Odia News Portal

ଦିଲ୍ଲୀରେ ବାଂଲାଦେଶ ହାଇକମିଶନ ଆଗରେ ବିରୋଧ, ପୋଲିସ ମୁତୟନ

ବାଂଲାଦେଶରେ ଜଣେ ହିନ୍ଦୁଙ୍କୁ ହତ୍ୟାର ପ୍ରତିବାଦ ତେଜୁଛି । ଦୀପୁ ଚନ୍ଦ୍ର ଦାସଙ୍କ ହତ୍ୟାର ତୀବ୍ର ପ୍ରତିବାଦ । ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ ହେଉଛି । ଦିଲ୍ଲୀ, କୋଲକାତା, ହାଇଦ୍ରାବାଦରେ ପ୍ରତିବାଦ ହେଉଛି । ଦିଲ୍ଲୀରେ ବାଂଲାଦେଶ ହାଇକମିଶନ ଆଗରେ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛି । ବହୁ ସଂଖ୍ୟାରେ ବିଶ୍ବହିନ୍ଦୁ ପରିଷଦ କର୍ମୀ ଏକତ୍ରିତ ହୋଇ ପ୍ରତିବାଦ କରୁଛନ୍ତି । ବାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି । ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସର୍ବଭାରତୀୟ ହିନ୍ଦୀ ବଙ୍ଗାଳି ସଂଗଠନ, ବଜରଙ୍ଗ ଦଳ ମଧ୍ୟ ପ୍ରତିବାଦରେ ସାମଲ ହୋଇଛି । ବାଂଲାଦେଶରେ ଦୀପୁ ଚନ୍ଦ୍ର ଦାସଙ୍କୁ ହତ୍ୟା କରିବା ପରେ ତାଙ୍କୁ ଜାଳି ଦିଆଯାଇଥିଲା । ଭାରତରେ ଏହାର ପ୍ରତିବାଦ ତେଜୁଛି । ପୀଡିତ ପରିବାରକୁ ନ୍ୟାୟ ଦାବି କରି ବିଶ୍ୱ ହିନ୍ଦୁ ପରିଷଦର କର୍ମୀମାନେ ଆଜି ସକାଳ ୧୧ଟାରୁ ବାଂଲାଦେଶ ହାଇକମିସନ ବାହାରେ ଏକାଠି ହୋଇଛନ୍ତି । ଏହି ଘଟଣାକୁ ନେଇ ବୈଦେଶିକ ମନ୍ତ୍ରଣାଳୟ ଢାକାରେ ଅବସ୍ଥିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସମନ କରିଛନ୍ତି । ବାଂଲାଦେଶୀ କମିଶନର ସୁରକ୍ଷା ନେଇ ଜାରି ସମନ୍ ଜାରି କରିଛି ।