Odia News Portal

ପଶ୍ଚିମା ଝଡ଼ର ପ୍ରଭାବ: ବଢ଼ିବ ରାତି ତାପମାତ୍ରା, କମିବ ଶୀତ

ପଶ୍ଚିମା ଝଡ଼ର ପ୍ରଭାବ ।  ବଢ଼ିବ ରାତି ତାପମାତ୍ରା, କମିବ ଶୀତ ।  ଦୁଇ ଦିନ ପରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢ଼ିବ ।  ୧୯ ତାରିଖରେ ପୁଣି ପଶ୍ଚିମା ଝଡ଼ ସକ୍ରିୟ ହେବ ।  ଫଳରେ ତାପମାତ୍ରା ଆହୁରି ବଢିବ ।  ୫ ଦିନ ଯାଏ ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ କୁହୁଡ଼ି ଦେଖା ଯାଇପାରେ ।

ଶୀତ ସହ କଲବଲ କରୁଛି ଘନ କୁହୁଡି । ଦିନରେ ଥଣ୍ଡା ପବନ ମଧ୍ୟ ବହୁଛି । ! ବିଶେଷକରି ରାତିରେ ଶୀତର ପ୍ରକୋପ ଅଧିକ ରହୁଥିବାରୁ ଲୋକମାନେ ନିଆଁ ପୋଉଁଛନ୍ତି ।  କେନ୍ଦୁଝର, ସୁନ୍ଦରଗଡ଼ କନ୍ଧମାଳ, କଳାହାଣ୍ଡି ଓ ମୟୂରଭଞ୍ଜ ଜିଲ୍ଲାରେ ହାଲୁକା ଠାରୁ ମଧ୍ୟମ କୁହୁଡ଼ି ଦେଖାଯିବା ସମ୍ଭାବନା ରହିଛି ।  ୧୧ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ ।  ଏଥର ଶୀତ ସବୁ ରେକର୍ଡ ଭାଙ୍ଗିଛି ।  ଆକାଶ ନିର୍ମଳ ରହିବା, ହିମାଳୟରୁ ଆସୁଥିବା ବରଫାବୃତ୍ତ ପବନ, ଘନ କୁହୁଡ଼ି ଓ ସମୁଦ୍ରରୁ ଆସୁଥିବା ଜଳୀୟବାଷ୍ପ କମିବା ଯୋଗୁ ପାରଦ ତଳମୁହାଁ ହେଉଛି ।