ପ୍ରତିଦିନ ରାତିରେ ଖାଆନ୍ତୁ ଗୁଜୁରାତି, ମିଳିବ ଜବରଦସ୍ତ ଫାଇଦା By Swadhikar News Last updated Sep 20, 2025 ଗୁଜୁରାତିର ବ୍ଯବହାର ପ୍ରତ୍ଯେକ ଘରେ କରାଯାଇଥାଏ। ଦେଖିବାକୁ ଗଲେ ପ୍ରାୟତଃ ସମସ୍ତଙ୍କ ରୋଷେଇ ଘରେ ରହିଥାଏ ଗୁଜୁରାତି। କେତେବେଳେ ଏହାକୁ ଚା ବନାଇବାରେ ତ କେତେବେଳେ ତରକାରୀରେ ବ୍ଯବହାର କରାଯାଇଥାଏ। ବେଳେବେଳେ ଏହାକୁ ମାଉଥଫ୍ରେସନର ଭାବେ ମଧ୍ୟ ବ୍ଯବହାର କରାଯାଇଥାଏ। ତେବେ ଆପଣ ଯେଉଁଭାବେ ମଧ୍ୟ ଏହାର ସେବନ କରନ୍ତୁ ଏହାର ଫାଇଦା ହିଁ ରହିଛି। ଦିନରେ ଏହାକୁ ଅନେକ ଥର ଖାଇଥିଲେ ମଧ୍ୟ ଆପଣ ଜାଣିଛନ୍ତି କି ରାତିରେ ଶୋଇବା ପୂର୍ବରୁ ଗୁଜୁରାତି ଖାଇବା ଦ୍ବାରା ହୋଇଥାଏ ଅନେକ ପ୍ରକାରର ରୋଗ ଦୂର। ଆସନ୍ତୁ କିପରି କରିବା ରାତିରେ ଏହାର ସେବନ ଦୈନିକ ଏହାର କାଢ଼ା ପିଅନ୍ତୁ। ଏହା ଦ୍ବାରା ମାନସିକ ଚିନ୍ତା ଦୂର ହୋଇଥାଏ। କାଢ଼ା ପ୍ରସ୍ତୁତ କରିବା ପାଇଁ ଗୁଜୁରାତିକୁ ଗୁଣ୍ଡ କରି ପାଣିରେ ଗରମ କରନ୍ତୁ। ଏବେ ଏହି ପାଣିରେ ଟିକେ ମହୁ ମିଶାଇ ତାହାକୁ ପିଅନ୍ତୁ। କିଛି ଦିନ ମଧ୍ୟରେ ଆପଣଙ୍କୁ ଫରକ ନଜର ଆସିବ। ମୁହଁରୁ ଆସିଥିବା ର୍ଦୁଗନ୍ଧକୁ ଦୂର କରିବା ପାଇଁ ବହୁ ଲାଭକାରୀ ଗୁଜୁରାତି। ଖାଲି ତାହା ନୁହଁ ଏହାର ସେବନ ଦ୍ବାରା ଗଳାର କର୍କଶତା ଦୂର ହେବା ସହ କଣ୍ଠ ମଧୁର ହୋଇଥାଏ। କିଛି ଲୋକଙ୍କ ନିକଟରେ ସବୁବେଳେ ପେଟ ଜନିତ ସମସ୍ଯା ରହିଥାଏ। ଏଥିକାରଣରୁ କେଶ ଉପୁଡ଼ିବା ସମସ୍ଯା ମଧ୍ୟ ଉପୁଜିଥାଏ। ଏହି ସମସ୍ଯାରୁ ବଞ୍ଚିବା ପାଇଁ ହାଲୁକା ଉଷୁମ ପାଣି ସହ ଗୁଜୁରାତିର ସେବନ କରନ୍ତୁ। ଦେଖିବେ କିଛି ଦିନ ମଧ୍ୟରେ ଏହି ସମସ୍ଯାରୁ ମୁକ୍ତି ମିଳିବ। ଦୈନିକ ରାତିରେ ଶୋଇବା ପୂର୍ବରୁ ଗୁଜୁରାତି ଖାଇବା ପୁରୁଷଙ୍କ ପାଇଁ ଲାଭକାରୀ ହୋଇଥାଏ। ଏହା ଦ୍ବାରା ପୁରୁଷଙ୍କ ନପୁଂସକତା ସମସ୍ଯା ଦୂର ହୋଇଥାଏ। ଏଥିପାଇଁ ଗରମ ପାଣି ବା କ୍ଷୀର ସହ ଏହାର ସେବନ କରନ୍ତୁ। elaichiswadhikarswadhikar news Share