ମହୁମାଛି ଆକ୍ରମଣରେ ଶ୍ରମିକଙ୍କ ମୃତ୍ୟୁ By Swadhikar News Last updated Dec 20, 2025 କେନ୍ଦୁଝର ରେ ମହୁମାଛି ଆକ୍ରମଣରେ ଜଣେ ମୃତ । ସଦର ଥାନା ଡିମ୍ବୋ ସ୍ଥିତ ଡ଼ିମ୍ବୋ Engineering College ରେ କାମ କରୁଥିବା ସମୟରେ ମହୁମାଛି ଆକ୍ରମଣରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ମୃତ ଶ୍ରମିକ ଜଣକ ଡିମ୍ବୋ ପଞ୍ଚାୟତ ଗୁହାଳଚଟୁଆ ଗ୍ରାମର ସଙ୍ଖାଳି ମହାରଣା ବେଲି ଜଣାପଡ଼ିଛି । ଅଭିଯୋଗ ଅନୁଯାୟୀ, ଆଜି ସଙ୍ଖାଳି, ଅନ୍ୟ ଦିନ ଭଳି କଲେଜରେ କାମ କରୁଥିଲେ । ହଠାତ୍ ତାଙ୍କୁ ସେଠାରେ ଥିବା ମହୁମାଛି ଆକ୍ରମଣ କରିଥିଲେ । ଏଥିରେ ଗୁରୁତର ଆହତ ହୋଇଥିବା ସଙ୍ଖାଳିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ତାଙ୍କର ମୃତ୍ୟୁ ଘଟିଛି । ମୃତ ସଙ୍ଖାଳିଙ୍କ ପରିବାରକୁ କଲେଜ ତରଫରୁ ସହାୟତା ଯୋଗାଇ ଦେବାକୁ ଦାବୀ ହୋଇଛି swadhikarswadhikar news Share