Odia News Portal

ମୁଣ୍ଡଳୀରେ ଜଳ ସ୍ତର ବୃଦ୍ଧି

ଆଜି ୫ ଲକ୍ଷ କ୍ୟୁସେକ ପାଣି ଟପିଲା ମୁଣ୍ଡଳୀରେ। ଗତକାଲି ମୁଣ୍ଡଳୀରେ ୨ ଲକ୍ଷ ପାଣି ତଳିଆ ଅଞ୍ଚଳକୁ ପ୍ରବାହିତ ହେଉଥିବା ବେଳେ, ଆଜି ସକାଳୁ ହଠାତ୍ ୫ ଲକ୍ଷ ୧୬ ହଜାର କ୍ୟୁସେକ ଜଳ ତଳିଆ ଅଞ୍ଚଳକୁ ପ୍ରବାହିତ ହେଉଛି। ଏହାଫଳରେ କାଠଯୋଡ଼ିରେ ଜଳସ୍ତର ବୃଦ୍ଧି ପାଇଛି। ଉପରମୁଣ୍ଡରେ ବିଶେଷ କରି ସମ୍ବଲପୁରରେ ପ୍ରବଳ ବର୍ଷା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି।