Odia News Portal

ମୋହନ ସରକାରଙ୍କ ବୁଲଡୋଜର ଆକ୍ସନ

ମୋହନ ସରକାରଙ୍କ ବୁଲଡୋଜର ଆକ୍ସନ । ବଡ଼ବିଲରେ ଅପରାଧରେ ସଂପୃକ୍ତ ଅଭିଯୁକ୍ତଙ୍କ ଘରେ ବୁଲିଲା ବୁଲଡୋଜର । ବଡ଼ବିଲ ପୌରାଞ୍ଚଳ ୮ ନଂ ୱାର୍ଡ଼ରେ ପ୍ରଥମ ପର୍ଯ୍ୟାୟର ମାଟିରେ ମିଶିବ ୪ଜଣ ଅଭିଯୁକ୍ତଙ୍କ ଘର । ଏହି ୪ ଅଭିଯୁକ୍ତ ଏକାଧିକ ମାମଲାରେ ଜଡ଼ିତଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କ ପରିବାର, ସରକାରୀ ଜମିକୁ ଜବରଦଖଲ କରି ସେଥିରେ ବେଆଇନ ଭାବରେ ଘର ନିର୍ମାଣ କରିଥିଲେ ।ଆଜି ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରାଯାଇଛି । ଆସନ୍ତା ସପ୍ତାହରେ ଆଉ କିଛି ଅପରାଧୀଙ୍କ ବେଆଇନ୍ ଘରକୁ ଭଙ୍ଗାଯିବ ସହ ମୂଲ୍ୟବାନ ଜମିକୁ ଜବରଦଖଲ ମୁକ୍ତ କରାଯିବ ବୋଲି ଏଗଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ତଥା ବଡ଼ବିଲ ତହସିଲଦାର ସୂଚନା ଦେଇଛନ୍ତି । ପ୍ରଭାବଶାଳୀ ଓ ଧନୀଙ୍କ ବେଆଇନ୍ କୋଠା ଉପରେ ବୁଲଡୋଜର ଚାଲିବ ବୋଲି ପୂର୍ବରୁ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଥିଲେ ।  ଏତେବ ଏଭଳି ଆକ୍ସନ ଅପରାଧୀଙ୍କ ମେରୁଦଣ୍ଡକୁ ଭାଙ୍ଗିବା ସହ ଜବରଦଖଲ କାରୀଙ୍କ ପାଇଁ ଏହା ଶକ୍ତ ଚେତାବନୀର ବାର୍ତ୍ତା ।