଇ ପ୍ରସ୍ତାବ ଦେବା ପରେ ଏବେ ପୁଣି ୟୁଟର୍ଣ୍ଣ ନେଇଛନ୍ତି ଟ୍ରମ୍ପ। ଆମେରିକାର ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ରୁଷ୍ରୁ ତେଲ କିଣୁଥିବାରୁ ଭାରତ ଏବଂ ଚୀନ ଉପରେ ୧୦୦% ଶୁଳ୍କ ଲଗାଇବାକୁ ଜି୭ ଦେଶଗୁଡ଼ିକୁ ପ୍ରସ୍ତାବ ଦେଇଛି। ୟୁକ୍ରେନ ସହିତ ଶାନ୍ତି ଆଲୋଚନା ପାଇଁ ମସ୍କୋକୁ ବାଧ୍ୟ କରିବାକୁ ଆମେରିକା ଏଭଳି କରିଥିବା କୁହାଯାଉଛି। ପ୍ରସ୍ତାବିତ ଶୁଳ୍କ ସ୍ତର ୫୦ରୁ ୧୦୦ପ୍ରତିଶତ ମଧ୍ୟରେ ରହିବ ବୋଲି କୁହାଯାଉଛି। ଜି୭(କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ ଏବଂ ଯୁକ୍ତରାଷ୍ଟ୍ର)ର ଅର୍ଥମନ୍ତ୍ରୀମାନେ ଆଜି ଭିଡିଓ କଲ୍ ମାଧ୍ୟମରେ ଏହି ପ୍ରସ୍ତାବ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଆମେରିକାର ଟ୍ରେଜେରୀ ବିଭାଗ ପକ୍ଷରୁ କୁହାଯାଇଛି ଯେ, “ଚୀନ ଏବଂ ଭାରତ ରୁଷ୍ରୁ ତୈଳ କିଣି ପୁଟିନଙ୍କ ଯୁଦ୍ଧ ଯନ୍ତ୍ରକୁ ପାଣ୍ଠି ଯୋଗାଉଛନ୍ତି, ଯାହା ନିର୍ଦ୍ଦୋଷ ୟୁକ୍ରେନୀୟ ଲୋକଙ୍କ ମୃତ୍ୟୁସଂଖ୍ୟା ବଢ଼ାଉଛି। ଏହି ସପ୍ତାହ ଆରମ୍ଭରେ, ଆମେ ଆମର ୟୁରୋପୀୟ ସଂଘର ସହଯୋଗୀମାନଙ୍କୁ ସ୍ପଷ୍ଟ କରିଦେଇଛୁ ଯେ, ଯଦି ସେମାନେ ନିଜ ଘର ପଛପଟେ ଚାଲିଥିବା ଯୁଦ୍ଧ ସମାପ୍ତ କରିବା ପାଇଁ ଚାହାନ୍ତି, ତେବେ ସେମାନଙ୍କୁ ଆମ ସହିତ ସାମିଲ ହୋଇ ଅର୍ଥପୂର୍ଣ୍ଣ ଶୁଳ୍କ ଲାଗୁ କରିବାକୁ ହେବ। ଯୁଦ୍ଧ ଶେଷ ହେବା ଦିନ ହିଁ ଲଗାଯାଇଥିବା ଶୁଳ୍କ ପ୍ରତ୍ୟାହାର କରାଯିବ।” chinaimpose 100% tariffs on Indiaswadhikarswadhikar news Share