ବିଜେଡି ନେତା ବବି ଦାସଙ୍କ ନାଁରେ ରୁଜୁ ହେଲା ମାମଲା। ନୂଆପଡ଼ା କୋମନା ଥାନା ଅଞ୍ଚଳରେ ଜନୈକ ଯୁବକଙ୍କୁ ଗାଳିଗୁଲଜ ଓ ମାରପିଟ ଅଭିଯୋଗରେ ମାମଲା ରୁଜୁ କଲା ପୋଲିସ । ବବି ଦାସ ଓ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ଉଭୟଙ୍କ ନାଁରେ ଲାଗିଛି ବିଏନଏସ ସେକ୍ସନ ୧୨୬(୨), ୨୯୬, ୧୧୫(୨), ୩୫୧(୨) ଓ ୩ (୫) ।କୋମନା ଥାନା ଅଞ୍ଚଳର ଜିତୁ ଅଡବଙ୍ଗ ଉଭୟଙ୍କ ନାଁରେ ଏତଲା ଦେଇଥିଲେ । ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସକୁ ଡାକି,ତାଙ୍କୁ ମାଡ଼ ମରାଯାଇଥିବା ଏତଲାରେ ଦର୍ଶାଇଥିଲେ ଜିତୁ। ଏହାସହ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରାଯିବା ସହ କାହିଁକି ବିଜେପିରେ ବୁଲୁଛୁ କହି ପିଟିଥିବା ଅଭିଯୋଗ କରିଥିଲେ।
ଏପରିକି ପୋଲିସ ଉଦ୍ଧାର କରିନଥିଲେ ସେ ଜୀବନ ହରାଇଥାନ୍ତେ ବୋଲି ଅଭିଯୋଗ କରିଥିଲେ।
