ନୂଆପଡ଼ା ବ୍ୟାଟେଲ, ଚର୍ଚ୍ଚାରେ ତିନି ଚେହେରା? By Swadhikar News Last updated Oct 14, 2025 ଜଟିଳ ସ୍ଥିତିରେ ନୂଆପଡ଼ା ଗଣିତ । ଜୟ ଢ଼ୋଲକିଆ ପଦ୍ମ ଧରିବା ପରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବ ତାହା ଏବେ ଅସ୍ପଷ୍ଟ । ବିଶେଷ କରି ପଦ୍ମ ଶିବରକୁ ଜୟ ଡ଼େଇବା ପରେ ନିଶ୍ଚିନ୍ତ ହୋଇ ବସିଥବା ବିଜେଡି ଏବେ ପାର୍ଥୀ ଚୟନକୁ ନେଇ ନାକେମଦ ହେଲାଣି । ନୂଆ ପାର୍ଥୀ ଚୟନ ପାଇଁ ନବୀନ ନିବାସରେ ଘନ ଘନ ବୈଠକ ବସୁଛି । ଆଉ ନୂଆପଡ଼ା ଦାଇତ୍ବରେ ଥିବା ନେତାଙ୍କୁ ଠାରୁ ଟିକ୍ନିକ ଅପଡେଟ ନେଉଛନ୍ତି ବିଜେଡି ମୁଖିଆ । କାହାକୁ ପାର୍ଥୀ କରାଯିବ କାହା ସପକ୍ଷରେ ଲୋକମତ ଅଧିକ ଅଛି ତାକୁ ନେଇ ବିଜେଡି ଶିବିରରେ ଚାଲିଛି ଅଙ୍କକଷା । କହିବାକୁ ଗଲେ ନୂଆପଡ଼ା ପ୍ରାର୍ଥୀ ଚୟନକୁ ନେଇ ଶଙ୍ଖ ଶିବରରେ ଏବେ ଘମାଘୋଟ କଷରତ ଚାଲିଛି । ତେବେ ଏହାରି ଭିତରେ ଦୁଇ ତିନଟି ଚେହେରାକୁ ଚର୍ଚ୍ଚା ଜୋର ଧରିଛି । ସେହିସବୁ ଚେହେରା ବିଜେଡିର ପାର୍ଥୀ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ()ପ୍ରସନ୍ନ ପାଢ଼ୀ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିବା ପ୍ରସନ୍ନ ପାଢ଼ୀଙ୍କୁ ନେଇ ଏବେ ଜୋରଦାର ଚର୍ଚ୍ଚା । ବିଜେପିର ନେତା ଥିବା ପ୍ରସନ୍ନ ଏକଦା ନୂଆପଡ଼ା ବିଜେଡିର ଟାଣୁଆ ନେତା ଥିଲେ । ଏଥିସହ ବିଜେଡିର ଜିଲ୍ଲା ସଭାପତି ମଧ୍ୟ ରହିଆସିଛନ୍ତି । 2019 ସାଧାରଣ ନିର୍ବାଚନରେ ବିଜେଡିରୁ ଟିକେଟ ଆଶାୟୀ ଥିଲେ ପ୍ରସନ୍ନ । କିନ୍ତୁ ତାଙ୍କୁ ଟିକେଟ ମିଳିନଥିଲା ଯେଉଥି ପାଇଁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିଲେ । ତେବେ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପିରୁ ଟିକେଟ ଆଶାୟୀ ଥିଲେ ପ୍ରସନ୍ନ କିନ୍ତୁ ଜୟ ଢ଼ୋଲକିଆ ଯୋଗଦେବା ପରେ ଏବେ ସେ ଅସନ୍ତୁଷ୍ଟ ଥିବାର ଆଲୋଚନା ହେଉଛି । ଏଭଳି ସ୍ଥିତିରେ ବିଜେଡି ତାଙ୍କୁ କୋଳେଇ ନେଇ ଟିକେଟ ଦେଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ସେହିଭଳି ବିଜେଡି ଟିକେଟ ରେସ୍ରେ ରହିଛି ଆଉ ଜଣକଙ୍କ ନାଁ । ସେ ହେଉଛନ୍ତି ମନୋଜ ମିଶ୍ର । ପୂର୍ବତନ ଜିଲ୍ଲା ସଭାପତି ମନୋଜଙ୍କର ବିଜେଡି ହେବିଓ୍ବେଟ ନେତା ସହ ସମ୍ପର୍କ ରହିଛି । ରାଜେନ୍ଦ୍ର ଢ଼ୋଲକିଆଙ୍କ ପରେ ନୂଆପଡ଼ା ବିଜେଡିରେ ସେ ହିଁ ଟାଣୁଆ ନେତା । ତେବେ ମନୋଜ ମିଶ୍ରଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ଦଳ ଭିତରେ ଲବି ମଧ୍ୟ ଆରମ୍ଭ ହୋଇଛି । ଖଡ଼ିଆଲ ବିଧାୟକ ଅଧିରାଜ ପାଣିଗ୍ରାହୀ କୁଆଡ଼େ ମନୋଜ ମିଶ୍ରକୁ ପ୍ରାର୍ଥୀ କରିବାକୁ ଜୋରସୋରରେ ଲବି ଚଳାଇଛନ୍ତି । ଭାନୁ ସିଂ ମାଝୀ ଏସବୁ ଭିତରେ ନୂଆପଡ଼ା ପାଇଁ ବିଜେଡି ଜଣେ ଆଦିବାସୀ ଚେହାରାକୁ ପାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ନିର୍ବାଚନମଣ୍ଡଳୀରେ ଆସିବାସୀ ଭୋଟରଙ୍କ ସଂଖ୍ୟ ଅଧିକ । କଂଗ୍ରେସ ମଧ୍ୟ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି । ଗତ ସାଧାରଣ ନିର୍ବାଚନରେ ଘାସିରାମ ସ୍ବାଧୀନରୁ ଛିଡ଼ା ହୋଇ 50 ହଜାରୁ ଉର୍ଦ୍ଧ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ । ତେଣୁ କଂଗ୍ରେସ ଏବଂ ଘାସିରାମଙ୍କ ଭୋଟ କାଟିବାକୁ ପାଇଁ ବିଜେଡି ଜଣେ ଆଦିବାସୀ ଚେହେରାକୁ ମଇଦାନକୁ ଛାଡ଼ିପାରେ। ଯଦି ସେଭଳି କିଛି ହୁଏ ତେବେ ଜିଲ୍ଲା ଆଦିବାସୀ ସଂଘର ସଭାପତି ଭାନୁ ସିଂ ମାଝୀଙ୍କୁ ପ୍ରାର୍ଥି କରିପାରେ ବିଜେଡି । ଭାନୁ ସିଂ ମାଝୀଙ୍କୁ ପ୍ରାର୍ଥି କରିବା ସପକ୍ଷରେ ଅଛନ୍ତି କିଛି ବିଜେଡି ନେତା । ତେବେ ଏସବୁ ଭିତରେ ନିଜର ଚିରାଚରିତ ଢ଼ଙ୍ଗରେ ସରପ୍ରାଇଜ୍ କାର୍ଡ଼ ଖେଳୁଥିବା ନବୀନ ନୂଆପଡ଼ା ପାଇଁ କେଉଁ ସିକ୍ରେଟ ଚେହାରାକୁ ସାମ୍ନାକୁ ଆଣୁଛନ୍ତି ତାହା ଦେଖିବାର ଅଛି । swadhikarswadhikar newsନୂଆପଡ଼ା Share