ବର୍ତ୍ତମାନ ଯେଭଳି ପାଗ ରହୁଛି ସେଥିରେ ଥଣ୍ଡା କାଶ ଆଦି ରୋଗ ହେବା ସ୍ବାଭାବିକ । ଅନେକ ଲୋକ ଏହି ରୋଗରେ ଏବେ ପୀଡ଼ିତ । କିଏ ଔଷଧ ଖାଇ ଶୀଘ୍ର ନିଜକୁ ସୁସ୍ଥ କରିବାକୁ ପସନ୍ଦ କରେ ତ ଆଉ କେହି ଔଷଧକୁ ଏଡ଼ାଇ ଯାନ୍ତି । ପୁଣି କିଛି ଲୋକ ଘରୋ ଉପଚାର ଉପରେ ନିର୍ଭର କରନ୍ତି । ସେମିତିଏକ ଉପଚାର ହେଉଛି ଜାଇଫଳ । ଯାହା ସମସ୍ତଙ୍କ ଘରେ ଥାଏ । କିନ୍ତୁ ଅନେକ ଲୋକ ଏଭଳି ଏକ ଔଷଧୀୟ ଗୁଣ ଥିବା ଦ୍ରବ୍ୟ ବିଷୟରେ ଅବଗତ ନଥିବେ । ଆସନ୍ତୁ ଜାଣିବା ଜାଇଫଳ କେବଳ ମସଲା ଭାବେ ନୁହେଁ ଆୟୁର୍ବେଦ ଉପଚାର ଭାବେ ମଧ୍ୟ ବହୁତ କାମ ଦିଏ ।
୧-ଜାଇଫଳକୁ ଘୋରି ଏହାର ପାଣି ପିଇଲେ ପେଟ ଥଣ୍ଡା ହୁଏ । ଏହାକୁ ନାହିରେ ଲଗାଇଲେ ଝାଡ଼ା ଭଲ ହୁଏ । ମୁହଁର ସୁନ୍ଦରତା ପାଇଁ ଏହାକୁ ବ୍ୟବହାର କରାଯାଏ । ଏହାକୁ ଘୋରି ଲଗାଇଲେ ବ୍ରଣ ଭଲ ହୋଇଯାଏ ।
୨-ରାତିରେ ଜାଇଫଳକୁ ପାଣିରେ ପକାଇ ପିଇଲେ ପେଟ ଥଣ୍ଡା ରହିବା ସହ ରାତିରେ ଭଲ ନିଦ ହୁଏ ।ଏହା ସହିତ ହଜମ କ୍ରିୟାକୁ ଶକ୍ତିଶାଳୀ କରେ ।
୩-ସକାଳେ ଜାଇଫଳକୁ ଘୋରି ଅଧ ଚାମଚ ଖାଇଲେ ସର୍ଦ୍ଦି, ଥଣ୍ଡା ଓ କଶେ ରୋଗ ଭଲ ହୁଏ ।ଗ୍ୟାସ, ବଦହଜମି, ପେଟ କାଟିବା ମଧ୍ୟ ଭଲ ହୋଇଯାଏ ।
୪-ମୁଣ୍ଡ ବିନ୍ଧୁଥିଲେ ଜାଇଫଳ ଘୋରି ଲଗାନ୍ତୁ ଭଲ ହୋଇଯିବ ।
୫-ଶୀତ ଦିନେ ଜାଇଫଳରୁ ଛୋଟିଆ ଖଣ୍ଡ ପାଟିରେ ପକାଇ ଖାଇଲେ ଦେହ ଗରମ ରହେ । ଏହା ଭୋକ ମଧ୍ୟ ବଢ଼ାଏ ।
୬-ପକ୍ଷାଘାତ ହୋଇଥିବା ଅଙ୍ଗରେ ନିୟମିତ ଜାଇଫଳ ଘୋରି ଲଗାଇଲେ ଏହାର ଅନୁକୂଳ ପ୍ରଭାବ ପଡ଼ିଥାଏ ।
୭-ସନ୍ତାନ ପ୍ରସବ ପରେ ଅଣ୍ଟାରେ ଯନ୍ତ୍ରଣା ହେଉଥିବା ମହିଳାମାନେ ସକାଳ ଓ ସନ୍ଧ୍ୟାରେ ଜାଇଫଳ ଘୋରି ଯନ୍ତ୍ରଣା ସ୍ଥାନରେ ଲଗାଇଲେ ଉପଶମ ମିଳେ ।
୮-ଜାଇଫଳକୁ ମହୁ ସହିତ ବାଟି ପିଇଲେ ହୃଦୟର ଯେକୌଣସି ରୋଗ ଭଲ ହୁଏ ।
୯-ବାନ୍ତି ଲାଗୁଥିଲେ ଜାଇଫଳ ଘୋରି ଏହାର ପାଣି ପିଅନ୍ତୁ ସୁସ୍ଥ ଲାଗିବ ।
୧୦-ଶରୀରରେ ପୁରୁଣା ଦାଗ ରହିଥିଲେ ନିୟମିତ ତା ଉପରେ ଜାଇଫଳ ଘୋରି ଲଗାନ୍ତୁ ଚିହ୍ନ ଚାଲିଯିବ ।
୧୧-ଆଖି କୁଣ୍ଡାଇ ହେଉଥିଲେ କିମ୍ବା ଲାଲ ପଡୁଥିଲେ ଜାଇଫଳ ଘୋରି ଲଗାନ୍ତୁ । ଅରାମ ମିଳିବ ।