ଶିଶୁ ମୃତ୍ୟୁକୁ ନେଇ କ୍ୟାପିଟାଲ ହସପିଟାଲରେ ଉତ୍ତେଜନା । ଯିଏ ଯାହାକୁ ପାରିଲା ଛେଚି ଚାଲିଲା । ହସପିଟାଲ ସିକ୍ୟୁରଚଟି କି କର୍ମଚାରୀ କେହି ରହମାନ ପଡ଼ିଲେଡ଼ି । ଉତ୍ୟକ୍ତ ଲୋକଙ୍କ ନଜର ଯିଏ ପଡ଼ିଲା ସିଲ ମାଡ଼ ଖାଇଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ହସ୍ପିଟାଲ ପରିସରରେ । ତେବେ ଘଟାଣଟି ଏହିପରି କ୍ୟାପିଟାଲ ହସପିଟାରେ ଏକ ଶିଶୁର ମୃତ୍ୟୁ ହୋଇଥିଲା । ଭୁଲ୍ ଇଞ୍ଜେକ୍ସନ୍ ଯୋଗୁ ଶିଶୁ ମୃତ୍ୟୁ ଅଭିଯୋଗ ଆଣିଥିଲେ ପରିବାର ଲୋକ । ଫଲରେ ହସ୍ପିଟାଲରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ହସପିଟାଲ ସମ୍ମୁଖ ରାସ୍ତାକୁ ଅବରୋଧ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରି ହସପିଟାଲ ଭିତରକୁ ଧସେଇ ପଶିଥିଲେ ଲୋକମାନେ । ଆଉ ତା ପରେ ହସପିଟାଲ ପରିସରରେ ହୋଇଥିଲା ଲଙ୍କାକାଣ୍ଡ ।
ସେପଟେ ମୃତ୍ୟା ଅଭିଯୋଗରେ ପ୍ରତିକ୍ରିୟା ରଖିଛନ୍ତି ଶିଶୁ ବିଭାଗର hod । ସେ କହିଛନ୍ତି ଶିଶୁ ପୁତ୍ରକୁ ଆକାମା ଭଳି ରୋଗ ପୂର୍ବରୁ ଥିଲା । ଚିକିତ୍ସା ପାଇଁ ପୂର୍ବରୁ ହସ୍ପିଟାଲ ଆସୁଥିଲା । ଗତ କାଲି ଦିନରେ ଆସିଥିଲେ । ଚିକିତ୍ସା କରିଥିଲୁ । ରାତିରେ ଅଧିକ ହେବା ପରେ ଚିକିତ୍ସା ପାଇଁ ଆସିବା ପରେ ନର୍ସ ସଙ୍ଗେ ସଙ୍ଗେ ଚିକିତ୍ସା କରିଛନ୍ତି । ୩ ଥର ଅକ୍ସସିଯେନ ଦିଆଯାଇଛି ପରେ ମେଡିସିନ ଦିଆଯାଇଛି ଆମେ ଚିକିତ୍ସା କରିଛୁ ,ମୃତ୍ୟୁରେ ଆମ ହାତରେ ନାହିଁ ବୋଲି ସେ କହିଛନ୍ତି ।